Advertisment

ଆମାଜନକୁ ୨୦୨ କୋଟିର ଫାଇନ

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ବଡ଼ ଇ- କର୍ମସ କମ୍ପାନୀ ଆମାଜନକୁ ଶୁକ୍ରବାର ବଡ଼ ଝଟକା ଲାଗିଛି। ଭାରତର ପ୍ରତିଯୋଗିତା କମିଶନ (ସିସିଆଇ) ଫ୍ୟୁଚର ଗ୍ରୁପ୍ ସହିତ ଆମାଜନ କରିଥିବା ଚୁକ୍ତି ଉପରେ ରୋକ ଲଗାଇ ଦେଇଛନ୍ତି। ଏଥିସହ ଆମେରିକୀୟ କମ୍ପାନୀ ଆମାଜନ ବ୍ୟବସାୟିକ ନିୟମ ଉଲ୍ଲଙ୍ଘନ କରିଥିବାରୁ ସିସିଆଇ ୨୦୨ କୋଟି ଟଙ୍କାର ଜୋରିମାନା ଦାଖଲ କରିବାକୁ କହିଛନ୍ତି। ୫୭ ପୃଷ୍ଠାର ନିର୍ଦ୍ଦେଶନାମାରେ ସିସିଆଇ କହିଛନ୍ତି ଯେ ଆମାଜନ ୨୦୧୯ରେ ଫ୍ୟୁଚର କୁପନ୍ସ ପ୍ରାଇଭେଟ ଲିଃ ସହ […]

ଆମାଜନକୁ ୨୦୨ କୋଟିର ଫାଇନ

amzon

Advertisment

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ବଡ଼ ଇ- କର୍ମସ କମ୍ପାନୀ ଆମାଜନକୁ ଶୁକ୍ରବାର ବଡ଼ ଝଟକା ଲାଗିଛି। ଭାରତର ପ୍ରତିଯୋଗିତା କମିଶନ (ସିସିଆଇ) ଫ୍ୟୁଚର ଗ୍ରୁପ୍ ସହିତ ଆମାଜନ କରିଥିବା ଚୁକ୍ତି ଉପରେ ରୋକ ଲଗାଇ ଦେଇଛନ୍ତି। ଏଥିସହ ଆମେରିକୀୟ କମ୍ପାନୀ ଆମାଜନ ବ୍ୟବସାୟିକ ନିୟମ ଉଲ୍ଲଙ୍ଘନ କରିଥିବାରୁ ସିସିଆଇ ୨୦୨ କୋଟି ଟଙ୍କାର ଜୋରିମାନା ଦାଖଲ କରିବାକୁ କହିଛନ୍ତି।
୫୭ ପୃଷ୍ଠାର ନିର୍ଦ୍ଦେଶନାମାରେ ସିସିଆଇ କହିଛନ୍ତି ଯେ ଆମାଜନ ୨୦୧୯ରେ ଫ୍ୟୁଚର କୁପନ୍ସ ପ୍ରାଇଭେଟ ଲିଃ ସହ କରିଥିବା ଡିଲର ପ୍ରକୃତ ଉଦ୍ଦେଶ୍ୟ ଓ ବିବରଣୀକୁ ଲୁଚାଇ ରଖିଥିଲା।

Advertisment

ସେହିପରି ଏ ସଂକ୍ରାନ୍ତ ସମସ୍ତ ତଥ୍ୟକୁ ଭୁଲ ଭାବେ ଉପସ୍ଥାପନ କରିଥିଲା। ତେଣୁ ଏହା ଉପରେ ରୋକ ଲଗାଯାଉଛି। ଏଥିସହ ଡିଲର ପ୍ରକୃତ ଉଦ୍ଦେଶ୍ୟକୁ ମଧ୍ୟ ଯାଞ୍ଚ କରାଯିବ। ଆମାଜନ ଫ୍ୟୁଚର କୁପନ୍ସ ପ୍ରାଇଭେଟ ଲିମିଟେଡର ୪୯% ଅଂଶଧନକୁ କିଣିବାକୁ ଚୁକ୍ତି କରି ଏହାର ମୁଖ୍ୟ କମ୍ପାନୀ ଫ୍ୟୁଚର ଗ୍ରୁପ୍ ଉପରେ ପରୋକ୍ଷରେ ନିୟନ୍ତ୍ରଣ କରିବା ପାଇଁ ଲକ୍ଷ୍ୟ ରଖିଥିବା ଅଭିଯୋଗକାରୀ ଫ୍ୟୁଚର କୁପନ୍ସ ପ୍ରାଇଭେଟ ଲିମିଟେଡ୍ ଓ କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଏଟି) କହିଛନ୍ତି।

ବାଣିଜ୍ୟିକ ଚୁକ୍ତି ସଂକ୍ରାନ୍ତ ତଥ୍ୟକୁ ଆମାଜନ୍ ଲୁଚାଇ ରଖିଥିଲା। ଫ୍ୟୁଚର ଗ୍ରୁପ୍‌ ୨୫ ହଜାର କୋଟିରେ ରିଲାଏନ୍ସ ରିଟେଲକୁ ତା’ର ସମ୍ପତ୍ତି ବିକ୍ରି କରିବାକୁ ଚାହୁଁଥିଲା। ହେଲେ ଆମାଜନ ୨୦୧୯ ଚୁକ୍ତିକୁ ଆଧାର କରି ଏହାକୁ ବିରୋଧ କରି ଆସୁଥିଲା। ଏଥିପାଇଁ ଫ୍ୟୁଚର ଗ୍ରୁପ୍‌ ସିସିଆଇର ଦ୍ୱାରସ୍ଥ ହୋଇଥିଲା। ଏହାର ବିଚାର କରି ସିସିଆଇ ଚୁକ୍ତିର ଯାଞ୍ଚ କରିବାକୁ କହିଛନ୍ତି।

Advertisment

ଅନ୍ୟପକ୍ଷରେ ଚୁକ୍ତି ବାତିଲ କରିବାକୁ ସିସିଆଇ ପାଖରେ ଅଧିକାର ନାହିଁ ବୋଲି ଆମାଜନ କହିଛି। ଏହି ନିର୍ଦ୍ଦେଶନାମା ବିରୋଧରେ କମ୍ପାନୀ ୬୦ ଦିନ ମଧ୍ୟରେ ପୁନଃ ଆବେଦନ ମଧ୍ୟ କରିପାରିବ। ସିସିଆଇ ଦେଇଥିବା ରାୟକୁ ଆମଜନ ନ୍ୟାଶନାଲ କମ୍ପାନୀ ଲ’ ଆପେଲାଟ ଟ୍ରିବ୍ୟୁନାଲ(ଏନସିଏଲଏଟି)ରେ ଚ୍ୟାଲେଞ୍ଜ କରିବ ବୋଲି ଜଣାପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe