ପୁଣି ଗ୍ରାହକଙ୍କୁ ଝଟକା, ମହଙ୍ଗା ହେବ ଡ୍ରେସ ଓ ଜୋତା

ନୂଆଦିଲ୍ଲୀ: ମହଙ୍ଗା ମାଡ଼ରେ ଆଉଟପାଉଟ ହେଉଥିବା ଦେଶବାସୀଙ୍କୁ ଜୋରଦାର ଝଟକା ଲାଗିଛି। ପେଟ୍ରୋଲ, ଡିଜେଲ ଓ ରାସନ ସାମଗ୍ରୀ ପରେ ଏବେ ରେଡିମେଡ କପଡ଼ା, ଟେକ୍ସଟାଇଲ ଓ ଜୋତା ମହଙ୍ଗା ହେବାକୁ ଯାଉଛି। ୨୦୨୨ ଜାନୁଆରୀ ଠାରୁ ଜୋତା ଓ ଲୁଗାପଟା ଅଧିକ ଦାମରେ ବିକ୍ରି ହେବ। କାରଣ ରେଡିମେଡ ପୋଷାକ, ଟେକ୍ସଟାଇଲ୍ ଓ ଜୋତା ଭଳି ସାମଗ୍ରୀ ଉପରେ କେନ୍ଦ୍ର ସରକାର ଲାଗୁ କରୁଥିବା ଜିଏସଟି ପରିମାଣକୁ ବୃଦ୍ଧି କରିଛନ୍ତି। ପୂର୍ବରୁ ଏହି ସବୁ ସାମଗ୍ରୀ […]

Dress

Hemant Lenka
  • Published: Wednesday, 24 November 2021
  • , Updated: 24 November 2021, 10:19 PM IST

ନୂଆଦିଲ୍ଲୀ: ମହଙ୍ଗା ମାଡ଼ରେ ଆଉଟପାଉଟ ହେଉଥିବା ଦେଶବାସୀଙ୍କୁ ଜୋରଦାର ଝଟକା ଲାଗିଛି। ପେଟ୍ରୋଲ, ଡିଜେଲ ଓ ରାସନ ସାମଗ୍ରୀ ପରେ ଏବେ ରେଡିମେଡ କପଡ଼ା, ଟେକ୍ସଟାଇଲ ଓ ଜୋତା ମହଙ୍ଗା ହେବାକୁ ଯାଉଛି। ୨୦୨୨ ଜାନୁଆରୀ ଠାରୁ ଜୋତା ଓ ଲୁଗାପଟା ଅଧିକ ଦାମରେ ବିକ୍ରି ହେବ।

କାରଣ ରେଡିମେଡ ପୋଷାକ, ଟେକ୍ସଟାଇଲ୍ ଓ ଜୋତା ଭଳି ସାମଗ୍ରୀ ଉପରେ କେନ୍ଦ୍ର ସରକାର ଲାଗୁ କରୁଥିବା ଜିଏସଟି ପରିମାଣକୁ ବୃଦ୍ଧି କରିଛନ୍ତି। ପୂର୍ବରୁ ଏହି ସବୁ ସାମଗ୍ରୀ ଉପରେ ୫% ଜିଏସ୍‌ଟି ଲାଗୁ ହେଉଥିବା ବେଳେ ଏହାକୁ ୧୨%କୁ ବୃଦ୍ଧି କରାଯାଇଛି। ଏ ସମ୍ପର୍କରେ ସିବିଆଇସି ପକ୍ଷରୁ ସୂଚନା ଦିଆଯାଇଛି।

ସିବିଆଇସି ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ୨୦୨୨ ଜାନୁଆରୀ ଠାରୁ ସୂତା ଜାତୀୟ ସାମଗ୍ରୀ ଉପରେ ୫% ଜିଏସ୍‌ଟି ବଦଳରେ ୧୨% ଜିଏସ୍‌ଟି ଲାଗୁ ହେବ। ସେହିପରି ଯେକୌଣସି ଦାମର ପୋଷାକ ଉପରେ ମଧ୍ୟ ୧୨% ଜିଏସଟି ଲାଗୁ ହେବ। ପୂର୍ବରୁ କେବଳ ୧୦୦୦ ଟଙ୍କାରୁ ଅଧିକ ମୂଲ୍ୟର ପୋଷାକ ଉପରେ ୫% ଜିଏସ୍‌ଟି ଲାଗୁଥିଲା।

ଏହାବାବାଦ ବୁଣା କପଡ଼ା, ସିନ୍ଥେଟିକ୍ ସୂତା, କମ୍ବଳ, ତମ୍ବୁ, ଟେବୁଲ୍ କପଡ଼ା ପରି ଅନ୍ୟାନ୍ୟ ବସ୍ତ୍ର ଉପରେ ଉପରେ ମଧ୍ୟ ୫% ବଦଳରେ ୧୨% ଜିଏସ୍‌ଟି ଲାଗିବ। ଜୋତା ଉପରେ ମଧ୍ୟ ଅଧିକ ପରିମାଣର ଜିଏସ୍‌ଟି ଲାଗୁ ହୋଇଛି। ପୂର୍ବରୁ କେବଳ ୧ ହଜାରରୁ ଅଧିକ ଟଙ୍କାର ଜୋତା କିଣୁଥିଲେ ୫% ଜିଏସ୍‌ଟି ଦେବାକୁ ପଡ଼ୁଥିଲା। ହେଲେ ଏବେ ସବୁ ମୂଲ୍ୟର ଜୋତା ଉପରେ ୧୨% ଜିଏସ୍‌ଟି ଆଦାୟ ହେବ।

ଅନ୍ୟପକ୍ଷରେ ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛି ପୋଷାକ ଉତ୍ପାଦନକାରୀ ସଂଘ CMAI । ସଂସ୍ଥା କହିଛି ଯେ ପୋଷାକ ଉପରେ ଜିଏସଟି ପରିମାଣ ବୃଦ୍ଧି କରିବାକୁ ସରକାର ନେଇଥିବା ନିଶ୍ଚିତ ନିରାଶାଜନକ। CMAI ଓ ବ୍ୟବସାୟ ସଂଗଠନ ପକ୍ଷରୁ ନୂଆ ଦର ଲାଗୁ ନ କରିବାକୁ ସରକାର ଏବଂ ଜିଏସଟି ପରିଷଦକୁ ନିବେଦନ କରାଯାଇଛି।

Related story