Advertisment

ବଜେଟ ପୂର୍ବରୁ କମିଲା ଗ୍ୟାସ୍‌ ଦର

ନୂଆଦିଲ୍ଲୀ:  ଆଉ କିଛି ସମୟ ପରେ ଆରମ୍ଭ ହେବ ବଜେଟ। ବଜେଟରେ କ’ଣ ରହିଛି, କିଏ ହେବ ଆଶ୍ୱସ୍ତ, କାହା ଉପରେ ପଡ଼ିବ ବୋଝ ତାହାକୁ ନେଇ ଚାଲିଛି ଅଟକଳ।  ହେଲେ ବଜେଟ ପୂର୍ବରୁ  ଆସିଛି  ଏକ ଖୁସି ଖବର। ବଜେଟ ପୂର୍ବରୁ ଦେଶର ପ୍ରମୁଖ ତେଳ କମ୍ପାନୀ କମର୍ସିଆଲ ଗ୍ୟାସ୍‌ ଦରକୁ କମାଇଛନ୍ତି। ଦେଶର ସବୁଠୁ ବଡ଼ ତେଲ କମ୍ପାନୀ IOC  ୧୯ କେଜି କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ଦାମ କୁ ୯୧.୫ ଟଙ୍କା କମାଇ […]

ଅଦ୍ୟତନ ହୋଇଛି
ବଜେଟ ପୂର୍ବରୁ କମିଲା ଗ୍ୟାସ୍‌ ଦର

gas

Advertisment

ନୂଆଦିଲ୍ଲୀ:  ଆଉ କିଛି ସମୟ ପରେ ଆରମ୍ଭ ହେବ ବଜେଟ। ବଜେଟରେ କ’ଣ ରହିଛି, କିଏ ହେବ ଆଶ୍ୱସ୍ତ, କାହା ଉପରେ ପଡ଼ିବ ବୋଝ ତାହାକୁ ନେଇ ଚାଲିଛି ଅଟକଳ।  ହେଲେ ବଜେଟ ପୂର୍ବରୁ  ଆସିଛି  ଏକ ଖୁସି ଖବର।

Advertisment

ବଜେଟ ପୂର୍ବରୁ ଦେଶର ପ୍ରମୁଖ ତେଳ କମ୍ପାନୀ କମର୍ସିଆଲ ଗ୍ୟାସ୍‌ ଦରକୁ କମାଇଛନ୍ତି। ଦେଶର ସବୁଠୁ ବଡ଼ ତେଲ କମ୍ପାନୀ IOC  ୧୯ କେଜି କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ଦାମ କୁ ୯୧.୫ ଟଙ୍କା କମାଇ ଦେଇଛନ୍ତି। ଏବେ ଦିଲ୍ଲୀରେ ନୂଆ ଗ୍ୟାସ୍‌ ରେଟ୍‌ ୧୯୦୭ରେ ପହଞ୍ଚିଛି।ହେଲେ ଅଣସବସିଡି ଗ୍ୟାସ୍‌ ସିଲିଣ୍ଡର ଦାମ୍‌ରେ କୌଣସି ପରିବର୍ତ୍ତନ ହୋଇ ନାହିଁ।  ଗତ ମାସରେ କମର୍ସିଆଲ ଗ୍ୟାସ୍‌ ଦର ୧୦୨.୫୦ ଟଙ୍କା କମିଥିଲା।

କମର୍ସିଆଲ ଗ୍ୟାସ୍‌ ମୁଖ୍ୟତଃ ହୋଟେଲ, ରେଷ୍ଟୁରାଣ୍ଟ ଆଦିରେ ବ୍ୟବହାର ହେଉଥିବାରୁ ଏପରି ରେଟ ଖସିବା ପରେ ବାହାରେ ଖାଇବା ପିଇବା ଶସ୍ତା ହୋଇପାରେ ବୋଲି ଆଲୋଚନା ହେଉଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe