Advertisment

ଫେଷ୍ଟିଭ ସିଜିନରେ ଖସିଲା ଗ୍ୟାସ୍‌ ଦର

ନଭେମ୍ବର ପହିଲାରେ ୧୯ କେଜି ବିଶିଷ୍ଟ କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ପିଛା ଦାମ ୧୦୧.୫୦ ଟଙ୍କା ବଢ଼ିଥିବା ବେଳେ ଏବେ ମାତ୍ର ସେଥିରେ ୫୦ ଟଙ୍କା କମିଛି।

ଅଦ୍ୟତନ ହୋଇଛି
gas cylinder

gas cylinder

Advertisment

ଦୀପାବଳି ପୂର୍ବରୁ କମର୍ସିଆଲ ଗ୍ୟାସ୍‌ ଉପଭୋକ୍ତାଙ୍କୁ ଶକ୍ତ ଝଟକା ମିଳିଥିବା ବେଳେ ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି। ୧୫ ଦିନ ତଳେ ଅୟଲ କମ୍ପାନୀ ଦ୍ୱାରା ଲାଗୁ ହୋଇଥିବା ନୂଆ ଦର ଏବେ କମିଥିବା ବେଳେ ତାହା କିନ୍ତୁ ଗ୍ରାହକଙ୍କୁ ଏହା ବେଶି ଖୁସି କରି ପାରିନି। କାରଣ ନଭେମ୍ବର ପହିଲାରେ ୧୯ କେଜି ବିଶିଷ୍ଟ କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ପିଛା ଦାମ ୧୦୧.୫୦ ଟଙ୍କା ବଢ଼ିଥିବା ବେଳେ ଏବେ ମାତ୍ର ସେଥିରେ ୫୦ ଟଙ୍କା କମିଛି।

Advertisment

ରାଜଧାନୀ ଦିଲ୍ଲୀରେ ଗ୍ୟାସ୍‌ ସିଲିଣ୍ଡର ପିଛା ୧୮୩୩ ଟଙ୍କା ଥିବା ବେଳେ ନୂଆ ଦର ଲାଗୁ ହେବା ପରେ ଏହା ୧୭୫୫.୫୦ ଟଙ୍କାକୁ ଖସି ଆସିଛି। କୋଲକତାରେ କମର୍ସିଆଲ ଗ୍ୟାସ ସିଲିଣ୍ଡର ପିଛା ୧୯୪୩ ଟଙ୍କା ଥିବା ବେଳେ ୧୮୮୫.୫୦ ଟଙ୍କାରେ ପହଞ୍ଚିଛି। ମୁମ୍ବାଇରେ କମର୍ସିଆଲ ସିଲିଣ୍ଡର ପିଛା ୧୭୮୫.୫୦ ଟଙ୍କା ଥିବା ବେଳେ ଏବେ ତାହା ୧୭୨୮ ଟଙ୍କାରେ ପହଞ୍ଚିଛି। ସେହିପରି ଚେନ୍ନାଇରେ ଗ୍ୟାସ ସିଲିଣ୍ଡର ପିଛା ପୂର୍ବରୁ ୧୯୪୨ ଟଙ୍କା ଥିବା ବେଳେ ଏବେ ତାହା ୧୯୯୯.୫୦ ଟଙ୍କାରେ ପହଞ୍ଚିଛି।

କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ପିଛା ଦୁଇ ମାସରେ ୩ଶହ ଟଙ୍କାରୁ ଅଧିକ ବଢ଼ି ସାରିଛି। ଗତ ଅକ୍ଟୋବରରେ କମର୍ସିଆଲ ଗ୍ୟାସ ସିଲିଣ୍ଡର ପିଛା ୨୦୯ ଟଙ୍କା ବଢ଼ିଥିବା ବେଳେ ନଭେମ୍ବର ୧ରେ ପୁଣି ୧୦୧.୫୦ ଟଙ୍କା ବଢ଼ିଥିଲା। ଏହାପରେ ଆଜି କମର୍ସିଆଲ ଗ୍ୟାସ୍‌ ଉପଭୋକ୍ତାଙ୍କୁ ମିଳିଛି ସାମାନ୍ୟ ଆଶ୍ୱସ୍ତି।

Advertisment

ଅପରପକ୍ଷେ, ଘରୋଇ ଏଲପିଜି ସିଲିଣ୍ଡର ଦାମ୍‌ରେ କୌଣସି ପରିବର୍ତ୍ତନ ହୋଇ ନାହିଁ। ଗତ ଅଗଷ୍ଟ ୩୦ରେ ଘରୋଇ ସିଲିଣ୍ଡର ଦାମ ପିଛା ୨ଶହ ଟଙ୍କା କମିଥିଲା ।

Gas Price
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe