Advertisment

ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ପରେ ବର୍ଷିଲେ ମମତା

୧୯ କେଜି କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ୨୫ ଟଙ୍କା ବୃଦ୍ଧି ପାଇଛି।

ଅଦ୍ୟତନ ହୋଇଛି
Mamata Banergee

Mamata Banergee

Advertisment

ଲୋକସଭା ନିର୍ବାଚନ ମାହୋଲ ମଧ୍ୟରେ ବୃଦ୍ଧି ପାଇଛି କମର୍ସିଆଲ ସିଲିଣ୍ଡର ଦର, ଯାହାକୁ ନେଇ ଶାସକ ବିଜେପି ଉପରେ ବର୍ଶିଛନ୍ତି ବିରୋଧୀ। ଏହାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ବିଜେପି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ଯଦି ବିଜେପି କ୍ଷମତାକୁ ଫେରେ ତେବେ ଏଲପିଜି ସିଲିଣ୍ଡର ମୂଲ୍ୟ ୨,୦୦୦ ଟଙ୍କା ହୋଇପାରେ। 

Advertisment

ଆଜି ବେଙ୍ଗଲର ଏକ ଜିଲ୍ଲାରେ ସମ୍ବୋଧିତ କରିବା ସମୟରେ ମମତା କହିଛନ୍ତି, ଯଦି ପୁଣି ଥରେ ବିଜେପି ନିର୍ବାଚନ ଜିତେ, ତେବେ ରନ୍ଧନ ଗ୍ୟାସ ସିଲିଣ୍ଡରର ପିଛା ୧,୫୦୦ କିମ୍ବା ୨,୦୦୦ ଟଙ୍କାକୁ ବୃଦ୍ଧି କରିଦେବେ। ଏପରି ହେଲେ, ଲୋକେ ପୁଣି ଥରେ ସେହି ପୁରୁଣା ଦିନକୁ ଚାଲିଯିବେ। ଲୋକେ ଜଙ୍ଗଲରୁ କାଠ ଆଣି ରୋଷେଇ କରିବାକୁ ବାଧ୍ୟ ହେବେ ବୋଲି ମମତା କହିଛନ୍ତି। 

ଉଭୟ ବାଣିଜ୍ୟିକ ଏବଂ ଘରୋଇ ସିଲିଣ୍ଡର ପାଇଁ ପ୍ରତ୍ୟେକ ମାସର ପ୍ରଥମ ଦିନରେ ଦରରେ ପରିବର୍ତ୍ତନ ଆସିଥାଏ। ଚଳିତ ମାସ ବାଣିଜ୍ୟିକ ବା କମର୍ସିଆଲ ସିଲିଣ୍ଡର ଦର ବୃଦ୍ଧି କରାଯାଇଛି। କିନ୍ତୁ ୧୪ କେଜି ଘରୋଇ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଶେଷ ଥର ପାଇଁ ଘରୋଇ ସିଲିଣ୍ଡର ମୂଲ୍ୟ ଫେବୃଆରୀ ୧ରେ ୧୪ ଟଙ୍କା ବୃଦ୍ଧି କରାଯାଇଥିଲା। 

Advertisment

ଆଜି ୧୯ କେଜି କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ୨୫ ଟଙ୍କା ବୃଦ୍ଧି ପାଇଛି। ଏହି ଦର ବୃଦ୍ଧି ସହ ଦିଲ୍ଲୀରେ ଗ୍ୟାସ ସିଲିଣ୍ଡର ଦାମ୍ ୧,୯୭୫ ଟଙ୍କାରେ ପହଞ୍ଚିଛି। ସେହିପରି କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦାମ୍ କୋଲକାତାରେ ୧,୯୧୧ ଟଙ୍କା, ମୁମ୍ବାଇରେ ୧,୭୪୯ ଟଙ୍କା ଏବଂ ଚେନ୍ନାଇରେ ୧,୯୬୦.୫୦ ଟଙ୍କା  ରହିଛି। ଅନ୍ୟ ପ୍ରମୁଖ ସହରଗୁଡିକରେ ମଧ୍ୟ ସମାନ ଭାବେ ଦାମ୍ ବୃଦ୍ଧି ହୋଇଛି। 

Cylinder Price Commercial Cylinder Rate Increased LPG Price Hike
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe