ଭାରତରେ ଛଟେଇ ଆରମ୍ଭ କଲା ଆମାଜନ, ମିଳିବ ୫ ମାସର ଦରମା

ନୂଆଦିଲ୍ଲୀ: ଇ-କର୍ମସ କମ୍ପାନୀ ଆମାଜନ ପୂର୍ବ ଘୋଷଣା ଅନୁଯାୟୀ ଛଟେଇ ଆରମ୍ଭ କରିଛି। କମ୍ପାନୀର ସିଇଓ ଆଣ୍ଡୀ ଜାସୀ ପୂର୍ବରୁ କହି ସାରିଛନ୍ତି ଯେ ସଂସ୍ଥା ୧୮ ହଜାର କର୍ମଚାରୀଙ୍କୁ ଚାକିରିରୁ ବିଦା କରିବ। ଏମାନଙ୍କ ମଧ୍ୟରେ ଭାରତରେ କମ୍ପାନୀ ପାଇଁ କାମ କରୁଥିବା କର୍ମଚାରୀମାନେ ମଧ୍ୟ ରହିଛନ୍ତି। ଭାରତରେ ପ୍ରାୟ ୧ ହଜାର କର୍ମଚାରୀ ଚାକିରି ହରାଇବେ ବୋଲି ଜଣାପଡ଼ିଛି।  ଟେକନିକ, ମାନବ ସମ୍ବଳ ଓ ଅନ୍ୟ ସବୁ ବିଭାଗରୁ କମ୍ପାନୀ କର୍ମଚାରୀଙ୍କୁ କାଢ଼ିବ। ଏହିକ୍ରମରେ […]

amazon

amazon

Hemant Lenka
  • Published: Friday, 13 January 2023
  • Updated: 13 January 2023, 09:30 AM IST

Sports

Latest News

ନୂଆଦିଲ୍ଲୀ: ଇ-କର୍ମସ କମ୍ପାନୀ ଆମାଜନ ପୂର୍ବ ଘୋଷଣା ଅନୁଯାୟୀ ଛଟେଇ ଆରମ୍ଭ କରିଛି। କମ୍ପାନୀର ସିଇଓ ଆଣ୍ଡୀ ଜାସୀ ପୂର୍ବରୁ କହି ସାରିଛନ୍ତି ଯେ ସଂସ୍ଥା ୧୮ ହଜାର କର୍ମଚାରୀଙ୍କୁ ଚାକିରିରୁ ବିଦା କରିବ। ଏମାନଙ୍କ ମଧ୍ୟରେ ଭାରତରେ କମ୍ପାନୀ ପାଇଁ କାମ କରୁଥିବା କର୍ମଚାରୀମାନେ ମଧ୍ୟ ରହିଛନ୍ତି। ଭାରତରେ ପ୍ରାୟ ୧ ହଜାର କର୍ମଚାରୀ ଚାକିରି ହରାଇବେ ବୋଲି ଜଣାପଡ଼ିଛି।  ଟେକନିକ, ମାନବ ସମ୍ବଳ ଓ ଅନ୍ୟ ସବୁ ବିଭାଗରୁ କମ୍ପାନୀ କର୍ମଚାରୀଙ୍କୁ କାଢ଼ିବ। ଏହିକ୍ରମରେ କମ୍ପାନୀ ଭାରତରେ ତ’ର ଛଟେଇ ପ୍ରକ୍ରିୟା ଆରମ୍ଭ କରିଛି।

ଜାସୀ କହିଥିଲେ ଯେ ବିଦା ହେବାକୁ ଥିବା କର୍ମଚାରୀଙ୍କୁ ଇ-ମେଲ ଯୋଗେ ଜାନୁଆରୀ ୧୮ରୁ ଅବଗତ କରାଯିବ। ହେଲେ ଏହାର ୫ ଦିନ ପୂର୍ବରୁ ହିଁ ଭାରତରେ କାମ କରୁଥିବା କିଛି କର୍ମଚାରୀଙ୍କୁ ଛଟେଇ ନେଇ ଇ-ମେଲ ଆସିଥିବା ଜଣାପଡ଼ିଛି।

ଆମାଜନରେ ଛଟେଇ ଆରମ୍ଭ ହୋଇଥିବା ବେଳେ ପ୍ରଭାବିତ ହେବାକୁ ଥିବା ଅନେକ କର୍ମଚାରୀ ବିଭିନ୍ନ ସୋଶାଲ ମିଡିଆରେ ନୂଆ ସୁଯୋଗ ପାଇଁ ଆଶାୟୀ ଥିବା ଉଲ୍ଲେଖ କରିଛନ୍ତି। ବେଙ୍ଗାଲୁରୁ, ଗୁରୁଗ୍ରାମ ଓ ଦେଶର ଅନ୍ୟ ପ୍ରାନ୍ତରେ ଆମାଜନ ପାଇଁ କାମ କରୁଥିବା କର୍ମଚାରୀ ଚାକିରି ପାଇଁ ନିଜର ପ୍ରୋଫାଇଲ ଅପଡେଟ କରିଛନ୍ତି। ଏମାନଙ୍କ ମଧ୍ୟରେ ଉଭୟ ନବାଗତ ଓ ଅଭିଜ୍ଞ କର୍ମଚାରୀ ରହିଛନ୍ତି।

ଚାକିରି ହରାଇବାକୁ ଥିବା କର୍ମଚାରୀଙ୍କୁ କମ୍ପାନୀ ଗୋଟିଏ ଇ-ମେଲ କରିଛି। ଏଥିରେ ବରିଷ୍ଠ ଅଧିକାରୀଙ୍କୁ ଗୋଟିଏ ନିର୍ଦ୍ଦିଷ୍ଟ ତାରିଖରେ ଭେଟି ସ୍ଥିତି ସମ୍ପର୍କରେ ସ୍ପଷ୍ଟ ସୂଚନା ହାସଲ କରିବାକୁ କୁହାଯାଇଛି। ସେହିପରି ସମାନ ଇ-ମେଲ କମ୍ପାନୀ ଛଟେଇ ହେବାକୁ ଯାଉଥିବା କର୍ମଚାରୀଙ୍କୁ ୫ ମାସର ଦରମା ଦେବ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛି। କିନ୍ତୁ ୫ ମାସର ଦରମା ଏକା ସାଙ୍ଗରେ ମିଳିବ ନା ମାସିକ ମିଳିବ, ସେକଥା କୁହାଯାଇନି। ସେହିପରି ପୂର୍ଣ୍ଣ ଦରମା ମିଳିବ ନା ଏଥିରେ କିଛି କାଟଛାଣ୍ଟ କରାଯିବ, ସେବିଷୟରେ କମ୍ପାନୀ ସ୍ପଷ୍ଟ କରିନି।

କମ୍ପାନୀ ଏବେ ଆରମ୍ଭ କରିଥିବା ଛଟେଇ ପ୍ରକ୍ରିୟା ବେଶ କିଛି ସପ୍ତାହ ଯାଏ ଚାଲିବ। ବିଶ୍ୱର ଅର୍ଥନୀତି ଏବେ ଅନିଶ୍ଚିତତା ମଧ୍ୟରେ ରହିଥିବା ବେଳେ କମ୍ପାନୀର କାରବାର ମଧ୍ୟ ହ୍ରାସ ପାଇଛି। ଏଥିସହ ମହାମାରୀ ବେଳେ କମ୍ପାନୀ ଆବଶ୍ୟକ ଠାରୁ ଅଧିକ ଲୋକଙ୍କୁ ମଧ୍ୟ ନିଯୁକ୍ତି ଦେଇଥିଲା। ଏଥିପାଇଁ ଏବେ କମ୍ପାନୀ ତା’ର ୧୮ ହଜାର କର୍ମଚାରୀଙ୍କୁ ଚାକିରିରୁ ବିଦା କରିବାକୁ ନିଷ୍ପତ୍ତି ନେଇଥିବା ସଫେଇ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story