Advertisment

‘ଦେଶର ଅର୍ଥନୀତି ପାଇଁ କରୋନା ଅପେକ୍ଷା ଲକଡାଉନ୍ ଅଧିକ ବିପଦ’

ଓ୍ୱାଶିଂଟନ: କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶ ଏବେ ମାର୍ଚ୍ଚ ୨୪ ପରଠୁ ଲକଡାଉନ୍ ରହିଛି। ଆଗାମୀ ଦିନରେ ଭାଇରସ ତୁଳନାରେ ଏହି ଲକଡାଉନ ଦେଶ ପାଇଁ ଅଧିକ ବିପଦ ସାବ୍ୟସ୍ତ ହେବ। ଏଭଳି କହିଛନ୍ତି ଆମେରିକାର ଅର୍ଥନୀତିଜ୍ଞ ଖ୍ରୀଷ୍ଟୋଫେର ଉଡ। ଆମେରିକାନ୍ ଇନଭେଷ୍ଟମେଣ୍ଟ ବ୍ୟାଙ୍କିଙ୍ଗ ଏବଂ ଫାଇନାନସିଆଲ ସର୍ଭିସ ଜେଫେରୀର ଇକ୍ୱିଟି ଷ୍ଟ୍ରାଟେଜୀର ମୁଖ୍ୟ ହେଉଛନ୍ତି ଖ୍ରୀଷ୍ଟୋଫେର ଉଡ। ଲକଡାଉନ୍ ଭାରତକୁ ଅଧିକ କ୍ଷତି ପହଞ୍ଚାଇବ। ମାନବ କଲ୍ୟାଣ ଏବଂ ଅର୍ଥନୀତି ଦୃଷ୍ଟିରୁ ଲକଡାଉନ୍ ଅଧିକ […]

author-image
Subhransu Sekhar
‘ଦେଶର ଅର୍ଥନୀତି ପାଇଁ କରୋନା ଅପେକ୍ଷା ଲକଡାଉନ୍ ଅଧିକ ବିପଦ’

Economist Christopher Wood

ଓ୍ୱାଶିଂଟନ: କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶ ଏବେ ମାର୍ଚ୍ଚ ୨୪ ପରଠୁ ଲକଡାଉନ୍ ରହିଛି। ଆଗାମୀ ଦିନରେ ଭାଇରସ ତୁଳନାରେ ଏହି ଲକଡାଉନ ଦେଶ ପାଇଁ ଅଧିକ ବିପଦ ସାବ୍ୟସ୍ତ ହେବ। ଏଭଳି କହିଛନ୍ତି ଆମେରିକାର ଅର୍ଥନୀତିଜ୍ଞ ଖ୍ରୀଷ୍ଟୋଫେର ଉଡ।

Advertisment

ଆମେରିକାନ୍ ଇନଭେଷ୍ଟମେଣ୍ଟ ବ୍ୟାଙ୍କିଙ୍ଗ ଏବଂ ଫାଇନାନସିଆଲ ସର୍ଭିସ ଜେଫେରୀର ଇକ୍ୱିଟି ଷ୍ଟ୍ରାଟେଜୀର ମୁଖ୍ୟ ହେଉଛନ୍ତି ଖ୍ରୀଷ୍ଟୋଫେର ଉଡ। ଲକଡାଉନ୍ ଭାରତକୁ ଅଧିକ କ୍ଷତି ପହଞ୍ଚାଇବ। ମାନବ କଲ୍ୟାଣ ଏବଂ ଅର୍ଥନୀତି ଦୃଷ୍ଟିରୁ ଲକଡାଉନ୍ ଅଧିକ ବିପଜ୍ଜନକ ବୋଲି ସେ କହିଛନ୍ତି।

ସାରା ଦେଶରେ କରୋନା ମହାମାରୀ ପାଇଁ ପ୍ରଥମେ ୨୧ ଦିନ ଲକଡାଉନ୍ ଘୋଷଣା ହୋଇଥିଲା ପରେ ଆଉ ୧୮ ଦିନ ପାଇଁ ଲକଡାଉନ୍ ଅବଧିକୁ ବଢ଼ାଇଛନ୍ତି ସରକାର। ମେ ୨ରେ ଏହି ଅବଧି ଶେଷ ହେବ। ତେବେ ଆଗାମୀ ଦିନରେ ଲକଡାଉନ୍ ଅବଧି ବଢ଼ିବ କି ନାହିଁ ସେ ନେଇ କୌଣସି ସୂଚନା ମିଳିନାହିଁ। ଏପ୍ରିଲ୍ ୨୦ ରୁ ଦେଶର କିଛି ସଂସ୍ଥାକୁ ଖୋଲିବାକୁ ସରକାର ମଞ୍ଜୁର ଦେଇଛନ୍ତି। ତଥ।ପି ଶିଳ୍ପ କାର୍ଯ୍ୟକଳାପ ଅଟକି ରହିଛି।

Advertisment

ଖ୍ରୀଷ୍ଟୋଫେର ଉଡ ତାଙ୍କ ଯୁକ୍ତିରେ କହିଛନ୍ତି ଆମେରିକା ଭଳି ଦେଶରେ ଛୋଟ ବ୍ୟବସାୟୀଙ୍କ ପାଇଁ ସରକାର ଏକ ପେ-ଚେକ୍ ସୁରକ୍ଷା କାର୍ଯ୍ୟକ୍ରମ ଚଳାଉଛନ୍ତି। ଏହି ବ୍ୟବସ୍ଥାରେ ସେମାନଙ୍କୁ ପ୍ରାୟ ୩୪୯ ବିଲିୟନ ଡଲାରର ସହାୟତା ଦିଆଯାଉଛି। ଯାହାଦ୍ୱାରା ସେମାନେ ଏହି ସଙ୍କଟ ସମୟରେ ନିଜ କର୍ମଚାରୀଙ୍କୁ ଦରମା ପ୍ରଦାନ କରିପାରିବେ।

ଭାରତ ସରକାର ମଧ୍ୟ ଏ ନେଇ ପଦକ୍ଷେପ ନେଇଛନ୍ତି। କରୋନା ବିରୋଧରେ ନେଇଥିବା ପଦକ୍ଷେପ ବିଷୟରେ ଆଲୋଚନା କରି ସରକାର ୧.୭ ଲକ୍ଷ କୋଟିର ପ୍ୟାକେଜ୍ ଘୋଷଣା କରାଯାଇଛି। ଯାହାକି ମୋଟ୍ ଜିଡିପିର ପ୍ରାୟ ୦.୭୦ ପ୍ରତିଶତ। ଏହି ରିଲିଫ ପ୍ୟାକେଜରେ ସରକାର ପ୍ରତ୍ୟେକ ଗରିବ ଲୋକଙ୍କୁ ଖାଇବାକୁ ଦେବାକୁ ଚେଷ୍ଟା କରିଛନ୍ତି। ଶିଳ୍ପ ସଂସ୍ଥା ପାଇଁ ଏପର୍ଯ୍ୟନ୍ତ କୌଣସି ରିଲିଫ୍ ପ୍ୟାକେଜ୍ ଘୋଷଣା କରି ନାହାନ୍ତି ସରକାର। ତେବେ ଆମେରିକା ଭଳି ବିକଶିତ ଦେଶ ମାନେ ଶିଳ୍ପକୁ ବଞ୍ଚାଇବାକୁ ଯାଇ ସେମାନେ ଜିଡିପିର ୨୦ ପ୍ରତିଶତ ପର୍ଯ୍ୟନ୍ତ ପ୍ୟାକେଜ୍ ଘୋଷଣା କରିଛନ୍ତି ବୋଲି ସେ କହିଛନ୍ତି।

ଲକଡାଉନ ପାଇଁ ଭାରତରେ ଆଗାମୀ ଦିନରେ ବ୍ୟାଙ୍କଗୁଡିକ ପ୍ରଭାବିତ ହେବ। ଆଗାମୀ ଦିନରେ ଋଣ ହାର ଆହୁରି ବଢ଼ିବ ବୋଲି ଅନେକ ରିପୋର୍ଟରେ ପ୍ରକାଶ ପାଇଛି। ସେହପିର ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେଉଥିବାରୁ ଖ୍ରୀଷ୍ଟୋଫେର ଉଡ ଚିନ୍ତା ପ୍ରକଟ କରିଛନ୍ତି। ତେବେ ଅଶୋଧିତ ତୈଳ ମୂଲ୍ୟ ହ୍ରାସ ହେବାରୁ ଭାରତର ଟଙ୍କା ପୂର୍ବ ଅପେକ୍ଷା ଅଧିକ ଦୁର୍ବଳ ହୋଇଛି।