Advertisment

SEBIର ପ୍ରଥମ ମହିଳା ଅଧ୍ୟକ୍ଷ ହେଲେ ମାଧବୀ ପୁରୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସୋମବାର ମାଧବୀ ପୁରୀ ବୁଚଙ୍କୁ ସିକ୍ୟୁରିଟୀ ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (SEBI)ର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି। ଏଥିସହ ମାଧବୀ ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆର ପ୍ରଥମ ମହିଳା ଅଧ୍ୟକ୍ଷ ହୋଇଛନ୍ତି। ଆଇସିଆଇସିଆଇ ସିକ୍ୟୁରିଟିଜର ପୂର୍ବତନ ମୁଖ୍ୟ ମାଧବୀ ଏପ୍ରିଲ୍ ୫, ୨୦୧୭ରୁ ଅକ୍ଟୋବର ୪, ୨୦୨୧ ପର୍ଯ୍ୟନ୍ତ SEBIର ପୂର୍ଣ୍ଣକାଳୀନ ସଦସ୍ୟ (WTM) ଭାବେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି। ଏବେ ସେ ଅଜୟ ତ୍ୟାଗୀଙ୍କ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
SEBIର ପ୍ରଥମ ମହିଳା ଅଧ୍ୟକ୍ଷ ହେଲେ ମାଧବୀ ପୁରୀ

madhabi-puri

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସୋମବାର ମାଧବୀ ପୁରୀ ବୁଚଙ୍କୁ ସିକ୍ୟୁରିଟୀ ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (SEBI)ର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି। ଏଥିସହ ମାଧବୀ ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆର ପ୍ରଥମ ମହିଳା ଅଧ୍ୟକ୍ଷ ହୋଇଛନ୍ତି। ଆଇସିଆଇସିଆଇ ସିକ୍ୟୁରିଟିଜର ପୂର୍ବତନ ମୁଖ୍ୟ ମାଧବୀ ଏପ୍ରିଲ୍ ୫, ୨୦୧୭ରୁ ଅକ୍ଟୋବର ୪, ୨୦୨୧ ପର୍ଯ୍ୟନ୍ତ SEBIର ପୂର୍ଣ୍ଣକାଳୀନ ସଦସ୍ୟ (WTM) ଭାବେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି। ଏବେ ସେ ଅଜୟ ତ୍ୟାଗୀଙ୍କ ସ୍ଥାନ ନେବେ, ଯାହାଙ୍କ କାର୍ଯ୍ୟକାଳ ଫେବ୍ରୁଆରୀ ୨୮ ତାରିଖ ଅର୍ଥାତ୍ ଆଜି ଶେଷ ହେଉଛି।

Advertisment

ପିଟିଆଇ ରିପୋର୍ଟ ଅନୁସାରେ, ପ୍ରଥମଥର ପାଇଁ ଜଣେ ମହିଳା କ୍ୟାପିଟାଲ ମାର୍କେଟ ରେଗୁଲେଟରର ନେତୃତ୍ୱ ନେବାକୁ ଯାଉଛନ୍ତି। ବୁଚ୍ ଆଇସିଆଇସିଆଇ ବ୍ୟାଙ୍କରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ବୁଚ୍ ୨୦୦୯ ଫେବ୍ରୁଆରୀରୁ ମେ’ ୨୦୧୧ ପର୍ଯ୍ୟନ୍ତ ICICI ବ୍ୟାଙ୍କର ଏମଡି ଓ ସିଇଓ ରହିସାରିଛନ୍ତି। ଏହା ପରେ ସେ ସିଙ୍ଗାପୁର ଚାଲିଯାଇଥିଲେ, ଯେଉଁଠାରେ ସେ ଗ୍ରେଟର୍ ପ୍ୟାସିଫିକ୍ କ୍ୟାପିଟାଲ୍ ଏଲଏଲପିରେ ବଡ଼ ଦାୟିତ୍ୱ ବହନ କରିଥିଲେ।

ହିମାଚଳ ପ୍ରଦେଶ କ୍ୟାଡର୍ ୧୯୮୪ ବ୍ୟାଚର ଆଇଏଏସ୍ ଅଫିସର୍ ଅଜୟ ତ୍ୟାଗୀଙ୍କୁ ମାର୍ଚ୍ଚ ୧, ୨୦୧୭ରେ ତିନି ବର୍ଷ ପାଇଁ ସେବିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିଲା। ଏହା ପରେ ତାଙ୍କର କାର୍ଯ୍ୟକାଳକୁ ୬ ମାସ ବୃଦ୍ଧି କରାଯାଇଥିଲା। ପରେ ଅଗଷ୍ଟ ୨୦୨୦ ରେ ତାଙ୍କର କାର୍ଯ୍ୟକାଳକୁ ଆଉ ୧୮ ମାସ ବଢ଼ାଯାଇଥିଲା।

Advertisment

ଅର୍ଥ ମନ୍ତ୍ରାଳୟ SEBIର ଅଧ୍ୟକ୍ଷ ପଦ ପାଇଁ ଅକ୍ଟୋବର, ୨୦୨୧ରେ ଆବେଦନ ଆହ୍ୱାନ କରିଥିଲା ଏବଂ ଆବେଦନ କରିବାର ଶେଷ ତାରିଖ ଡିସେମ୍ବର ୬, ୨୦୨୧ ଥିଲା। ନିୟାମକ ନିଯୁକ୍ତି ପ୍ରକ୍ରିୟା ଅନୁସାରେ, କ୍ୟାବିନେଟ୍ ସଚିବଙ୍କ ଅଧ୍ୟକ୍ଷତା ବିଶିଷ୍ଟ ଫାଇନାନ୍ସିଆଲ୍ ସେକ୍ଟର ରେଗୁଲେଟରୀ ଆପଏଣ୍ଟମେଣ୍ଟ ସର୍ଚ୍ଚ କମିଟି (FSRASC) ଦ୍ୱାରା ପ୍ରାର୍ଥୀଙ୍କୁ ସର୍ଟଲିଷ୍ଟ କରାଯାଇଥାଏ। ସର୍ଟଲିଷ୍ଟ କରାଯାଇଥିବା ପ୍ରାର୍ଥୀଙ୍କ ସାକ୍ଷାତକାର ତିନି ଜଣ ବାହ୍ୟ ବିଶେଷଜ୍ଞଙ୍କ ପ୍ୟାନେଲ ଦ୍ୱାରା ନିଆଯାଇଥାଏ, ଯେଉଁମାନଙ୍କର ଆର୍ଥିକ ମାମଲାରେ ସଚିବ ଓ ସେହି କ୍ଷେତ୍ରରେ ଜ୍ଞାନ ଥିବ।

ଉଚ୍ଚସ୍ତରୀୟ ପ୍ୟାନେଲରେ ବିଜ୍ଞାପିତ ପଦବୀ ପାଇଁ ଆବେଦନ କରିଥିବା ବ୍ୟକ୍ତିଙ୍କ ବ୍ୟତୀତ ଅନ୍ୟ ନାମ ଉପରେ ସୁପାରିସ କରିବାର ଅଧିକାର ମଧ୍ୟ ରହିଛି। ସାକ୍ଷାତକାର ଆଧାରରେ FSRASC ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତା ବିଶିଷ୍ଟ କ୍ୟାବିନେଟର ନିଯୁକ୍ତି କମିଟିକୁ ନାଁ ସୁପାରିସ୍ କରିଥାଏ, ଯେଉଁଥିରେ କମିଟି ଜଣଙ୍କ ନାଁ ଉପରେ ଶେଷ ନିଷ୍ପତ୍ତି ନେଇଥାଏ।