Advertisment

ବିଏସ୍‌ଏନଏଲକୁ ପାଇଁ ୧.୬୪ ଲକ୍ଷ କୋଟିର ପ୍ୟାକେଜ

ନୂଆଦିଲ୍ଲୀ: ଘାଟାରେ ଚାଲିଥିବା ବିଏସ୍‌ଏନ୍‌ଲରୁ ଉଦ୍ଧାର କରିବା ପାଇଁ ଆଜି କେନ୍ଦ୍ର ସରକାର ୧.୬୪ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ ଉପରେ ମୋହର ବାଜିଥିବା କେନ୍ଦ୍ର ଟେଲିକମ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ପ୍ୟାକେଜ ବ୍ୟତୀତ ବିଏସ୍‌ଏନଏଲକୁ ଭାରତ ବ୍ରଡବ୍ୟାଣ୍ଡ ନେଟୱର୍କ ଲିଃ(ବିବିଏନଏଲ) ସହ ମିଶ୍ରଣ କରିବାକୁ ମଧ୍ୟ କ୍ୟାବିନେଟ ଅନୁମୋଦନ ଦେଇଛି। ଏହି ପ୍ୟାକେଜ ଦ୍ୱାରା ବିଏସଏନଏଲ ସେବାର […]

ଅଦ୍ୟତନ ହୋଇଛି
ବିଏସ୍‌ଏନଏଲକୁ ପାଇଁ ୧.୬୪ ଲକ୍ଷ କୋଟିର ପ୍ୟାକେଜ

BSNL

Advertisment

ନୂଆଦିଲ୍ଲୀ: ଘାଟାରେ ଚାଲିଥିବା ବିଏସ୍‌ଏନ୍‌ଲରୁ ଉଦ୍ଧାର କରିବା ପାଇଁ ଆଜି କେନ୍ଦ୍ର ସରକାର ୧.୬୪ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ ଉପରେ ମୋହର ବାଜିଥିବା କେନ୍ଦ୍ର ଟେଲିକମ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି।

Advertisment

ପ୍ୟାକେଜ ବ୍ୟତୀତ ବିଏସ୍‌ଏନଏଲକୁ ଭାରତ ବ୍ରଡବ୍ୟାଣ୍ଡ ନେଟୱର୍କ ଲିଃ(ବିବିଏନଏଲ) ସହ ମିଶ୍ରଣ କରିବାକୁ ମଧ୍ୟ କ୍ୟାବିନେଟ ଅନୁମୋଦନ ଦେଇଛି। ଏହି ପ୍ୟାକେଜ ଦ୍ୱାରା ବିଏସଏନଏଲ ସେବାର ଗୁଣବତ୍ତା ବଢ଼ା ଯିବ, ବାଲାନ୍ସ ଶିଟକୁ ଚାପ ମୁକ୍ତ ରଖାଯିବ ଓ ବିବିଏନଏଲ ସହ ମିଶି କମ୍ପାନୀର ଇଣ୍ଟରନେଟ ସେବାକୁ ଅଧିକ ଅଞ୍ଚଳକୁ ପରିବ୍ୟାପ୍ତ କରାଯିବ।

ଦେଶର ସମସ୍ତ ଗାଁକୁ ୪ଜି ମୋବାଇଲ୍ ସେବା ଯୋଗାଇବା ପାଇଁ ଗୋଟିଏ ପ୍ରୋଜେକ୍ଟ ଅନୁମୋଦନ ମିଳିଛି। ଏହି କାମକୁ Universal Service Obligation Fund ମାଧ୍ୟମରେ କରାଯିବ। ଏଥିପାଇଁ ପ୍ରାୟ ୨୬,୨୧୬ କୋଟି ଟଙ୍କା ଖର୍ଚ୍ଚ କରାଯିବ।

Advertisment

ବୈଷ୍ଣବ କହିଛନ୍ତି, ଏହି ପ୍ୟାକେଜରେ ନଗଦ ୪୩,୯୬୪ କୋଟି ଟଙ୍କାର ସହାୟତା ବ୍ୟବସ୍ଥା କରାଯିବ। ସେହିପରି ନନ କ୍ୟାଶ ସର୍ପୋଟ ବାବଦରେ ୧.୨୦ ଲକ୍ଷ କୋଟିର ବ୍ୟବସ୍ଥା କରାଯାଇଛି। ନଗଦ ଟଙ୍କାକୁ ସ୍ପେକ୍ଟ୍ରମ ବଣ୍ଟନରେ ବ୍ୟବହାର କରାଯିବ। ବିଏସଏନଏଲକୁ ପୁନଃର ଉଦ୍ଧାର କରିବା ପାଇଁ କେନ୍ଦ୍ର ସରକାର ୧,୬୪,୧୫୬ କୋଟି ଟଙ୍କାର ପ୍ୟାକେଜକୁ ଅନୁମୋଦନ କରିଛନ୍ତି। ଏଥିସହ ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସଏନଏଲ) ଏବଂ ଭାରତ ବ୍ରଡବ୍ୟାଣ୍ଡ ନେଟୱାର୍କ ଲିମିଟେଡ (ବିବିଏନଏଲ) ର ମିଶ୍ରଣକୁ କ୍ୟାବିନେଟ ଅନୁମୋଦନ କରିଛି କରିଥିବା ସେ କହିଛନ୍ତି।

ବିବିଏନଏଲ ସହ ମିଶି ବିଏସଏନଏଲ ୫.୬୭ ଲକ୍ଷ କିଲୋମିଟର ଅପ୍ଟିକାଲ ଫାଇବରର ବିସ୍ତାର କରିବ। ଏଥିପାଇଁ ସରକାର ଆସନ୍ତା ତିନି ବର୍ଷ ମଧ୍ୟରେ ବିଏସଏନଏଲ ପାଇଁ ୨୩ ହଜାର କୋଟି ଟଙ୍କା ମୂଲ୍ୟର ବଣ୍ଡ ଜାରି କରିବେ। ଏଥିସହ ସରକାର ୨ ବର୍ଷ ମଧ୍ୟରେ ଏମଟିଏନଏଲ ପାଇଁ ୧୭,୫୦୦ କୋଟି ଟଙ୍କା ବଣ୍ଡ ବ୍ୟବସ୍ଥା କରିବେ।

କେନ୍ଦ୍ରମନ୍ତ୍ରୀ ବୈଷ୍ଣବ ଆହୁରି କହିଛନ୍ତି, “ବିଏସଏନଏଲ ପାଇଁ ଘୋଷଣା ହୋଇଥିବା ପ୍ୟାକେଜ ୪ଜି ଅପଗ୍ରେଡ୍ କରିବାରେ ସାହାଯ୍ୟ କରିବ। ବିଏସଏନଏଲରେ ୬.୮୦ ଲକ୍ଷ କିଲୋମିଟରରୁ ଅଧିକ ଅପ୍ଟିକାଲ୍ ଫାଇବର ନେଟୱାର୍କ ଅଛି। ଏଥିସହିତ ବିବିଏନଏଲ୍ ଦେଶର ୧.୮୫ ଲକ୍ଷ ଗ୍ରାମ ପଞ୍ଚାୟତରେ ୫.୬ ଲକ୍ଷ କିଲୋମିଟରର ଅପ୍ଟିକାଲ ଫାଇବର ଲଗାଇଛି।

ଏହା ବର୍ତ୍ତମାନର ନେଟୱର୍କକୁ ସୁଦୃଢ଼ କରିବା ସହ ୪ଜି ବ୍ୟବସ୍ଥା ଲାଗୁ କରିବାରେ ସହାୟକ ହେବ। ୪ଜି ସେବା ପ୍ରଦାନ ପାଇଁ ବିଏସଏନଏଲକୁ ସ୍ପେକ୍ଟ୍ରମର ପ୍ରଶାସନିକ ଆବଣ୍ଟନ କରାଯିବ। ସେହିଭଳି ୯୦୦/୧୮୦୦ MHz  ସ୍ପେକ୍ଟ୍ରମ ପାଇଁ ଇକ୍ୱିଟି ଇନଫ୍ୟୁଜନ ଜରିଆରେ ୪୪,୯୯୩ କୋଟି ଟଙ୍କା ଦିଆଯିବ। ଏହି ସ୍ପେକ୍ଟ୍ରମ ଦ୍ୱାରା ବିଏସ୍‌ଏନଏଲ ଉଚ୍ଚ କ୍ଷମତାର ଇଣ୍ଟରନେଟ ସେବା ଯୋଗାଇବାକୁ ସକ୍ଷମ। ବିଶେଷ କରି ଗ୍ରାମାଞ୍ଚଳରେ ୪ଜି ବ୍ୟବସ୍ଥା ସହ ଉଚ୍ଚ କ୍ଷମତା ସମ୍ପନ୍ନ ଇଣ୍ଟରନେଟ ସେବା ମିଳିବ ବୋଲି ସେ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe