Advertisment

କରୋନା ସଂକ୍ରମଣ ତଳମୁହାଁ, ତେଲ ଦର ଉପରମୁହାଁ

ନୂଆଦିଲ୍ଲୀ: କରୋନା ବେଲଗାମ ବୋଲି କୁହାଯାଉଛି। ହେଲେ ଲକଡାଉନ, ଶଟଡାଉନ ସହିତ ଆବଶ୍ୟକ ଚିକିତ୍ସା ଜରିଆରେ ଏବେ ଏହି ସଂକ୍ରମଣ କମୁଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟରୁ ଜଣାପଡ଼ିଛି। କିନ୍ତୁ ଦେଶରେ ତେଲ ଦର କମିବାର ନାଁ ଧରୁନି। ପ୍ରତିଦିନ ତେଲ ଦର ବୃଦ୍ଧି ହେଉଛି। ଯାହାକି ସାଧାରଣ ଓ ମଧ୍ୟବିତ୍ତ ପରିବାର ଲୋକଙ୍କ ପକେଟ ଉପରେ ବୋଝ ସାବ୍ୟସ୍ତ ହୋଇଛି। ଆଜି ଉଭୟ ପେଟ୍ରୋଲ ଓ ଡିଜେଲ ଦର ୨୯ ପଇସା ବୃଦ୍ଧି ପାଇଛି। ମେ ୪ […]

ଅଦ୍ୟତନ ହୋଇଛି
ପୁଣି ବଢ଼ିଲା ପେଟ୍ରୋଲ୍‌-ଡିଜେଲ୍‌ ଦାମ୍‌

Petrol and diesel Price

Advertisment

ନୂଆଦିଲ୍ଲୀ: କରୋନା ବେଲଗାମ ବୋଲି କୁହାଯାଉଛି। ହେଲେ ଲକଡାଉନ, ଶଟଡାଉନ ସହିତ ଆବଶ୍ୟକ ଚିକିତ୍ସା ଜରିଆରେ ଏବେ ଏହି ସଂକ୍ରମଣ କମୁଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟରୁ ଜଣାପଡ଼ିଛି। କିନ୍ତୁ ଦେଶରେ ତେଲ ଦର କମିବାର ନାଁ ଧରୁନି। ପ୍ରତିଦିନ ତେଲ ଦର ବୃଦ୍ଧି ହେଉଛି। ଯାହାକି ସାଧାରଣ ଓ ମଧ୍ୟବିତ୍ତ ପରିବାର ଲୋକଙ୍କ ପକେଟ ଉପରେ ବୋଝ ସାବ୍ୟସ୍ତ ହୋଇଛି। ଆଜି ଉଭୟ ପେଟ୍ରୋଲ ଓ ଡିଜେଲ ଦର ୨୯ ପଇସା ବୃଦ୍ଧି ପାଇଛି।

Advertisment

ମେ ୪ ପାଖରୁ ଚଳିତ ମାସରେ ତେଲ ଦର ମୋଟ୍ ୧୬ ଥର ବୃଦ୍ଧି ପାଇଛି। ଏବେ ବିଭିନ୍ନ ରାଜ୍ୟରେ ପେଟ୍ରୋଲ ୧୦୦ ଟଙ୍କା ଉପରେ ବିକ୍ରି ହେଉଥିବା ବେଳେ ଡିଜେଲ ଦର ମଧ୍ୟ ଖୁବ ଶୀଘ୍ର ସେଞ୍ଚୁରୀ ମାରିବ ବୋଲି ଜଣାପଡ଼ିଛି।

୨୯ ପଇସା ବୃଦ୍ଧି ସହିତ ଦିଲ୍ଲୀରେ ପେଟ୍ରୋଲ ଦର ୯୪.୨୩ ପଇସା ଡିଜେଲ ୮୫.୧୫ ପଇସା ରହିଛି। ସେହିପରି ମୁମ୍ୱାଇରେ ପେଟ୍ରୋଲ ଦର ୧୦୦ ଟଙ୍କା ୪୭ ପଇସା ହୋଇଥିବା ବେଳେ ଡିଜେଲ ଦର ୯୨.୪୫ ପଇସା ହୋଇଛି। ଭୋପାଳରେ ୧୦୨.୩୪ ପଇସା ପେଟ୍ରୋଲ ଦର ଛୁଇଁଥିବା ବେଳେ ଡିଜେଲ ଦର ୯୩.୩୭ ପଇସା ହୋଇଛି। ସେହିପରି କୋଲକାତାରେ ପେଟ୍ରୋଲ ଲିଟର ପିଛା ୯୪.୨୫ ପଇସା ରହିଥିବା ବେଳେ ଡିଜେଲ ଦର ୮୭.୭୪ ପଇସା ରହିଛି।

Advertisment

ଓଡ଼ିଶାରେ ମଧ୍ୟ କିଛି ସ୍ଥାନରେ ତେଲ ଦର ୧୦୦ ଟଙ୍କା ଟପିଛି। ରବିବାର ପାଖରୁ ମାଲକାନଗିରି ଜିଲ୍ଲା କାଲିମେଳାରେ ପେଟ୍ରୋଲ ଲିଟର ପ୍ରତି ୧୦୦ ଟଙ୍କା ଅତିକ୍ରମ କରିଛି। ସେଠାରେ ପେଟ୍ରୋଲ୍ ଲିଟର ପ୍ରତି ୧୦୦ ଟଙ୍କା ୭୨ ପଇସା ଏବଂ ଡିଜେଲ୍ ଲିଟର୍ ପିଛା ୯୮ ଟଙ୍କା ୨୯ ପଇସା ଗତକାଲି ଥିଲା। ଆଜି ୨୯ ପଇସା ଲେଖାଏଁ ବଢ଼ିବା ପରେ ପେଟ୍ରୋଲ ୧୦୧ ଟଙ୍କା ହୋଇଥିବା ବେଳେ ଡିଜେଲ ଦର ୯୮ ଟଙ୍କା ୩୮ ପଇସା ଛୁଇଁଛି।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁଁ ଗତ ୨ ମାସ ଭିତରେ ପେଟ୍ରୋଲ ଦର ଲିଟର ପ୍ରତି ୩ ଟଙ୍କା ୭୪ ପଇସା ଓ ଡିଜେଲ୍ ଦର ୪ ଟଙ୍କା ୭୨ ପଇସା ବଢ଼ିଥିବା ସୂଚନା ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe