Advertisment

ଧନୀ ତାଲିକାରେ ଏଲନ ମସ୍କଙ୍କୁ ଟପିଗଲେ ମାର୍କ ଜୁକରବର୍ଗ

ଦୀର୍ଘ ଚାରି ବର୍ଷ ମଧ୍ୟରେ ପ୍ରଥମ କରି ଧନୀ ତାଲିକାରେ ମସ୍କଙ୍କୁ ଟପି ଯାଇଛନ୍ତି ଜୁକରବର୍ଗ।

author-image
Debibandita Barick
Elon Musk & Mark Zuckerberg

Elon Musk & Mark Zuckerberg

ମେଟା ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଧନୀ ତାଲିକାରେ ଏଲନ ମସ୍କଙ୍କୁ ଅତିକ୍ରମ କରି ଯାଇଛନ୍ତି। ଦୀର୍ଘ ଚାରି ବର୍ଷ ମଧ୍ୟରେ ପ୍ରଥମ କରି ଜୁକରବର୍ଗ, ଏଲନ ମସ୍କଙ୍କୁ ପଛରେ ପକାଇ ବିଶ୍ୱର ତୃତୀୟ ଧନୀ ବ୍ୟକ୍ତି ହୋଇଛନ୍ତି।

Advertisment

ମାର୍ଚ୍ଚ ମାସ ଆରମ୍ଭରେ ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସରେ ପ୍ରଥମ ସ୍ଥାନ ଅଧିକାର କରିଥିବା ମସ୍କ ଚତୁର୍ଥ ସ୍ଥାନକୁ ଖସି ଆସିଛନ୍ତି। ଚଳିତ ବର୍ଷ ମସ୍କଙ୍କ ସମ୍ପତ୍ତି ୪୮.୪ ବିଲିୟନ ଡ଼ଲାର ହ୍ରାସ ପାଇଥିବାବେଳେ ଜୁକରବର୍ଗ ତାଙ୍କ ସମ୍ପତ୍ତିରେ ୫୮.୯ ବିଲିୟନ ଡ଼ଲାର ଯୋଡିଛନ୍ତି। ବ୍ୟବସାୟରେ ଏହି କାରବାର ସହ ଜୁକରବର୍ଗ ଧନୀ ତାଲିକାର ତୃତୀୟ ସ୍ଥାନରେ ପହଞ୍ଚିଥିବା ଫୋରବସ୍ ରିପୋର୍ଟ କରିଛି। 

ନଭେମ୍ବର ୧୬, ୨୦୨୦ ପରଠାରୁ ପ୍ରଥମ କରି ଜୁକରବର୍ଗ ବ୍ଲୁମବର୍ଗର ଧନୀ ବ୍ୟକ୍ତିଙ୍କ ମାନ୍ୟତାର ଶୀର୍ଷ ତିନିରେ ପ୍ରବେଶ କରିଛନ୍ତି। ମସ୍କଙ୍କ ବର୍ତ୍ତମାନ ନିଟ୍ ମୂଲ୍ୟ ୧୮୦.୬ ବିଲିୟନ ଡ଼ଲାର ଥିବାବେଳେ ଜୁକରବର୍ଗଙ୍କର ୧୮୬.୯ ବିଲିୟନ ଡ଼ଲାର ରହିଛି। 

Advertisment
Elon Musk World's Richest Person Mark Zuckerberg