Advertisment

ମାରୁତି ସୁଜୁକିକୁ ୨୦୦ କୋଟି ଟଙ୍କାର ଫାଇନ

ନୂଆଦିଲ୍ଲୀ: ଭାରତର କମ୍ପିଟିସନ କମିଶନ ଅଫ୍ ଇଣ୍ଡିଆ (ସିସିଆଇ) ଦେଶର ସର୍ବବୃହତ କାର ନିର୍ମାତା କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଉପରେ ୨୦୦ କୋଟି ଟଙ୍କାର ଜୋରିମାନା ଲାଗୁ କରିଛି। ପ୍ରତିଯୋଗିତା ବିରୋଧୀ କାର୍ଯ୍ୟକଳାପ ପାଇଁ କମ୍ପାନୀ ଉପରେ ଏପରି ଜୋରିମାନା ଲାଗୁ କରାଯାଇଛି। କମ୍ପାନୀ ଡିଲରମାନଙ୍କୁ କାର୍‌ ଉପରେ ରିହାତି ଦେବାକୁ ନିଜ ଇଚ୍ଛା ଅନୁସାରେ ବାଧ୍ୟ କରିଥିଲା। ଏଥିପାଇଁ ୨୦୧୯ରୁ ସିସିଆଇ କମ୍ପାନୀ ଉପରେ ନଜର ରଖିଥିଲା। ତଦନ୍ତକୁ ଆଧାର କରି ଆଜି ସିସିଆଇ […]

author-image
Hemant Lenka
ମାରୁତି ସୁଜୁକିକୁ ୨୦୦ କୋଟି ଟଙ୍କାର ଫାଇନ

Maruti

ନୂଆଦିଲ୍ଲୀ: ଭାରତର କମ୍ପିଟିସନ କମିଶନ ଅଫ୍ ଇଣ୍ଡିଆ (ସିସିଆଇ) ଦେଶର ସର୍ବବୃହତ କାର ନିର୍ମାତା କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଉପରେ ୨୦୦ କୋଟି ଟଙ୍କାର ଜୋରିମାନା ଲାଗୁ କରିଛି। ପ୍ରତିଯୋଗିତା ବିରୋଧୀ କାର୍ଯ୍ୟକଳାପ ପାଇଁ କମ୍ପାନୀ ଉପରେ ଏପରି ଜୋରିମାନା ଲାଗୁ କରାଯାଇଛି। କମ୍ପାନୀ ଡିଲରମାନଙ୍କୁ କାର୍‌ ଉପରେ ରିହାତି ଦେବାକୁ ନିଜ ଇଚ୍ଛା ଅନୁସାରେ ବାଧ୍ୟ କରିଥିଲା। ଏଥିପାଇଁ ୨୦୧୯ରୁ ସିସିଆଇ କମ୍ପାନୀ ଉପରେ ନଜର ରଖିଥିଲା।

Advertisment

ତଦନ୍ତକୁ ଆଧାର କରି ଆଜି ସିସିଆଇ ଗୋଟିଏ ନିର୍ଦ୍ଦେଶନାମା ଜାରି କରିଛି। ଏଥିରେ କମ୍ପାନୀକୁ ଏପରି କାର୍ଯ୍ୟକଳାପ କରିବାକୁ ବାରଣ କରାଯାଇଛି ଓ ୬୦ ଦିନ ମଧ୍ୟରେ ଜୋରିମାନା ଅର୍ଥ ପୈଠ କରିବାକୁ କୁହାଯାଇଛି। ମାରୁତି ଏହାର ଡିଲରମାନଙ୍କୁ ସେମାନେ ପ୍ରଦାନ କରୁଥିବା ରିହାତିକୁ ସୀମିତ ରଖିବାକୁ ବାଧ୍ୟ କରିଥିଲା।

ଯଦି ଡିଲରମାନେ ମୁକ୍ତ ଭାବେ କାମ କରିଥାଆନ୍ତେ, ତା’ହେଲେ ଗ୍ରାହକଙ୍କୁ ଫାଇଦା ହୋଇଥାଆନ୍ତା ଓ ସେମାନେ କମ ଦାମରେ ଗାଡ଼ି ମଧ୍ୟ ପାଇପାରି ଥାଆନ୍ତେ। କିନ୍ତୁ କମ୍ପାନୀର ଡିଲରମାନଙ୍କ ଉପରେ ଚାପ ଗ୍ରାହକଙ୍କୁ କ୍ଷତିରେ ପକାଇଥିଲା। ସିସିଆଇ ତା’ର ୧୦ ପୃଷ୍ଠାର ତଦନ୍ତ ରିପୋର୍ଟରେ କହିଛି ଯେ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ମାରୁତି ସୁଜୁକି ଇଣ୍ଡିଆର ଡିଲରମାନଙ୍କୁ ସେମାନଙ୍କ ଗ୍ରାହକଙ୍କୁ ଅତିରିକ୍ତ ରିହାତି ପ୍ରଦାନ କରିବାକୁ ଅନୁମତି ଦେଇ ନଥିଲା। ଯଦି କୌଣସି ଡିଲର ଅନୁମତିପ୍ରାପ୍ତ ସ୍ତରଠାରୁ ଅଧିକ ରିହାତି ପ୍ରଦାନ କରୁଥିବା ଜଣାପଡ଼ିଥିଲା, ତା’ହେଲେ ସେମାନଙ୍କ ଉପରେ ଜୋରିମାନା ମଧ୍ୟ ଲାଗୁ କରାଯାଇଥିଲା।

Advertisment

ଆୟୋଗ ଏହା ମଧ୍ୟ କହିଛି ଜଣେ ନିର୍ଦ୍ଦିଷ୍ଟ ଡିଲର ମାରୁତି ବିରୋଧରେ ଏକ ଅଜ୍ଞାତ ଇ-ମେଲ ପଠାଇବା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା।