Advertisment

ବିଲ୍ ଗେଟସ କର୍ମଚାରୀଙ୍କ ସହ ରଖିଥିଲେ ଶାରୀରିକ ସମ୍ପର୍କ

ଓ୍ୱାଶିଂଟନ: ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍ ଗେଟସ ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ। ନିକଟରେ ବିଲ୍ ଗେଟସ ତାଙ୍କ ପ୍ରେମିକା ପାଇଁ ସ୍ତ୍ରୀ ମେଲିଣ୍ଡା ଗେଟସଙ୍କୁ ଛାଡପତ୍ର ଦେବେ ବୋଲି ଘୋଷଣା କରିଛନ୍ତି। ଏବେ ସେ ତାଙ୍କ କମ୍ପାନୀର ମହିଳା ଇଞ୍ଜିନିୟରଙ୍କ ସହ ରିଲେସିନସିପରେ ଥିବା ନେଇ ବିଭିନ୍ନ ଆମେରିକୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପୁଣି ବିବାଦ ଘେରକୁ ଠେଲି ହୋଇଯାଇଛନ୍ତି ବିଶ୍ୱର ଅନ୍ୟତମ କର୍ପୋରେଟ୍ ଲିଜେଣ୍ଡ। ତେବେ ଏହାକୁ ନେଇ […]

ଅଦ୍ୟତନ ହୋଇଛି
ବିଲ୍ ଗେଟସ କର୍ମଚାରୀଙ୍କ ସହ ରଖିଥିଲେ ଶାରୀରିକ ସମ୍ପର୍କ

bill-gates

Advertisment

ଓ୍ୱାଶିଂଟନ: ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍ ଗେଟସ ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ। ନିକଟରେ ବିଲ୍ ଗେଟସ ତାଙ୍କ ପ୍ରେମିକା ପାଇଁ ସ୍ତ୍ରୀ ମେଲିଣ୍ଡା ଗେଟସଙ୍କୁ ଛାଡପତ୍ର ଦେବେ ବୋଲି ଘୋଷଣା କରିଛନ୍ତି। ଏବେ ସେ ତାଙ୍କ କମ୍ପାନୀର ମହିଳା ଇଞ୍ଜିନିୟରଙ୍କ ସହ ରିଲେସିନସିପରେ ଥିବା ନେଇ ବିଭିନ୍ନ ଆମେରିକୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପୁଣି ବିବାଦ ଘେରକୁ ଠେଲି ହୋଇଯାଇଛନ୍ତି ବିଶ୍ୱର ଅନ୍ୟତମ କର୍ପୋରେଟ୍ ଲିଜେଣ୍ଡ। ତେବେ ଏହାକୁ ନେଇ ମାଇକ୍ରୋସଫ୍ଟ ବୋର୍ଡ ଆପତ୍ତି ଉଠାଇଛି। ଆଉ ସହ ପ୍ରତିଷ୍ଠାତା ବିଲ୍ ଗେଟସଙ୍କ ବିରୋଧରେ ପ୍ରାଥମିକ ତଦନ୍ତ ହେବ ବୋଲି ବୋର୍ଡ ନିଷ୍ପତ୍ତି ନେଇଛି। ଏହାପରେ ବିଲ୍ ଗେଟସ ବୋର୍ଡ ସଦସ୍ୟରୁ ଇସ୍ତଫା ଦେଇଛନ୍ତି।

Advertisment

ଆମେରିକାର ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲର ରିପୋର୍ଟ ଅନୁଯାୟୀ ବିଲ୍ ଗେଟସ ନିଜ କର୍ମଚାରୀଙ୍କ ସହ ଶାରୀରିକ ସମ୍ପର୍କରେ ରହିଛନ୍ତି। ପାଖିପାଖି ୨୦ ବର୍ଷ ଏହି ରିଲେସନସିପ।

ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁଯାୟୀ, କିଛି ମହିଳା କର୍ମଚାରୀ ବିବାହ କରିଥିବା ସତ୍ତ୍ୱେ ତାଙ୍କୁ ଡେଟରେ ଯିବାକୁ କହୁଥିଲେ ବିଲ ଗେଟସ। ଏହି ଖବର ବିଲ୍ ଗେଟ୍ସଙ୍କ ଭାବମୂର୍ତ୍ତି ଉପରେ ଖରାପ ପ୍ରଭାବ ପକାଇଛି। ହେଲେ କମ୍ପାନୀ ଉପରେ ଏହାର ପ୍ରଭାବ ପଡ଼ିବ ନାହିଁ ବୋଲି ଏହି ଖବରକାଗଜ କହିଛି।

Advertisment

ଇତି ମଧ୍ୟରେ ବୋର୍ଡର ପ୍ରାଥମିକ ତଦନ୍ତ କରିଛି ଯେଉଁଥିରେ ଜଣେ ମହିଳା କର୍ମଚାରୀ ବୋର୍ଡକୁ ଚିଠି ଲେଖି କହିଛନ୍ତି, ବିଲ୍ ଗେଟ୍ସଙ୍କ ସହ ତାଙ୍କର ଶାରୀରିକ ସମ୍ପର୍କ ଥିଲା। ଏହା ୨୦୧୯ ବେଳର କଥା। ତେବେ ତଦନ୍ତ ଶେଷ ହୋଇନଥିବା ବେଳେ ବିଲ୍ ଗେଟସ ବୋର୍ଡ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।

ନିକଟରେ ବିଲ୍ ଗେଟସ ତାଙ୍କର ୨୭ ବର୍ଷୀୟ ବୈବାହିକ ଜୀବନକୁ ଶେଷ କରିଥିଲେ। ନିଜେ ବିଲ୍ ଗେଟ୍ସ ଏହି କଥା ଟ୍ୱିଟ୍ କରି ସାର୍ବଜନୀନ କରିଥିଲେ।
ହେଲେ ବିଲ୍ ଏବଂ ମେଲିଣ୍ଡା ନିଷ୍ପତ୍ତି ନେଇଛନ୍ତି ଯେ ସେମାନେ ଗେଟସ ଫାଉଣ୍ଡେସନ୍ ପାଇଁ ମିଳିତ ଭାବରେ କାମ କରିବେ। କିନ୍ତୁ ବ୍ୟକ୍ତିଗତ ଜୀବନରେ ଉଭୟ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି।

ସୂଚନାଯୋଗ୍ୟ, ଗେଟସ ଫାଉଣ୍ଡସେନ ହେଉଛି ବିଶ୍ୱର ଅନ୍ୟତମ ଫାଉଣ୍ଡେସନ ଯିଏକି ଦାରିଦ୍ର୍ୟ ଦୂରିକରଣ ଏବଂ ଶିକ୍ଷାରେ ସୁଧାର ପାଇଁ କାମ କରେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe