Advertisment

ବାଜିଲା ମହଙ୍ଗା ଛାଟ, ବଢ଼ିଲ ଗ୍ୟାସ୍‌ ଦର

ଚଳିତ ମାସ ତୈଳ କମ୍ପାନୀମାନଙ୍କ ପକ୍ଷରୁ ୧୯ କିଲୋର କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ଦାମକୁ ବଢ଼ାଇ ଦିଆଯାଇଛି। ସିଲିଣ୍ଡର ପିଛା ୧୪ ଟଙ୍କା ବଢ଼ିଥିବା ଜଣାଯାଇଛି। ଏହି ନୂଆ ଦର ଆଜିଠୁ ଲାଗୁ ହେବ।

Gas Rate

Gas Rate

Advertisment

ଆଜି ହେଉଛି ଫେବୃୟାରୀ ୧ ତାରିଖ । ତୈଳ କମ୍ପାନୀମାନଙ୍କ ପକ୍ଷରୁ ଆଜି ଏଲପିଜି ଗ୍ୟାସ୍‌ ସିଲିଣ୍ଡରର ଦାମକୁ ଅପଡେଟ କରିଛନ୍ତି। ଚଳିତ ମାସ ତୈଳ କମ୍ପାନୀମାନଙ୍କ ପକ୍ଷରୁ ୧୯ କିଲୋର କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ଦାମକୁ ବଢ଼ାଇ ଦିଆଯାଇଛି। ସିଲିଣ୍ଡର ପିଛା ୧୪ ଟଙ୍କା ବଢ଼ିଥିବା ଜଣାଯାଇଛି। ଏହି ନୂଆ ଦର ଆଜିଠୁ ଲାଗୁ ହେବ।

Advertisment

୧୯ କେଜିର କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ଦାମ୍‌ ଦିଲ୍ଲୀରେ ୧୭୫୫. ୫୦ ଟଙ୍କାରୁ ବଢ଼ି ୧୭୬୯.୫୦ ଟଙ୍କାରେ ପହଞ୍ଚିଛି। କୋଲକତାରେ ଏହି ଦାମ୍‌ ୧୮୬୯ ଟଙ୍କାରୁ ୧୮୮୭ ଟଙ୍କାରେ ପହଞ୍ଚିଛି। ମୁମ୍ବାଇରେ ଏହି ଦାମ୍‌ ୧୭୦୮ରୁ ୧୭୨୩ ଟଙ୍କାରେ ପହଞ୍ଚିଛି। ଚେନ୍ନାଇରେ ନୂଆ ଦର ୧୯୨୪.୫୦ ଟଙ୍କାରୁ ବଢ଼ି ୧୯୩୭ ଟଙ୍କାରେ ପହଞ୍ଚିଛି।

ଗତ ମାସରେ କମର୍ସିଆଲ ଗ୍ୟାସ୍‌ ଦର ସାମାନ୍ୟ କମିଥିବା ବେଳେ ଏଥର ପୁଣି ତାହା ଉପରମୁହାଁ ହୋଇଛି। ଘରୋଇ ଏଲପିଜିର ଦାମ ସ୍ଥିର ରହୁଥିବା ବେଳେ କମର୍ସିଆଲ ଗ୍ୟାସର ଦାମ କିନ୍ତୁ ବାରମ୍ବାର ପରିବର୍ତ୍ତନ ହେଉଛି।

Advertisment
Gas Price
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe