୧୫ ହଜାର ଟଙ୍କା ଭିତରେ ୫ଟି ବେଷ୍ଟ୍‌ ସ୍ମାର୍ଟଫୋନ୍‌

ଓଡ଼ିଶା ରିପୋର୍ଟର (ଭୁବନେଶ୍ୱର): ଏବେ ଚାଲିଛି ପୂଜା ସିଜିନ୍। ତେଣୁ ଆପଣମାନେ ନିଶ୍ଚିତ ଭାବେ କିଛି ନୂଆ ଜିନିଷ କିଣିବାକୁ ଭାବୁଥିବେ। ଯଦି ଆପଣ ନୂଆ ସ୍ମାର୍ଟଫୋନ୍‌ କିଣିବାକୁ ଚାହୁଁଛନ୍ତି ଓ ଆପଣଙ୍କ ବଜେଟ୍‌ ୧୫ ହଜାର ଟଙ୍କା ରହିଛି, ତା’ହେଲେ ଆମେ ଆପଣଙ୍କୁ ୫ଟି ବେଷ୍ଟ୍‌ ଅପ୍‌ସନ୍ ଦେଉଛୁ। ୧) Realme 5 Pro: ଏହାର ଦାମ୍‌ ୧୩ ହଜାର ୯୯୯ଟଙ୍କାରୁ ଆରମ୍ଭ ହେଉଛି। ଏଥିରେ କ୍ୱାଲକମ୍ ସ୍ନାପଡ୍ରାଗନ୍ ୭୨୧ ପ୍ରୋସେସର୍, ପଛରେ ୪ଟି କ୍ୟାମରେ […]

phone

Chinmayee Roy
  • Published: Sunday, 29 September 2019
  • , Updated: 29 September 2019, 10:54 AM IST

ଓଡ଼ିଶା ରିପୋର୍ଟର (ଭୁବନେଶ୍ୱର): ଏବେ ଚାଲିଛି ପୂଜା ସିଜିନ୍। ତେଣୁ ଆପଣମାନେ ନିଶ୍ଚିତ ଭାବେ କିଛି ନୂଆ ଜିନିଷ କିଣିବାକୁ ଭାବୁଥିବେ। ଯଦି ଆପଣ ନୂଆ ସ୍ମାର୍ଟଫୋନ୍‌ କିଣିବାକୁ ଚାହୁଁଛନ୍ତି ଓ ଆପଣଙ୍କ ବଜେଟ୍‌ ୧୫ ହଜାର ଟଙ୍କା ରହିଛି, ତା’ହେଲେ ଆମେ ଆପଣଙ୍କୁ ୫ଟି ବେଷ୍ଟ୍‌ ଅପ୍‌ସନ୍ ଦେଉଛୁ।

୧) Realme 5 Pro: ଏହାର ଦାମ୍‌ ୧୩ ହଜାର ୯୯୯ଟଙ୍କାରୁ ଆରମ୍ଭ ହେଉଛି। ଏଥିରେ କ୍ୱାଲକମ୍ ସ୍ନାପଡ୍ରାଗନ୍ ୭୨୧ ପ୍ରୋସେସର୍, ପଛରେ ୪ଟି କ୍ୟାମରେ (48MP+8MP+2MP+2MP), 16MPର ସେଲଫି କ୍ୟାମେରା, ୬.୩ ଇଞ୍ଚର ଫୁଲ୍‌ ଏଚ୍‌ଡି ପ୍ଲସ୍ ଡିସ୍‌ପ୍ଲେ ଓ 4045mAhର ବ୍ୟାଟେରୀ ସହ ଆଣ୍ଡ୍ରଏଡ୍ ୯ ପାଇ ବେସ୍ଡ ColorOS 6.0 ସିଷ୍ଟମ ମିଳିବ।୨) Mi A3: ଶାଓମିର ଏହି ସ୍ମାର୍ଟଫୋନ୍‌ର ମୂଲ୍ୟ ୧୨ ହଜାର ୯୯୯ ଟଙ୍କାରୁ ଆରମ୍ଭ ହେଉଛି। ଏଥିରେ ସ୍ନାପଡ୍ରାଗନ୍ ୬୬୫ ପ୍ରୋସେସର୍, ୬.୦୮ ଇଞ୍ଚର ଫୁଲ୍‌ ଏଚ୍‌ଡି ପ୍ଲସ୍ ସୁପର AMOLED  ଡିସ୍‌ପ୍ଲେ, ଟ୍ରିପଲ୍‌ ରିୟର କ୍ୟାମେରା(48MP+8MP+2MP), 32MPର ସେଲଫି କ୍ୟାମେରା ଓ 4,030mAhର ବ୍ୟାଟେରୀ ସହ ଇନ୍‌ ଡିସ୍‌ପ୍ଲେ ଫିଙ୍ଗରପ୍ରିଣ୍ଟ ସେନ୍ସର ଓ ଆଣ୍ଡ୍ରଏଡ୍ ୯ ପାଇ ମିଳିବ।

୩) Motorola One Action: ଏହାର ମୂଲ୍ୟ ୧୩ ହଜାର ୯୯୯ ଟଙ୍କାରୁ ଆରମ୍ଭ ହେଉଛି। ଏଥିରେ ଅକ୍ଟାକୋର୍ ସାମସଙ୍ଗ୍ ୯୬୦୯ ପ୍ରୋସେସର୍‌, ୬.୩ ଇଞ୍ଚ୍  ଫୁଲ୍‌ ଏଚ୍‌ଡି ପ୍ଲସ୍‌  IPS ସିନେମାଭିଜନ୍‌ ଡିସ୍‌ପ୍ଲେ, Mali G72 MP3 GPU, ଟ୍ରିପଲ ରିୟର କ୍ୟାମେରା ସେଟ୍‌ଅପ୍‌(16MP+12MP+5MP), 12MPର ସେଲ୍‌ଫି କ୍ୟାମେରା ଓ 3,500mAhର ବ୍ୟାଟେରୀ ସହ ଆଣ୍ଡ୍ରଏଡ୍ ୯ ପାଇ ସପୋର୍ଟ ରହିଛି।

୪) Realme 3 Pro: ଏହାର ମୂଲ୍ୟ ୧୨ ହଜାର ୯୯୯ ଟଙ୍କାରୁ ଆରମ୍ଭ ହେଉଛି। ଏଥିରେ କ୍ୱାଲକମ୍ ସ୍ନାପଡ୍ରାଗନ୍ ୭୧୦ ପ୍ରୋସେସର୍, Adreno 616 GPU, ଡୁଆଲ୍‌ ରିୟର୍ କ୍ୟାମେରା (16MP+5MP), 25MPର ସେଲ୍‌ଫି କ୍ୟାମେରା, 4045mAhର ବ୍ୟାଟେରୀ, ୬.୩୦ ଇଞ୍ଚର ଫୁଲ୍‌ ଏଚ୍‌ଡି ପ୍ଲସ୍ ଇୟୁଡ୍ରପ୍ ସ୍କ୍ରିନ୍‌ ସହ ଆଣ୍ଡ୍ରଏଡ୍‌ ୯ ପାଇ ବେସ୍ଡ ColorOS 6.0 ରହିଛି।

୫) Redmi Note 7 Pro: ଏହି ସ୍ମାର୍ଟଫୋନ୍‌ର ମୂଲ୍ୟ ୧୩ ହଜାର ୯୯୯ ଟଙ୍କାରୁ ଆରମ୍ଭ ହେଉଛି। ଏଥିରେ ଅକ୍ଟାକୋର୍ ସ୍ନାପଡ୍ରାଗନ୍ ୬୭୫ ପ୍ରୋସେସର୍, ୬.୩ ଇଞ୍ଚର ଫୁଲ୍‌ ଏଚ୍‌ଡି ପ୍ଲସ୍ ଡିସ୍‌ପ୍ଲେ, ଡୁଆଲ୍ ରିୟର କ୍ୟାମେରା (48MP+5MP), ୧୩ ମେଗାପିକ୍ସେଲ୍‌ର ସେଲଫି କ୍ୟାମେରା ଓ 4,000mAhର ବ୍ୟାଟେରୀ ସହ ଆଣ୍ଡ୍ରଏଡ୍‌ ୯ ପାଇ ବେସ୍ଡ MIUI 10ର ସପୋର୍ଟ ରହିଛି।

Related story