Advertisment

ରାଜଧାନୀରେ ପୁଣି ସିଏନଜି ଦାମ ୨.୫ ଟଙ୍କା ବଢ଼ିଲା

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦାମ ସ୍ଥିର ରହିଥିବା ବେଳେ କ୍ରମାଗତ ଭାବେ ସିଏନଜି ଦର ବୃଦ୍ଧି ପାଇବାରେ ଲାଗିଛି। ଏହିକ୍ରମରେ ଆଜି ରାଜଧାନୀ ଦିଲ୍ଲୀରେ ସିଏନଜି କେଜି ପିଛା ପୁଣି ୨.୫ ଟଙ୍କା ମହଙ୍ଗା ହୋଇଛି। ଏହାକୁ ମିଶାଇ ମାର୍ଚ୍ଚରୁ ଇତି ମଧ୍ୟରେ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ସିଏନଜି ଦାମ ୧୫ ଟଙ୍କା ବଢ଼ିଲାଣି। ବର୍ଦ୍ଧିତ ଦର ପରେ ଆଜିଠାରୁ ଦିଲ୍ଲୀରେ ସିଏନଜି କେଜି ପିଛା ୭୧.୬୧ ଟଙ୍କାରେ ବିକ୍ରି ହେଉଛି। ଗ୍ୟାସ୍‌ […]

ରାଜଧାନୀରେ ପୁଣି ସିଏନଜି ଦାମ ୨.୫ ଟଙ୍କା ବଢ଼ିଲା

CNG

Advertisment

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦାମ ସ୍ଥିର ରହିଥିବା ବେଳେ କ୍ରମାଗତ ଭାବେ ସିଏନଜି ଦର ବୃଦ୍ଧି ପାଇବାରେ ଲାଗିଛି। ଏହିକ୍ରମରେ ଆଜି ରାଜଧାନୀ ଦିଲ୍ଲୀରେ ସିଏନଜି କେଜି ପିଛା ପୁଣି ୨.୫ ଟଙ୍କା ମହଙ୍ଗା ହୋଇଛି। ଏହାକୁ ମିଶାଇ ମାର୍ଚ୍ଚରୁ ଇତି ମଧ୍ୟରେ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ସିଏନଜି ଦାମ ୧୫ ଟଙ୍କା ବଢ଼ିଲାଣି। ବର୍ଦ୍ଧିତ ଦର ପରେ ଆଜିଠାରୁ ଦିଲ୍ଲୀରେ ସିଏନଜି କେଜି ପିଛା ୭୧.୬୧ ଟଙ୍କାରେ ବିକ୍ରି ହେଉଛି। ଗ୍ୟାସ୍‌ ଇନପୁଟ ଦାମ ବଢ଼ୁଥିବାରୁ କମ୍ପାନୀ ବାଧ୍ୟ ହୋଇ ସିଏନଜି ଦାମ ବୃଦ୍ଧି କରୁଥିବା କହିଛି।

Advertisment

ଆଜିର ବର୍ଦ୍ଧିତ ଦର ପରେ ନୋଏଡା, ଗ୍ରେଟର ନୋଏଡା ଓ ଗାଜିଆବାଦରେ ଗୋଟିଏ କେଜି ସିଏନଜିର ମୂଲ୍ୟ ୭୪.୧୭ ଟଙ୍କା ହୋଇଛି। ସେହିପରି ମୁଜାଫରନଗର, ମୀରଟ ଓ ଶାମିଲରେ ୭୮.୮୪ ଟଙ୍କା, ଗୁରୁଗ୍ରାମରେ ୭୯.୯୪ ଟଙ୍କା, ରେୱାରୀରେ ୮୨.୦୭ ଟଙ୍କା, କର୍ଣ୍ଣାଲ ଓ କୈଥାଲରେ ୮୦.୨୭ ଟଙ୍କା, କାନପୁର, ହାମିରପୁର ଓ ଫତେପୁରରେ ୮୩.୪୦ ଟଙ୍କା, ଆଜମେର, ପାଲି ଓ ରାଜସମାନ୍ଦରେ ସିଏନଜିର କେଜି ପିଛା ଦାମ ୮୧.୮୮ ଟଙ୍କା ହୋଇଯାଇଛି।

ବୁଧବାର ମହାରାଷ୍ଟ୍ର ଗ୍ୟାସ ଲିଃ(ଏମଜିଏଲ) ପୁଣିଥରେ ସିଏନଜି ଓ ଘରୋଇ ପିଏନଜି ଦାମ ବୃଦ୍ଧି ଘଟିଥିଲା। ସିଏନଜି ଦାମ କେଜି ପିଛା ୫ ଟଙ୍କା ବଢ଼ିଥିବା ବେଳେ ପିଏନଜି ଦର ୪.୫୦ ଟଙ୍କା ମହଙ୍ଗା ହୋଇଥିଲା। ବର୍ଦ୍ଧିତ ଦର ପରେ ସିଏନଜି ଦାମ କେଜି ପିଛା ୬୭ ଟଙ୍କାରୁ ବଢ଼ି ୭୨ ଟଙ୍କାରେ ପହଞ୍ଚିଛି। ସେହିପରି ପିଏନଜି ଦର ୪୧.୫୦ ଟଙ୍କାରୁ ବଢ଼ି ୪୫.୫୦ ଟଙ୍କା ଛୁଇଁଛି। ଏହି ନୂଆ ଦର ସମଗ୍ର ମୁମ୍ବାଇ ଓ ଏହାର ଆଖପାଖ ଅଞ୍ଚଳରେ ଲାଗୁ ହୋଇଥିବା ଏମଜିଏଲ କହିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe