Advertisment

ଲକଡାଉନ୍ ଉଠୁ କି ନ ଉଠୁ ୨୦% ଖୁଚୁରା ଦୋକାନ ବନ୍ଦ ହେବ!

ନୂଆଦିଲ୍ଲୀ: ଦେଶରେ ଲକଡାଉନ୍ ଉଠୁ କି ନଉଠୁ ଖୁଚୁରା ଦୋକାନୀ ପ୍ରଭାବିତ ହେବେ। ପାଞ୍ଚଟି ଦୋକାନରୁ ଗୋଟିଏ ଖୁଚୁରା ଦୋକାନ ବନ୍ଦ ହୋଇଯିବ। ଦୋକାନ ଭଡ଼ା, ଅତ୍ୟାବଶ୍ୟକ ସାମଗ୍ରୀ କେବଳ ବିକ୍ରି ହେବା ଏଥିସହିତ ଲୋକମାନେ ବଜାରରୁ କମ୍ ଜିନିଷ କିଣିବା ଏହାର ପ୍ରମୁଖ କାରଣ ରହିଛି। ଦେଶର ଖୁଚୁରା ଦୋକାନୀ ଓ ବ୍ୟବସାୟୀ ଏଭଳି ଆକଳନ କରିଛନ୍ତି। ଜନଗହଳି ସ୍ଥାନରେ ସାମାଜିକ ଦୂରତା ନିୟମକୁ ମାନିବା ଅସମ୍ଭବ, ତେଣୁ ବ୍ୟବସାୟୀମାନେ କରୋନା ଭୟରେ ବାଧ୍ୟ ହେବେ […]

author-image
Subhransu Sekhar
ଅଦ୍ୟତନ ହୋଇଛି
ଲକଡାଉନ୍ ଉଠୁ କି ନ ଉଠୁ ୨୦% ଖୁଚୁରା ଦୋକାନ ବନ୍ଦ ହେବ!

retail shop

ନୂଆଦିଲ୍ଲୀ: ଦେଶରେ ଲକଡାଉନ୍ ଉଠୁ କି ନଉଠୁ ଖୁଚୁରା ଦୋକାନୀ ପ୍ରଭାବିତ ହେବେ। ପାଞ୍ଚଟି ଦୋକାନରୁ ଗୋଟିଏ ଖୁଚୁରା ଦୋକାନ ବନ୍ଦ ହୋଇଯିବ। ଦୋକାନ ଭଡ଼ା, ଅତ୍ୟାବଶ୍ୟକ ସାମଗ୍ରୀ କେବଳ ବିକ୍ରି ହେବା ଏଥିସହିତ ଲୋକମାନେ ବଜାରରୁ କମ୍ ଜିନିଷ କିଣିବା ଏହାର ପ୍ରମୁଖ କାରଣ ରହିଛି। ଦେଶର ଖୁଚୁରା ଦୋକାନୀ ଓ ବ୍ୟବସାୟୀ ଏଭଳି ଆକଳନ କରିଛନ୍ତି।

Advertisment

ଜନଗହଳି ସ୍ଥାନରେ ସାମାଜିକ ଦୂରତା ନିୟମକୁ ମାନିବା ଅସମ୍ଭବ, ତେଣୁ ବ୍ୟବସାୟୀମାନେ କରୋନା ଭୟରେ ବାଧ୍ୟ ହେବେ ଦୋକାନ ବନ୍ଦ କରିବାକୁ। ମୁମ୍ବାଇର କୋଲାବା, ନରିମାନ ପଏଣ୍ଟ ଏବଂ ଆନ୍ଧେରୀ, ଖାନ୍ ମାର୍କେଟ, କନ୍ନାଟ୍ ପ୍ଲେସ୍ ଏବଂ ନୂଆଦିଲ୍ଲୀର ସଦର ବଜାର ସମେତ ପ୍ରମୁଖ ବଜାରରେ ୬୦% ରୁ ଅଧିକ ଖୁଚୁରା ଦୋକାନା ଭଡ଼ା ନେଇଛନ୍ତି ବୋଲି ଜଣେ ବ୍ୟବସାୟୀ କହିଛନ୍ତି।

ଦୋକାନ ସ୍ଥାନ ଅନୁଯାୟୀ ଭଡ଼ାର ଦାମ ରହିଛି। ଯେଉଁଠି ଅଧିକ ଜନଗହଳି ରହୁଥିଲା ସେହି ସ୍ଥାନରେ ଏବେ ସାମାଜିକ ଦୂରତା ପାଳନ କଲେ ବ୍ୟବସାୟ କମିବ ହେଲେ ଦୋକାନୀ କେମିତି ଘର ଭଡା ଦେବ ତାହା ଏବେ ଚିନ୍ତାଜନକ। ତେଣୁ ପାଖାପାଖି ୨୦% ଖୁଚୁରା ଦୋକାନୀ ଲକଡାଉନର ଶିକାର ହେବେ। ସେହିପରି ଯେଉଁ ବ୍ୟବସାୟୀ ମାନେ ଖୁଚୁରା ଦୋକାନୀଙ୍କ ଉପରେ ନିର୍ଭର କରୁଥିଲେ ସେମାନଙ୍କ ମଧ୍ୟରୁ ୧୦ ପ୍ରତିଶତ ପ୍ରଭାବିତ ହେବେ ବୋଲି ବ୍ୟବସାୟୀ ଖାନ୍ ମାର୍କେଟର ସାଧାରଣ ସଚିବ ପ୍ରବୀଣ ଖଣ୍ଡେଲଓ୍ୱାଲା କହିଛନ୍ତି।

Advertisment

ସେହିପରି ଗଫର ବଜାର ସଂଘର ସଭାପତି ରାମ ଲାଲ କହିଛନ୍ତି, ସମସ୍ୟାର ସମାଧାନ ପାଇଁ ଦୋକାନ ଘର ମାଲିକ ଏବଂ ଦୋକାନୀଙ୍କ ମଧ୍ୟରେ ଆପୋଷ ବୁଝାମଣା ହେବ ଦରକାର। ଦୋକାନ ଭଡ଼ା କମିଲେ ଦୋକାନୀ ଆଗକୁ ବଢ଼ିପାରିବେ ବୋଲି ସେ କହିଛନ୍ତି। ଏବେ ଯେଉଁ ଦୋକାନ ଭଡ଼ା ରହିଛି ସେଥିରୁ ୫୦% ଘର ଭଡ଼ା କମିବା ଦରକାର ବୋଲି ସେ କହିଛନ୍ତି।