Advertisment

ତୈଳଦର ସହ ତାଳ ଦେଇ ସିଏନଜି ବି ମହଙ୍ଗା ହେଲା

ନୂଆଦିଲ୍ଲୀ: ଲୋକଙ୍କ ଉପରେ ମହଙ୍ଗା ମାଡ଼ ଜାରି ରହିଛି। ପେଟ୍ରୋଲ, ଡିଜେଲ ଓ ଏଲପିଜି ପରି ସିଏନଜି ଦାମ ମଧ୍ୟ କ୍ରମାଗତ ବଢ଼ିବାରେ ଲାଗିଛି। ଆଜି ଦିଲ୍ଲୀରେ ସିଏନଜିର କେଜି ପିଛା ଦାମ ପୁଣିଥରେ ୨.୫ ଟଙ୍କା ମହଙ୍ଗା ହୋଇଛି। ବର୍ଦ୍ଧିତ ଦର ପରେ ଦିଲ୍ଲୀରେ ସିଏନଜିର କେଜି ପିଛା ଦାମ ୬୬.୬୧ ଟଙ୍କାରେ ପହଞ୍ଚି ଯାଇଛି। ଏପ୍ରିଲ ୪ରେ ମଧ୍ୟ ସିଏନଜିର ଦାମ ୨.୫ ଟଙ୍କା ବଢ଼ିଥିଲା। ଏବେ ପୁଣି ଆଉ ୨.୫ ଟଙ୍କା ବଢ଼ିଛି। […]

ତୈଳଦର ସହ ତାଳ ଦେଇ ସିଏନଜି ବି ମହଙ୍ଗା ହେଲା

CNG

Advertisment

ନୂଆଦିଲ୍ଲୀ: ଲୋକଙ୍କ ଉପରେ ମହଙ୍ଗା ମାଡ଼ ଜାରି ରହିଛି। ପେଟ୍ରୋଲ, ଡିଜେଲ ଓ ଏଲପିଜି ପରି ସିଏନଜି ଦାମ ମଧ୍ୟ କ୍ରମାଗତ ବଢ଼ିବାରେ ଲାଗିଛି। ଆଜି ଦିଲ୍ଲୀରେ ସିଏନଜିର କେଜି ପିଛା ଦାମ ପୁଣିଥରେ ୨.୫ ଟଙ୍କା ମହଙ୍ଗା ହୋଇଛି। ବର୍ଦ୍ଧିତ ଦର ପରେ ଦିଲ୍ଲୀରେ ସିଏନଜିର କେଜି ପିଛା ଦାମ ୬୬.୬୧ ଟଙ୍କାରେ ପହଞ୍ଚି ଯାଇଛି।

Advertisment

ଏପ୍ରିଲ ୪ରେ ମଧ୍ୟ ସିଏନଜିର ଦାମ ୨.୫ ଟଙ୍କା ବଢ଼ିଥିଲା। ଏବେ ପୁଣି ଆଉ ୨.୫ ଟଙ୍କା ବଢ଼ିଛି। ଏହାକୁ ମିଶାଇ ଗତ ୫ ଦିନ ମଧ୍ୟରେ ସିଏନଜିର କେଜି ପିଛା ଦାମ ୬.୬ ଟଙ୍କା ବଢ଼ିଲାଣି। ଆଗକୁ ଆହୁରି ବଢ଼ିବାର ଆଶଙ୍କା ମଧ୍ୟ ରହିଛି। ଏପ୍ରିଲ ୪ରେ ଯେତେବେଳେ ସିଏନଜିର କେଜି ପିଛା ଦାମ ୨.୫ ଟଙ୍କା ବଢ଼ିଥିଲା ସେତେବେଳେ ଦିଲ୍ଲୀର କ୍ୟାବ ଡ୍ରାଇଭରମାନେ ଏହାକୁ ବିରୋଧ କରିଥିଲେ।

ଏପରି କି ଅସହ୍ୟ ଗରମ ସତ୍ତ୍ୱେ ସେମାନେ କାର୍‌ ଏସି ଅନ୍‌ କରିବେ ନାହିଁ ବୋଲି ମଧ୍ୟ ଚେତାବନୀ ଦେଇଥିଲେ। ଦିଲ୍ଲୀର ଜଣେ କ୍ୟାବ ଡ୍ରାଇଭର କହିଥିଲେ, “ଦର ବୃଦ୍ଧି ଯୋଗୁ ଆମେ ସମସ୍ୟାରେ ପଡ଼ୁଛୁ। ଏଣିକି କାରରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଆମେ ଆଉ ଏସି ଅନ୍ କରିବାକୁ ନାହିଁ। ଏସି ଦ୍ୱାରା ଅଧିକ ଗ୍ୟାସ୍‌ ଖର୍ଚ୍ଚ ହେଉଛି।”

Advertisment

ଏହାପୂର୍ବରୁ ଏପ୍ରିଲ ୧ରେ ସିଏନଜିର ଦାମ କେଜି ପିଛା ୮୦ ପଇସା ମହଙ୍ଗା ହୋଇଥିଲା। ଗ୍ୟାସ୍‌ ଇନପୁଟ ଦାମ ବଢ଼ୁଥିବାରୁ କମ୍ପାନୀ ବାଧ୍ୟ ହୋଇ ସିଏନଜି ଦାମ ବୃଦ୍ଧି କରୁଥିବା କହିଛି। ଆଜିର ବର୍ଦ୍ଧିତ ଦର ପରେ ନୋଏଡା, ଗ୍ରେଟର ନୋଏଡା ଓ ଗାଜିଆବାଦରେ ଗୋଟିଏ କେଜି ସିଏନଜିର ମୂଲ୍ୟ ୬୯.୧୮ ଟଙ୍କା ହୋଇଛି।

ସେହିପରି ମୁଜାଫରନଗର, ମୀରଟ ଓ ଶାମିଲରେ ୭୩.୮୬ ଟଙ୍କା, ଗୁରୁଗ୍ରାମରେ ୭୪.୯୪ ଟଙ୍କା, ରେୱାରୀରେ ୭୭.୦୭ ଟଙ୍କା, କର୍ଣ୍ଣାଲ ଓ କୈଥାଲରେ ୭୫.୨୭ ଟଙ୍କା, କାନପୁର, ହାମିରପୁର ଓ ଫତେପୁରରେ ୭୮.୫୦ ଟଙ୍କା, ଆଜମେର, ପାଲି ଓ ରାଜସମାନ୍ଦରେ ସିଏନଜିର କେଜି ପିଛା ଦାମ ୭୬.୮୯ ଟଙ୍କା ହୋଇଯାଇଛି।

ସୂଚନାଯୋଗ୍ୟ, ଆଜି ପେଟ୍ରୋଲ ଓ ଡିଜେଲ ଦାମ ମଧ୍ୟ ଦିଲ୍ଲୀରେ ୮୦ ଓ ୮୫ ପଇ ଲେଖାଏ ମହଙ୍ଗା ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe