Advertisment

କମିଲା ଏଲ୍‌ପିଜି ସିଲିଣ୍ଡର ଦର

ନୂଆଦିଲ୍ଲୀ: ମାସ ଆରମ୍ଭରୁ ଗ୍ରାହକଙ୍କୁ ଆଶ୍ୱସ୍ତି। କମିଲା ଏଲ୍‌ପିଜି ସିଲିଣ୍ଡର ଦର। ୧୯ କିଲୋଗ୍ରାମ କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ଦରରେ ୧୯୮ ଟଙ୍କା ହ୍ରାସ ପାଇଛି। ଫଳରେ ଗ୍ୟାସ୍‌ ସିଲିଣ୍ଡର ପିଛା ଦର ୨୨୧୯ ଟଙ୍କାରୁ ହ୍ରାସ ପାଇ୨୦୨୧ରେ ପହଞ୍ଚିଛି।   ମୁମ୍ବାଇରେ ୧୯୦ଟଙ୍କା ୫୦ ପଇସା ଓ ଚେନ୍ନାଇରେ ସିଲିଣ୍ଡର ପିଛା ୧୮୭ ଟଙ୍କା ହ୍ରାସ ପାଇଛି। ଗତ ମାସ ଜୁନ୍‌ରେ ମଧ୍ୟ କମର୍ସିଆଲ ଗ୍ୟାସ ସିଲିଣ୍ଡରର ଦର ହ୍ରାସ ପାଇଥିଲା। ତୈଳ କମ୍ପାନୀମାନେ ୧୯ କିଗ୍ରା […]

ଅଦ୍ୟତନ ହୋଇଛି
ମାସ ଆରମ୍ଭରୁ ଝଟ୍‌କା, ପୁଣି ବଢ଼ିଲା ଏଲ୍‌ପିଜି ସିଲିଣ୍ଡର ଦାମ୍‌

LPG-CYLINDER

Advertisment

ନୂଆଦିଲ୍ଲୀ: ମାସ ଆରମ୍ଭରୁ ଗ୍ରାହକଙ୍କୁ ଆଶ୍ୱସ୍ତି। କମିଲା ଏଲ୍‌ପିଜି ସିଲିଣ୍ଡର ଦର। ୧୯ କିଲୋଗ୍ରାମ କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ଦରରେ ୧୯୮ ଟଙ୍କା ହ୍ରାସ ପାଇଛି। ଫଳରେ ଗ୍ୟାସ୍‌ ସିଲିଣ୍ଡର ପିଛା ଦର ୨୨୧୯ ଟଙ୍କାରୁ ହ୍ରାସ ପାଇ୨୦୨୧ରେ ପହଞ୍ଚିଛି।   ମୁମ୍ବାଇରେ ୧୯୦ଟଙ୍କା ୫୦ ପଇସା ଓ ଚେନ୍ନାଇରେ ସିଲିଣ୍ଡର ପିଛା ୧୮୭ ଟଙ୍କା ହ୍ରାସ ପାଇଛି। ଗତ ମାସ ଜୁନ୍‌ରେ ମଧ୍ୟ କମର୍ସିଆଲ ଗ୍ୟାସ ସିଲିଣ୍ଡରର ଦର ହ୍ରାସ ପାଇଥିଲା। ତୈଳ କମ୍ପାନୀମାନେ ୧୯ କିଗ୍ରା ସିଲିଣ୍ଡର ପିଛା ଦର ୧୩୬ ଟଙ୍କା ହ୍ରାସ କରିଥିଲେ।

Advertisment

ଘରେ ବ୍ୟବହୃତ ୧୪ କିଲୋଗ୍ରାମ ଏଲପିଜି ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ। ଦିଲ୍ଲୀରେ ଘରୋଇ ସିଲିଣ୍ଡର ପିଛା ଦର ୧୦୦୩ଟଙ୍କା ରହିଛି। ସେହିପରି ମୁମ୍ବାଇରେ ସିଲିଣ୍ଡର ପିଛା ଦର ୧୦୦୨.୫ ଟଙ୍କା ରହିଛି। କୋଲକାତାରେ ସିଲିଣ୍ଡର ପିଛା ଦର ୧୦୨୯ ଓ ଚେନ୍ନାଇରେ ୧୦୧୮.୫ ଟଙ୍କା ରହିଛି।

କମର୍ସିଆଲ ସିଲିଣ୍ଡର ଦର ହ୍ରାସ ଯୋଗୁ ବାହାରେ ହୋଟେଲରେ ଖାଦ୍ୟ ଖାଉଥିବା ବ୍ୟକ୍ତିମାନେ ସିଧାସଳଖ ଲାଭ ପାଇପାରିବେ। ଚଳିତ ବର୍ଷ କମର୍ସିଆଲ ଗ୍ୟାସ ସିଲିଣ୍ଡର ଦରରେ ପ୍ରାୟ ୩୫୦ଟଙ୍କା ବୃଦ୍ଧି ପାଇଥିଲା। ଫଳରେ ହୋଟେଲରେ ଖାଇବା ବେଶ୍‌ ମହଙ୍ଗା ହୋଇଥିଲା। ଏବେ ମୂଲ୍ୟ ହ୍ରାସ ପରେ ହୋଟେଲ ମେନ୍ୟୁରେ ପରିବର୍ତ୍ତନ ହେବ ବୋଲି ଆଶା କରାଯାଉଛି।

Advertisment

https://twitter.com/ani_digital/status/1542714767173120000?s=20&t=hs4n6ffU36uDGm4nlt1xTA

Lpg Price Drop
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe