Advertisment

ପ୍ରଥମଥର ପାଇଁ ଓଏନଜିସିର ଅଧ୍ୟକ୍ଷ ହେଲେ ଜଣେ ମହିଳା

ନୂଆଦିଲ୍ଲୀ: ଦେଶର ଇତିହାସରେ ପ୍ରଥମଥର ପାଇଁ ଜଣେ ମହିଳା ଓଏନଜିସି ଭଳି ବିରାଟ ତୈଳ କମ୍ପାନୀର ଅଧ୍ୟକ୍ଷ ହୋଇଛନ୍ତି। ସୋମବାର ଡ. ଅଳକା ମିତ୍ତଲ ଓଏନଜିସିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଓଏଜିସିର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ସୁଭାଷ କୁମାର ୨୦୨୧ ଡିସେମ୍ବର ୩୧ରେ ଅବସର ନେଇଥିଲେ। ଏବେ ତାଙ୍କ ସ୍ଥାନରେ ଡ. ଅଳକା ମିତ୍ତଲ ନିଯୁକ୍ତି ପାଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସେ ଦ୍ୱିତୀୟ ମହିଳା ଭାବେ କୌଣସି ତୈଳ କମ୍ପାନୀର […]

author-image
Hemant Lenka
ଅଦ୍ୟତନ ହୋଇଛି
ପ୍ରଥମଥର ପାଇଁ ଓଏନଜିସିର ଅଧ୍ୟକ୍ଷ ହେଲେ ଜଣେ ମହିଳା

alka-mittal

ନୂଆଦିଲ୍ଲୀ: ଦେଶର ଇତିହାସରେ ପ୍ରଥମଥର ପାଇଁ ଜଣେ ମହିଳା ଓଏନଜିସି ଭଳି ବିରାଟ ତୈଳ କମ୍ପାନୀର ଅଧ୍ୟକ୍ଷ ହୋଇଛନ୍ତି। ସୋମବାର ଡ. ଅଳକା ମିତ୍ତଲ ଓଏନଜିସିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଓଏଜିସିର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ସୁଭାଷ କୁମାର ୨୦୨୧ ଡିସେମ୍ବର ୩୧ରେ ଅବସର ନେଇଥିଲେ। ଏବେ ତାଙ୍କ ସ୍ଥାନରେ ଡ. ଅଳକା ମିତ୍ତଲ ନିଯୁକ୍ତି ପାଇଛନ୍ତି।

Advertisment

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସେ ଦ୍ୱିତୀୟ ମହିଳା ଭାବେ କୌଣସି ତୈଳ କମ୍ପାନୀର ମୁଖିଆ ହେବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି। କାରଣ ୨୦୧୪ରେ ପ୍ରଥମ ମହିଳା ଭାବେ ନିଶି ବାସୁସେବା ହିନ୍ଦୁସ୍ତାନ ପେଟ୍ରୋଲିୟମର ଅଧ୍ୟକ୍ଷ ହୋଇଥିଲେ।

ଡ. ଅଳକା ମିତ୍ତଲ ଏବେ କମ୍ପାନୀର ଏଚଆର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କୁ ୬ ମାସ ପାଇଁ ଅଧ୍ୟକ୍ଷ ପଦରେ ନିଯୁକ୍ତ କରାଯାଇଛି। ଏହି ୬ ମାସ ଯାଏ ସେ ଏଚ୍‌ଆର ନିର୍ଦ୍ଦେଶକ ସହ ଅଧ୍ୟକ୍ଷ ଦାୟିତ୍ୱ ତୁଲାଇବେ। ଏହି ସମୟ ସୀମା ମଧ୍ୟରେ ନିୟମିତ ଅଧ୍ୟକ୍ଷଙ୍କ ନାଁ ଘୋଷଣା କରାଯିବ।

Advertisment

ଡ. ଅଳକା ମିତ୍ତଲ ଅର୍ଥନୀତିରେ ମାଷ୍ଟର ଡିଗ୍ରୀ, ଏମବିଏ (HRM) ଡିଗ୍ରୀ ଓ ବାଣିଜ୍ୟ ପାଠ୍ୟକ୍ରମରେ ଡକ୍ଟରେଟ ହାସଲ କରିଛନ୍ତି। କମ୍ପାନୀର ୱେବସାଇଟ୍ ଅନୁଯାୟୀ ମିତ୍ତଲ ୧୯୮୫ରେ ଗ୍ରାଜ୍ୟୁଏଟ ଟ୍ରେନି ଭାବେ ଓଏନଜିସିରେ ଯୋଗ ଦେଇଥିଲେ।

୨୦୧୮ ମସିହା ନଭେମ୍ବର ମାସରୁ ସେ ଓଏନଜିସିରେ ଏଚଆର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ସେ ଓଏନଜିସି ଇତିହାସରେ ପ୍ରଥମ ମହିଳା ଭାବେ ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିବାର ରେକର୍ଡ କରିଛନ୍ତି। ଏଚଆର ନିର୍ଦ୍ଦେଶକ ହେବା ପୂର୍ବରୁ ମିତ୍ତଲ ଓଏନଜିସିରେ ଦକ୍ଷତା ବିକାଶ ବିଭାଗର ମୁଖ୍ୟ ଥିଲେ। ଦକ୍ଷତା ବିକାଶ ମୁଖ୍ୟ ହେବା ପୂର୍ବରୁ ସେ କମ୍ପାନୀର କର୍ପୋରେଟ ଅଫିସରେ ସିଏସଆର ମୁଖ୍ୟ ଭାବେ ନିଜର ଯାଦୁ ଦେଖାଇଥିଲେ।