Advertisment

ନିର୍ବାଚନୀ ଋତୁରେ ଶସ୍ତା ହେଲା ଗ୍ୟାସ୍‌ ଦର, ନୂଆ ଦର ଆଜିଠୁ ଲାଗୁ

ଏପ୍ରିଲ ପରି ମେ’ ମାସରେ ରେ ବି ମିଳିଲା ସାମାନ୍ୟ ଆଶ୍ୱସ୍ତି। ନିର୍ବାଚନୀ ଋତୁରେ ଶସ୍ତା ହେଲା ଗ୍ୟାସ୍‌ ଦର।

Gas

Gas

Advertisment

ଏପ୍ରିଲ ପରି ମେ’ ମାସରେ ରେ ବି ମିଳିଲା ସାମାନ୍ୟ ଆଶ୍ୱସ୍ତି। ନିର୍ବାଚନୀ ଋତୁରେ ଶସ୍ତା ହେଲା ଗ୍ୟାସ୍‌ ଦର। ଏହି ଦର ହ୍ରାସ କେବଳ ୧୯ କେଜିଆ କମର୍ସିଆଲ(ବାଣିଜ୍ୟିକ) ସିଲିଣ୍ଡର ଉପରେ ଲାଗୁ କରାଯାଇଛି। ଏହି ନୂଆ ଦର ଆଜିଠାରୁ ଲାଗୁ ହେବ।

Advertisment

IOCL ୱେବସାଇଟ୍‌ରେ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ରାଜଧାନୀ ଦିଲ୍ଲୀରେ ୧୯ କେଜିଆ କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ଦାମ ୧୯ ଟଙ୍କା କମିଛି। ଏହା ପୂର୍ବରୁ ୧୭୬୪.୫୦ ଟଙ୍କାରେ ମିଳୁଥିବା ବେଳେ ଏବେ ତାହା ୧୭୪୫.୫୦ ଟଙ୍କାରେ ପହଞ୍ଚିଛି। ମୁମ୍ବାଇରେ କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ଦାମ ୧୭୧୭.୫୦ ଟଙ୍କାରୁ ୧୬୯୮.୫୦ ଟଙ୍କାରେ ପହଞ୍ଚିଛି। ଚେନ୍ନାଇରେ ଏହି ଦର ୧୯ ଟଙ୍କା ହ୍ରାସ ପାଇ ୧୯୩୦ ଟଙ୍କାରୁ ୧୯୧୧ ଟଙ୍କାରେ ପହଞ୍ଚିଛି। କୋଲକତାରେ ପୂର୍ବରୁ ଏହି ସିଲିଣ୍ଡର ଦାମ ୧୮୭୯ ଟଙ୍କା ଥିବା ବେଳେ ୨୦ ଟଙ୍କା ହ୍ରାସ ପାଇ ଏବେ ତାହା ୧୮୫୯ ଟଙ୍କାରେ ପହଞ୍ଚିଛି।

IOCL ପକ୍ଷରୁ ଘରୋଇ ଗ୍ୟାସ ସିଲିଣ୍ଡରର ଦର ଅପରିବର୍ତ୍ତିତ ରହିଛି । ପୂର୍ବ ମାସ ପରି ଚଳିତ ମାସ ବି ଏଥିରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ୧୪.୨ କେଜି ଘରୋଇ ଗ୍ୟାସ ସିଲିଣ୍ଡର ଦର ସମାନ ରହିଛି। ଦିଲ୍ଲୀରେ ସିଲଣ୍ଡର ପିଛା ମୂଲ୍ୟ ୮୦୩ ଟଙ୍କା, କୋଲକାତାରେ ୮୨୯ ଟଙ୍କା, ମୁମ୍ବାଇରେ ୮୦୨.୫୦ ଟଙ୍କା ଏବଂ ଚେନ୍ନାଇରେ ୮୧୮.୫୦ ଟଙ୍କା ରହିଛି।

Advertisment
Gas Price
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe