Advertisment

ପୁଣି ବଢ଼ିଲା ଗ୍ୟାସ୍‌ ରେଟ୍‌; ଜାଣି ରଖନ୍ତୁ, ନୂଆ ମୂଲ୍ୟ

ମାର୍ଚ୍ଚ ଆରମ୍ଭରୁ ବଡ଼ ଝଟକା। ପୁଣି ଥରେ ବଢ଼ିଲା ଏଲପିଜି ସିଲିଣ୍ଡର ମୂଲ୍ୟ । ଆଜିଠାରୁ ଲାଗୁ ହୋଇଛି ନୂଆ ଦର ।

Gas

Gas

Advertisment

ମାର୍ଚ୍ଚ ଆରମ୍ଭରୁ ବଡ଼ ଝଟକା। ପୁଣି ଥରେ ବଢ଼ିଲା କମର୍ସିଆଲ୍ ଏଲପିଜି ସିଲିଣ୍ଡର ମୂଲ୍ୟ । ଆଜିଠାରୁ ଲାଗୁ ହୋଇଛି ନୂଆ ଦର ।

Advertisment

ନୂଆ ଦର ଅନୁଯାୟୀ, କମର୍ସିଆଲ୍ ଏଲପିଜି ସିଲିଣ୍ଡର ମୂଲ୍ୟ ରାଜଧାନୀ ଦିଲ୍ଲୀରେ ୨୫ ଟଙ୍କା, ମୁମ୍ବାଇରେ ୨୬ ଟଙ୍କା ବଢ଼ିଛି। ଗତ ମାସ ବଜେଟ ଆଗତ ଦିନରେ କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ଦାମ ୧୪ ଟଙ୍କା ବଢ଼ିଥିବା ବେଳେ ଆଜି ବଢ଼ିଛି ୨୫ ଟଙ୍କା।

IOCL ୱେବସାଇଟରେ ନୂଆ ଦର ବିଷୟରେ ସୂଚନା ଦିଆଯାଇଛି। ନୂଆ ଦର ଅନୁଯାୟୀ, ଦିଲ୍ଲୀରେ କମର୍ସିଆଲ ଗ୍ୟାସ ସିଲିଣ୍ଡର ମୂଲ୍ୟ ଏବେ ୧୭୯୫ ଟଙ୍କାରେ ପହଞ୍ଚିଛି। କୋଲକତାରେ ଏହି ମୂଲ୍ୟ ୧୯୧୧ ଟଙ୍କା ହୋଇଥିବା ବେଳେ ମୁମ୍ବାଇରେ ୧୭୪୯ ଟଙ୍କା ଓ ଚେନ୍ନାଇରେ ଏହା ୧୯୬୦.୫୦ ଟଙ୍କାରେ ପହଞ୍ଚିଛି ।

Advertisment

ଘରୋଇ ଗ୍ୟାସ ଦାମ କିଛି ଦିନ ହେବ ସ୍ଥିର ଥିବା ବେଳେ କମର୍ସିଆଲ ଗ୍ୟାସ ସିଲିଣ୍ଡର ବଢ଼ି ବଢ଼ି ଚାଲିଛି। ଗତ ଦୁଇ ମାସ ହେବ କମର୍ସିଆଲ ଗ୍ୟାସ ସିଲିଣ୍ଡର ଦାମରେ ବୃଦ୍ଧି ହେଉଥିବା ବେଳେ ଜାନୁୟାରୀରେ ସାମାନ୍ୟ ଆଶ୍ୱସ୍ତ ମିଳିଥିଲା। ଗତ ଜାନୁୟାରୀ ୧ ତାରିଖରେ ଅୟଲ ମାର୍କେଟିଂ କମ୍ପାନୀ କମର୍ସିଆଲ ଗ୍ୟାସ ସିଲିଣ୍ଡର ଦାମରେ ୧.୫୦ ଟଙ୍କାରୁ ୪.୫୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିଥିଲେ। ମାତ୍ର ଏହାପରେ ଦୁଇ ଥର ଏହି ଦରରେ ବୃଦ୍ଧି ଘଟିଥିବାରୁ କମର୍ସିଆଲ୍ ଗ୍ୟାସ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

Gas Price
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe