Advertisment

ଗ୍ରାହକଙ୍କୁ ଝଟ୍‌କା, ପୁଣି ବଢ଼ିଲା ଗ୍ୟାସ୍‌ ସିଲିଣ୍ଡର ଦର

ସିଲିଣ୍ଡର ପିଛା ଦର ୧୬ଟଙ୍କା ୫୦ ପଇସା ବଢ଼ିଛି।

LPG Cylender

LPG Cylender

Advertisment

ଖାଉଟିଙ୍କୁ ଝଟ୍‌କା। ପୁଣି ବଢ଼ିଲା ଗ୍ୟାସ୍‌ ସିଲିଣ୍ଡର ଦର। ବର୍ଷର ଶେଷ ମାସର ପ୍ରଥମ ଦିନରେ ପୁଣିଥରେ ମହଙ୍ଗା ମାଡ଼ ବାଜିଛି। ତୈଳ ମାର୍କେଟିଂ କମ୍ପାନୀଗୁଡିକ କମର୍ସିଆଲ୍‌ ତଥା ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦରରେ ବୃଦ୍ଧି କରିଛନ୍ତି।

Advertisment

ସୂଚନା ମୁତାବକ, ୧୯ କିଲୋଗ୍ରାମ ସିଲିଣ୍ଡର ପିଛା ଦର ୧୬ଟଙ୍କା ୫୦ ପଇସା ବଢ଼ିଛି। ଫଳରେ ସିଲିଣ୍ଡର ପିଛା ଦାମ୍‌ ଦିଲ୍ଲୀରେ ୧୮୧୮.୫୦ ଟଙ୍କାରେ ପହଞ୍ଚିଛି। ସେହିପରି କୋଲକାତାରେ ୧୯ କିଲୋଗ୍ରାମର ସିଲିଣ୍ଡରର ଦାମ୍‌ ୧୯୨୭, ମୁମ୍ବାଇରେ ୧୭୭୧ ଓ ଚେନ୍ନାଇରେ ୧୯୮୦.୫୦ ଟଙ୍କାରେ ପହଞ୍ଚିଛି।

ଲଗାତର ପଞ୍ଚମଥର ପାଇଁ ତୈଳ କମ୍ପାନୀଗୁଡିକ କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ଦରରେ ବୃଦ୍ଧି କରିଛନ୍ତି। ଗତ ମାସରେ ମଧ୍ୟ କମର୍ସିଆଲ୍‌ ଏଲପିଜି ସିଲିଣ୍ଡର ଦରରେ ବୃଦ୍ଧି ୬୨ଟଙ୍କା ଘଟିଥିଲା। ଏହାପୂର୍ବରୁ ଅକ୍ଟୋବରରେ ୪୮.୫୦, ସେପ୍ଟେମ୍ବରରେ ୩୯ ଏବଂ ଅଗଷ୍ଟରେ ୬.୫୦ ଟଙ୍କା ବୃଦ୍ଧି କରାଯାଇଥିଲା।

Advertisment

ତେବେ ଘରୋଇ ସିଲିଣ୍ଡର ତଥା ୧୫ କିଲୋଗ୍ରାମ ଗ୍ୟାସ୍‌ ସିଲିଣ୍ଡର ଦରରେ କୌଣସି ବୃଦ୍ଧି କରାଯାଇନାହିଁ। ଏହାର ଦାମ୍‌ ୮୩୦ ଟଙ୍କା ରହିଛି।

LPG Price Hike LPG Cylinder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe