ନୂଆଦିଲ୍ଲୀ: ଯଦି ବ୍ୟାଙ୍କର କୌଣସି ଗୁରୁତ୍ୱପୂର୍ଣ୍ଣ କାମ ରହିଛି, ତା’ହେଲେ ଶୀଘ୍ର ସାରି ଦିଅନ୍ତୁ। କାରଣ ଚଳିତ ମାସରେ ପ୍ରାୟ ୧୫ ଦିନ ପାଇଁ ବିଭିନ୍ନ କାରଣରୁ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ। ଭିନ୍ନ ଛୁଟି ସହ ଦ୍ୱିତୀୟ ଓ ୪ର୍ଥ ଶନିବାରକୁ ମିଶାଇ ଦେଶର ବ୍ୟାଙ୍କ ବିଭିନ୍ନ ରାଜ୍ୟରେ ୧୫ ଦିନ ପାଇଁ ବନ୍ଦ ରହିବ। ଦେଶର ବିଭିନ୍ନ ରାଜ୍ୟରେ ଆଞ୍ଚଳିକ ଛୁଟି ସହ ଜାତୀୟ ଛୁଟିର ଦିନକୁ ମିଶାଇ ଏପରି କାର୍ଯ୍ୟସୂଚୀ ତିଆରି କରାଯାଇଛି।
ଚଳିତ ମାସରେ ବିଭିନ୍ନ ଆଞ୍ଚଳିକ ଛୁଟି କାରଣରୁ ବ୍ୟାଙ୍କ ଗୁଡ଼ିକ ୯ ଦିନ ଓ ସାପ୍ତାହିକ ଛୁଟି କାରଣରୁ ୬ ଦିନ ବନ୍ଦ ରହିବ। ତେବେ ୯ ଦିନ ପାଇଁ ବ୍ୟାଙ୍କ ଗୁଡ଼ିକ ସଂପୂର୍ଣ୍ଣ ଭାବେ ସବୁ ରାଜ୍ୟରେ ଖୋଲା ରହିବ। ସେହିପରି ଜୁଲାଇ ୨୧ ବକ୍ରି ଇଦ୍ ପାଇଁ ପୂରା ଦେଶରେ ବ୍ୟାଙ୍କ ଗୁଡ଼ିକ ଛୁଟି ରହିବ।
ଚଳିତ ମାସରେ କେବେ ଓ କେଉଁଠି ବନ୍ଦ ରହିବ ବ୍ୟାଙ୍କ
୧-ଜୁଲାଇ ୧୨ ତାରିଖ-ରଥଯାତ୍ରା(ଓଡ଼ିଶା)
୨- ଜୁଲାଇ ୧୩ -ଭାନୁ ଜୟନ୍ତୀ/ ସହିଦ ଦିବସ(ସିକ୍କିମ ଓ ଜମ୍ମୁ-କଶ୍ମୀର)
୩-ଜୁଲାଇ ୧୪-ଦ୍ରୁପକା ପର୍ବ(ସିକ୍କିମ)
୪-ଜୁଲାଇ ୧୬-ହାରେଲା(ଉତ୍ତରାଖଣ୍ତ)
୫-ଜୁଲାଇ ୧୭-ୟୁ ତିରୋତ ଦିବସ ଓ ଖାରଚି ପୂଜା(ମେଘାଳୟ ଓ ଆସାମ)
୬-ଜୁଲାଇ ୧୯- ଗୁରୁ ରିମପୋଚେ ଠୁଙ୍କାର(ସିକ୍କିମ)
୭-ଜୁଲାଇ ୨୦- ବକ୍ରି ଇଦ୍(କିଛି ସ୍ଥାନରେ ଛୁଟି)
୮-ଜୁଲାଇ ୨୧- ବକ୍ରି ଇଦ(ଇଦ୍ ଉଲ ଜୁହା)
୯-ଜୁଲାଇ ୨୧- କେର ପୂଜା(ତ୍ରିପୁରା)