Advertisment

ସିଡବ୍ଲୁସି ସହିତ ସିଆରଡବ୍ଲୁସିର ବିଲୟ, ପୁଞ୍ଜି ପ୍ରବାହ ଓ ରୋଜଗାର ସୃଷ୍ଟି ଉଦ୍ଦେଶ୍ୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ପ୍ରଧାନମନ୍ତ୍ରୀଙ୍କ “ସର୍ବନିମ୍ନ ସରକାର ସର୍ବାଧିକ ପ୍ରଶାସନ”ର ଦୃଷ୍ଟିକୋଣ ଦିଗରେ ଅଗ୍ରସର ହୋଇ ବ୍ୟବସାୟିକ ସୁଗମତାକୁ ପ୍ରୋତ୍ସାହନ ଦେବା ଏବଂ ରାଷ୍ଟ୍ରାୟତ୍ତ କ୍ଷେତ୍ରର ଉଦ୍ୟୋଗରେ ଘରୋଇ କ୍ଷେତ୍ରର ଦକ୍ଷତାକୁ ଉପଯୋଗ କରିବା ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛି। କମ୍ପାନୀ ଆଇନ, ୧୯୫୬, ଅନ୍ତର୍ଗତ ୨୦୦୭ରେ ଏକ ମିନି ରତ୍ନ ଶ୍ରେଣୀ-୨ରେ ସାମିଲ ହୋଇଥିବା କେନ୍ଦ୍ରୀୟ ରାଷ୍ଟ୍ରାୟାତ୍ତ କ୍ଷେତ୍ରର ଉଦ୍ୟୋଗ (ସିପିଏସଇ) ‘ସେଣ୍ଟ୍ରାଲ ରେଲସାଇଡ୍ ୱେରହାଉସ […]

ଅଦ୍ୟତନ ହୋଇଛି
ସିଡବ୍ଲୁସି ସହିତ ସିଆରଡବ୍ଲୁସିର ବିଲୟ, ପୁଞ୍ଜି ପ୍ରବାହ ଓ ରୋଜଗାର ସୃଷ୍ଟି ଉଦ୍ଦେଶ୍ୟ

CWC

Advertisment

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ପ୍ରଧାନମନ୍ତ୍ରୀଙ୍କ “ସର୍ବନିମ୍ନ ସରକାର ସର୍ବାଧିକ ପ୍ରଶାସନ”ର ଦୃଷ୍ଟିକୋଣ ଦିଗରେ ଅଗ୍ରସର ହୋଇ ବ୍ୟବସାୟିକ ସୁଗମତାକୁ ପ୍ରୋତ୍ସାହନ ଦେବା ଏବଂ ରାଷ୍ଟ୍ରାୟତ୍ତ କ୍ଷେତ୍ରର ଉଦ୍ୟୋଗରେ ଘରୋଇ କ୍ଷେତ୍ରର ଦକ୍ଷତାକୁ ଉପଯୋଗ କରିବା ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛି। କମ୍ପାନୀ ଆଇନ, ୧୯୫୬, ଅନ୍ତର୍ଗତ ୨୦୦୭ରେ ଏକ ମିନି ରତ୍ନ ଶ୍ରେଣୀ-୨ରେ ସାମିଲ ହୋଇଥିବା କେନ୍ଦ୍ରୀୟ ରାଷ୍ଟ୍ରାୟାତ୍ତ କ୍ଷେତ୍ରର ଉଦ୍ୟୋଗ (ସିପିଏସଇ) ‘ସେଣ୍ଟ୍ରାଲ ରେଲସାଇଡ୍ ୱେରହାଉସ କମ୍ପାନୀ ଲିମିଟେଡ’ (ସିଆରଡବ୍ଲୁସି)ର ସମସ୍ତ ସମ୍ପତ୍ତି, ଦେୟତା, ଅଧିକାର ଓ ଦାୟିତ୍ୱକୁ ନିଜ ହୋଲ୍ଡିଂ ଉଦ୍ୟୋଗ ‘ସେଣ୍ଟ୍ରାଲ ୱେରହାଉସିଂ କର୍ପୋରେସନ’ (ସିଡବ୍ଲୁସି) ସହିତ ସ୍ଥାନାନ୍ତର କରିବା ଓ ବିଲୟ କରିବା ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରି ମିଳିଛି।

Advertisment

ଏହି ବିଲୟ ଫଳରେ ଗୋଟିଏ ପ୍ରଶାସନ ମାଧ୍ୟମରେ କେବଳ ଦୁଇଟି କମ୍ପାନୀର ପଣ୍ୟ ଭଣ୍ଡାରଣ, ପରିଚାଳନା ଓ ପରିବହନ ଭଳି ସମାନ କାର୍ଯ୍ୟ ଏକୀକୃତ ହେବ ନାହିଁ ବରଂ ଏଗୁଡ଼ିକର ଦକ୍ଷତା, ସର୍ବାଧିକ କ୍ଷମତାର ଉପଯୋଗ, ପାରଦର୍ଶିତା, ଉତ୍ତରଦାୟିତ୍ୱକୁ ପ୍ରୋତ୍ସାହନ ମିଳିପାରିବ। ଅନୁରୂପ ଭାବେ ଆର୍ଥିକ ସଞ୍ଚୟକୁ ମଧ୍ୟ ସୁନିଶ୍ଚିତ କରାଯିବା ସହିତ ନୂଆ ପଣ୍ୟାଗାର କ୍ଷମତା ଲାଗି ରେଲୱେ ସାଇଡିଂର ଲାଭ ନିଆଯାଇପାରିବ।

ଏହାଫଳରେ କର୍ପୋରେଟ କାର୍ଯ୍ୟାଳୟର ଭଡ଼ା, କର୍ମଚାରୀମାନଙ୍କର ବେତନ ଓ ଅନ୍ୟ ପ୍ରଶାସନିକ ବ୍ୟୟରେ ସଞ୍ଚୟ କାରଣରୁ ରେଲ ସାଇଡ୍ ୱେରହାଉସ କମ୍ପେ୍ଲକ୍ସ (ଆରଡବ୍ଲୁସି)ର ପରିଚାଳନାଗତ ବ୍ୟୟରେ ଆନୁମାନିକ ୫ କୋଟି ଟଙ୍କା ହ୍ରାସ ପାଇବ ବୋଲି ଆଶା କରାଯାଉଛି।

Advertisment

ଆରଡବ୍ଲୁସିର କ୍ଷମତା ଉପଯୋଗରେ ମଧ୍ୟ ସୁଧାର ଆସିବ କାରଣ ସିଡବ୍ଲୁସି ଲାଗି ସିମେଣ୍ଟ, ସାର, ଚିନି, ଲୁଣ ଓ ସୋଡ଼ା ଭଳି ବର୍ତ୍ତମାନର ସାମଗ୍ରୀ ବ୍ୟତୀତ ଅନ୍ୟ ସାମଗ୍ରୀର ଭଣ୍ଡାରଣ କ୍ଷମତାରେ ମଧ୍ୟ ବୃଦ୍ଧି ଘଟିବ । ଏହି ବିଲୟ ସହିତ ପଣ୍ୟାଗାର ସ୍ଥଳୀ ନିକଟରେ ଅତି କମରେ ଆହୁରି ୫୦ଟି ରେଳ ସାଇଡ୍ ପଣ୍ୟାଗାର ପ୍ରତିଷ୍ଠା କରିବାର ସୁବିଧା ମିଳିବ । ଏହାଫଳରେ କୁଶଳୀ ଶ୍ରମିକମାନଙ୍କ ପାଇଁ ୩୬,୫୦୦ ଏବଂ ଅଣକୁଶଳୀ ଶ୍ରମିକମାନଙ୍କ ପାଇଁ ୯,୧୨,୫୦୦ ଶ୍ରମ ଦିବସ ସହ ସମାନ ରୋଜଗାର ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ବିଲୟର ସମ୍ପୂର୍ଣ୍ଣ ପ୍ରକ୍ରିୟା ନିର୍ଦ୍ଧାରିତ ଅବଧି ଅର୍ଥାତ୍ ୮ ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି ।

ସିଡବ୍ଲୁସି ୧୯୫୭ରେ ପ୍ରତିଷ୍ଠିତ ଏକ ମିନି ରତ୍ନ ଶ୍ରେଣୀ-୧ ରାଷ୍ଟ୍ରାୟତ୍ତ ଉଦ୍ୟୋଗ, ଯାହା କେନ୍ଦ୍ର ସରକାରଙ୍କ ଦ୍ୱାରା ବିଜ୍ଞପିତ କୃଷି ଉତ୍ପାଦ ଏବଂ ଅନ୍ୟ କେତେକ ସାମଗ୍ରୀର ଭଣ୍ଡାରଣ ଉଦ୍ଦେଶ୍ୟ ଏବଂ ତତସଂକ୍ରାନ୍ତ ମାମଲା ନିମନ୍ତେ ୱେରହାଉସିଂ କର୍ପୋରେସନର ନିଗମନ ଏବଂ ନିୟନ୍ତ୍ରଣ ଭଳି ସେବା ପ୍ରଦାନ କରିଥାଏ । ସିଡବ୍ଲୁସି ଏକ ଲାଭଜନକ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସଇ) ହୋଇଥିବା ବେଳେ ଏହାର ଅଧିକୃତ ପୁଞ୍ଜି ୧୦୦ କୋଟି ଟଙ୍କା ଏବଂ ପରିଶୋଧ ପୁଞ୍ଜି ୬୮.୦୨ କୋଟି ଟଙ୍କା । ୨୦୦୭ ଜୁଲାଇ ୧୦ ତାରିଖରେ ସିଡବ୍ଲୁସି ‘ସେଣ୍ଟ୍ରାଲ ରେଲସାଇଡ୍ ୱେରହାଉସ କମ୍ପାନୀ ଲିମିଟେଡ (ସିଆରଡବ୍ଲୁସି) ନାମକ ଏକ ପୃଥକ ସହାୟକ କମ୍ପାନୀ ଗଠନ କରିଥିଲା, ଯାହା ରେଳବାଇ ଠାରୁ ଲିଜରେ ନିଆଯାଇଥିବା ଏବଂ ଅନ୍ୟଥା ଭାବେ ଅଧିଗୃହିତ ଜମିରେ ରେଳସାଇଡ ପଣ୍ୟାଗାର କମ୍ପେ୍ଲକ୍ସ/ଟର୍ମିନାଲ/ମଲ୍ଟିମଡେଲ ଲଜିଷ୍ଟିକ୍ସ ହବର ଯୋଜନା, ବିକାଶ, ପ୍ରଚାର, ଅଧିଗ୍ରହଣ ଏବଂ ପରିଚାଳନା କରିଥାଏ।

ସିଆରଡବ୍ଲୁସି ହେଉଛି ୫୦ ଜଣ କର୍ମଚାରୀ ଓ ୪୮ ଜଣ ଆଉଟସୋର୍ସ କର୍ମଚାରୀଙ୍କୁ ନେଇ ଏକ ଛୋଟ ସଂଗଠନ । ବର୍ତ୍ତମାନ ଏହା ଦେଶବ୍ୟାପୀ ୨୦ଟି ରେଳ ସାଇଡ୍ ପଣ୍ୟାଗାର ପରିଚାଳନା କରୁଛି । ୩୧ ମାର୍ଚ୍ଚ ୨୦୨୦ ସୁଦ୍ଧା, କମ୍ପାନୀର ନିଟ୍ ସମ୍ପତ୍ତି ପରିମାଣ ୧୩୭.୯୪ କୋଟି ଟଙ୍କା (ମୁକ୍ତ ସମ୍ପତ୍ତି ବ୍ୟତୀତ ପରିଶୋଧ ପୁଞ୍ଜି) ରହିଛି । ଆରଡବ୍ଲୁସିର ବିକାଶ ଓ ପରିଚାଳନାରେ ସିଆରଡବ୍ଲୁସି ଉତ୍କୃଷ୍ଟତା, ବିଶେଷଜ୍ଞତା ଓ ସଦ୍ଭାବନା ବିକଶିତ କରିଛି । କିନ୍ତୁ ପୁଞ୍ଜିର ଅଭାବ ଏବଂ ରେଳ ମନ୍ତ୍ରଣାଳୟ ସହିତ ଏହାର ବୁଝାମଣାପତ୍ରରେ କେତେକ ପ୍ରତିବନ୍ଧକଯୁକ୍ତ ଧାରା କାରଣରୁ ଏହାର ଆଶାନୁରୂପ ବୃଦ୍ଧି ହୋଇପାରିନାହିଁ।

ସିଡବ୍ଲୁସି, ସିଆରଡବ୍ଲୁସିର ଏକମାତ୍ର ଶେୟାରଧାରକ ହୋଇଥିବାରୁ ଏହାର ସମସ୍ତ ସମ୍ପତ୍ତି, ଦେୟତା, ଅଧିକାର ଓ ଦାୟିତ୍ୱକୁ ସିଡବ୍ଲୁସିକୁ ହସ୍ତାନ୍ତର କରାଯିବା ଦ୍ୱାରା ଉଭୟ ସଂସ୍ଥା ମଧ୍ୟରୁ କାହାରି କୌଣସି ଆର୍ଥିକ କ୍ଷତି ହେବ ନାହିଁ । ବରଂ ଏହି ନିଷ୍ପତ୍ତି ଫଳରେ ଦୁଇ ସଂସ୍ଥା ମଧ୍ୟରେ ଉନ୍ନତ ତାଳମେଳ ପ୍ରତିଷ୍ଠା କରାଯାଇପାରିବ । ଆରଡବ୍ଲୁସିର ପରିଚାଳନା ଓ ବିପଣନକୁ ସମ୍ଭାଳିବା ଲାଗି ସିଡବ୍ଲୁସି ଦ୍ୱାରା ‘ଆରଡବ୍ଲୁସି ପ୍ରଭାଗ’ ନାମରେ ଏକ ପୃଥକ ବିଭାଗ ଗଠନ କରାଯିବ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe