Advertisment

ଦୁଇ ଦଶନ୍ଧି ପରେ ୟୁରୋ ଓ ଡଲାରର ମୂଲ୍ୟ ସମାନ

ଲଣ୍ଡନ: ଦିନକୁ ଦିନ ୟୁରୋର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ଦୀର୍ଘ ୨୦ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ୟୁରୋ ଓ ଡଲାରର ମୂଲ୍ୟ ସମାନ ହୋଇଯାଇଛି। ଡଲାର ତୁଳନାରେ ୟୁରୋର ମୂଲ୍ୟ ୧୨% ହ୍ରାସ ପାଇବାରୁ ଏପରି ସ୍ଥିତି ସୃଷ୍ଟି ହୋଇଛି। ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୋଗୁ ଏନର୍ଜି ସଙ୍କଟ ଦେଖାଯାଇଛି। ସେହିପରି ୟୁରୋପକୁ ରୁଷ ରପ୍ତାନୀ କରୁଥିବା ଗ୍ୟାସକୁ ମଧ୍ୟ ହ୍ରାସ କରି ଦେଇଛି। ଫଳରେ […]

ଦୁଇ ଦଶନ୍ଧି ପରେ ୟୁରୋ ଓ ଡଲାରର ମୂଲ୍ୟ ସମାନ

euro

Advertisment

ଲଣ୍ଡନ: ଦିନକୁ ଦିନ ୟୁରୋର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ଦୀର୍ଘ ୨୦ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ୟୁରୋ ଓ ଡଲାରର ମୂଲ୍ୟ ସମାନ ହୋଇଯାଇଛି। ଡଲାର ତୁଳନାରେ ୟୁରୋର ମୂଲ୍ୟ ୧୨% ହ୍ରାସ ପାଇବାରୁ ଏପରି ସ୍ଥିତି ସୃଷ୍ଟି ହୋଇଛି। ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୋଗୁ ଏନର୍ଜି ସଙ୍କଟ ଦେଖାଯାଇଛି।

Advertisment

ସେହିପରି ୟୁରୋପକୁ ରୁଷ ରପ୍ତାନୀ କରୁଥିବା ଗ୍ୟାସକୁ ମଧ୍ୟ ହ୍ରାସ କରି ଦେଇଛି। ଫଳରେ ୟୁରୋ ପ୍ରଚଳିତ ହେଉଥିବା ୟୁରୋପୀୟ ଦେଶରେ ଆର୍ଥିକ ମାନ୍ଦାବସ୍ଥା ଦେଖିବାକୁ ମିଳିଛି। ତେବେ ୟୁରୋର ମୂଲ୍ୟ ହ୍ରାସ ଏହି ଠାରେ ଥମିବ ନାହିଁ। ଆଗକୁ ଆହୁରି ସଙ୍କଟମୟ ସ୍ଥିତି ସୃଷ୍ଟି ହେବ ବୋଲି ଅର୍ଥନୀତିକ ବିଶାରଦ ପାଇଁ ମତ ଦେଇଛନ୍ତି। ସେହିରି ଭାରତୀୟ ଟଙ୍କାର ଯଦି ତୁଳନା କରିବା, ତା’ହେଲେ ଗୋଟିଏ ଡଲାରର ମୂଲ୍ୟ ପ୍ରାୟ ୮୦ ଟଙ୍କା ସହ ସମାନ ହୋଇଗଲାଣି।

ଯୁଦ୍ଧ ପୂର୍ବରୁ ୟୁରୋପୀୟ ୟୁନିୟର ୪୦% ଗ୍ୟାସ ଆବଶ୍ୟକତା ରୁଷ ପୂରଣ କରୁଥିଲା। କିନ୍ତୁ ବର୍ତ୍ତମାନ ଏହି ସ୍ଥିତି ବଦଳି ଯାଇଛି। ୟୁକ୍ରେନ ଉପରେ ଆକ୍ରମଣ ପରେ ୟୁରୋପୀୟ ଦେଶଗୁଡ଼ିକ ରୁଷ ସହିତ ବ୍ୟବସାୟିକ ସମ୍ପର୍କଚ୍ଛିନ୍ନ କରିବା ଆରମ୍ଭ କରିଛନ୍ତି। ଏଥିଯୋଗୁ ରୁଷରୁ ଆସୁଥିବା ଗ୍ୟାସର ଅଭାବ ଦେଖାଯାଇଛି। କିଛି ୟୁରୋପୀୟ ଦେଶକୁ ରୁଷ ମଧ୍ୟ ଗ୍ୟାସ ଯୋଗାଣ ହ୍ରାସ କରିଛି। ନିକଟରେ ରୁଷ ନର୍ଡ ଷ୍ଟ୍ରିମ୍ ପାଇପଲାଇନ ମାଧ୍ୟମରେ ଜର୍ମାନୀକୁ ସପ୍ଲାଏ କରୁଥିବା ଗ୍ୟାସର ପରିମାଣକୁ ୬୦ ପ୍ରତିଶତ କମ କରିଥିଲା।

Advertisment

ମୁଦ୍ରାସ୍ଫୀତି ଉପରେ ରୋକ ଲଗାଇବା ପାଇଁ ୟୁରୋପୀୟ କେନ୍ଦ୍ରୀୟ ବ୍ୟାଙ୍କ ଚଳିତ ମାସରେ ସୁଧ ହାର ବୃଦ୍ଧି କରିବାକୁ ଚିନ୍ତା କରୁଛି। ୨୦୧୧ ପରେ ପ୍ରଥମ ଥର ପାଇଁ ୟୁରୋପୀୟ କେନ୍ଦ୍ରୀୟ ବ୍ୟାଙ୍କ ସୁଧ ହାର ବୃଦ୍ଧି କରିବାକୁ ଯୋଜନା କରିଛି। ଏହି ସବୁ କାରଣରୁ ୟୁରୋ ଉପରେ ଚାପ ବଢ଼ିଛି। ତେଣୁ ଏହାର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ୟୁରୋର ମୂଲ୍ୟ ହ୍ରାସ ହେବାର ଅର୍ଥ ନିବେଶକମାନେ ଏଠାରୁ ନିଜର ଟଙ୍କା ପ୍ରତ୍ୟାହାର କରିବାରେ ଲାଗିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe