Advertisment

ଅଗଷ୍ଟ ମାସରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ ପୂରା ତାଲିକା

ନୂଆଦିଲ୍ଲୀ: ଅଗଷ୍ଟ ମାସର କେଉଁ ସବୁ ଦିନ ବ୍ୟାଙ୍କ ବନ୍ଦ ରହିବ, ତା’ର ତାଲିକା ଜାରି କରିଛି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ। ଆସନ୍ତା ମାସରେ ପ୍ରାୟ ୧୪ ଦିନ ବିଭିନ୍ନ କାରଣରୁ ଦେଶର ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ। ତେଣୁ ଯଦି ବ୍ୟାଙ୍କରେ କିଛି ଗୁରୁତ୍ୱପୂର୍ଣ୍ଣ କାମ ରହିଛି, ତା’ହେଲେ ଶୀଘ୍ର ସାରି ଦିଅନ୍ତୁ। ଅଗଷ୍ଟ ମାସରେ ଉଭୟ ଘରୋଇ ଓ ରାଷ୍ଟ୍ରାୟାତ୍ତ ବ୍ୟାଙ୍କ ଗୁଡ଼ିକ ବିଭିନ୍ନ ଜାତୀୟ, ସ୍ଥାନୀୟ ପର୍ବପର୍ବାଣୀ ଛୁଟି ସହ ରବିବାର ବନ୍ଦ […]

ଅଗଷ୍ଟ ମାସରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ ପୂରା ତାଲିକା

bank

Advertisment

ନୂଆଦିଲ୍ଲୀ: ଅଗଷ୍ଟ ମାସର କେଉଁ ସବୁ ଦିନ ବ୍ୟାଙ୍କ ବନ୍ଦ ରହିବ, ତା’ର ତାଲିକା ଜାରି କରିଛି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ। ଆସନ୍ତା ମାସରେ ପ୍ରାୟ ୧୪ ଦିନ ବିଭିନ୍ନ କାରଣରୁ ଦେଶର ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ। ତେଣୁ ଯଦି ବ୍ୟାଙ୍କରେ କିଛି ଗୁରୁତ୍ୱପୂର୍ଣ୍ଣ କାମ ରହିଛି, ତା’ହେଲେ ଶୀଘ୍ର ସାରି ଦିଅନ୍ତୁ। ଅଗଷ୍ଟ ମାସରେ ଉଭୟ ଘରୋଇ ଓ ରାଷ୍ଟ୍ରାୟାତ୍ତ ବ୍ୟାଙ୍କ ଗୁଡ଼ିକ ବିଭିନ୍ନ ଜାତୀୟ, ସ୍ଥାନୀୟ ପର୍ବପର୍ବାଣୀ ଛୁଟି ସହ ରବିବାର ବନ୍ଦ ରହିବ। ସେହିପରି ମାସର ଦ୍ୱିତୀୟ ଓ ୪ର୍ଥ ଶନିବାର ମଧ୍ୟ ବ୍ୟାଙ୍କ କାର୍ଯ୍ୟ ହୋଇ ନଥାଏ। ଆଞ୍ଚଳିକ ପର୍ବପର୍ବାଣୀ ଯୋଗୁ ରାଜ୍ୟ ଭିତ୍ତିରେ ବ୍ୟାଙ୍କ ବନ୍ଦ ରହିଥାଏ। ଅଗଷ୍ଟ ମାସରେ ପ୍ରାୟ ୧୫ ଦିନ ବ୍ୟାଙ୍କ ବନ୍ଦ ରହୁଥିଲେ ହେଁ ଲୋକମାନେ ଅନଲାଇନ ସେବା ପାଇପାରିବେ।

Advertisment

ଅଗଷ୍ଟ ମାସର ଛୁଟି ତାଲିକା

ଅଗଷ୍ଟ ୧-ଦ୍ରୁକପା ସେ-ଜି(ସିକ୍କିମ)

ଅଗଷ୍ଟ ୭- ପ୍ରଥମ ରିବାବାର

ଅଗଷ୍ଟ ୮- ମୋହରମ

ଅଗଷ୍ଟ ୯- ମୋହରମ (ଚଣ୍ଡିଗଡ଼, ଗୌହାଟୀ, ଡେରାଡୁନ, ଶିମଲା, ଥିରୁଅନନ୍ତପୁରମ, ଭୁବନେଶ୍ୱର, ଜମ୍ମୁ, ପାଣାଜୀ ଓ ସିଲଂଙ୍କୁ ଛାଡ଼ି ପୂରା ଦେଶରେ ଛୁଟି ରହିବ ବ୍ୟାଙ୍କ)

ଅଗଷ୍ଟ ୧୧- ରାକ୍ଷୀ ପୂର୍ଣ୍ଣିମା (ପୂରା ଦେଶରେ ଛୁଟି)

ଅଗଷ୍ଟ ୧୩ – ଦ୍ୱିତୀୟ ଶନିବାର

ଅଗଷ୍ଟ ୧୪- ରବିବାର

ଅଗଷ୍ଟ ୧୫- ସ୍ୱାଧୀନତା ଦିବସ

ଅଗଷ୍ଟ ୧୬- ପାର୍ସୀ ନୂଆ ବର୍ଷ

ଅଗଷ୍ଟ ୧୮-ଜନ୍ମାଷ୍ଟମୀ (ପୂରା ଦେଶରେ ଛୁଟି)

ଅଗଷ୍ଟ ୨୧- ରବିବାର

ଅଗଷ୍ଟ ୨୭- ୪ର୍ଥ ଶନିବାର

ଅଗଷ୍ଟ ୨୮- ରବିବାର

ଅଗଷ୍ଟ ୩୧- ଗଣେଶ ପୂଜା

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe