Advertisment

ଶସ୍ତା ହେଲା ଏଲ୍‌ପିଜି ସିଲିଣ୍ଡର ଦର

ନୂଆଦିଲ୍ଲୀ: ନବରାତ୍ରୀ ବେଳେ ଗ୍ରାହକଙ୍କୁ ମିଳିଛି ବଡ ଆଶ୍ୱସ୍ତି। କମିଲା ଏଲ୍‌ପିଜି ସିଲିଣ୍ଡର ଦର। ଶସ୍ତା ହୋଇଛି କମର୍ସିଆଲ୍‌ ସିଲିଣ୍ଡରର ଦାମ୍‌। ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ୍‌ ଅନୁଯାୟୀ ଆଜିଠାରୁ ଦିଲ୍ଲୀରେ ଏଲପିଜି ସିଲିଣ୍ଡର ୨୫.୫୦ ଟଙ୍କା, କୋଲକାତାରେ ୩୬.୫୦ ଟଙ୍କା ଏବଂ ମୁମ୍ବାଇରେ ୩୫.୫୦ ଟଙ୍କା ଶସ୍ତା ହୋଇଛି। ୧୯ କିଲୋଗ୍ରାମ କମର୍ସିଆଲ୍ ସିଲିଣ୍ଡର ଦାମ୍‌ରେ ଏହି ପରିବର୍ତ୍ତନ ଘଟିଛି। ସେପଟେ ଘରୋଇ ତଥା ୧୪.୨ ଏଲ୍‌ପିଜି ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ। ଜୁଲାଇ ୬ରେ […]

ଅଦ୍ୟତନ ହୋଇଛି
ଶସ୍ତା ହେଲା ଏଲ୍‌ପିଜି ସିଲିଣ୍ଡର ଦର

LPG Cylender

Advertisment

ନୂଆଦିଲ୍ଲୀ: ନବରାତ୍ରୀ ବେଳେ ଗ୍ରାହକଙ୍କୁ ମିଳିଛି ବଡ ଆଶ୍ୱସ୍ତି। କମିଲା ଏଲ୍‌ପିଜି ସିଲିଣ୍ଡର ଦର। ଶସ୍ତା ହୋଇଛି କମର୍ସିଆଲ୍‌ ସିଲିଣ୍ଡରର ଦାମ୍‌। ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ୍‌ ଅନୁଯାୟୀ ଆଜିଠାରୁ ଦିଲ୍ଲୀରେ ଏଲପିଜି ସିଲିଣ୍ଡର ୨୫.୫୦ ଟଙ୍କା, କୋଲକାତାରେ ୩୬.୫୦ ଟଙ୍କା ଏବଂ ମୁମ୍ବାଇରେ ୩୫.୫୦ ଟଙ୍କା ଶସ୍ତା ହୋଇଛି।

Advertisment

୧୯ କିଲୋଗ୍ରାମ କମର୍ସିଆଲ୍ ସିଲିଣ୍ଡର ଦାମ୍‌ରେ ଏହି ପରିବର୍ତ୍ତନ ଘଟିଛି। ସେପଟେ ଘରୋଇ ତଥା ୧୪.୨ ଏଲ୍‌ପିଜି ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ। ଜୁଲାଇ ୬ରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରାଯାଇଥିଲା।

କ୍ରମାଗତ ଷଷ୍ଠ ମାସ ପାଇଁ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ହ୍ରାସ କରାଯାଇଛି। ମେ ମାସରେ ଏହାର ମୂଲ୍ୟ ୨୩୫୪ ଟଙ୍କାରେ ପହଞ୍ଚିଥିଲା, କିନ୍ତୁ ସେବେଠାରୁ ଏହା କ୍ରମାଗତ ଭାବେ ହ୍ରାସ ପାଇଚାଲିଛି। ସେପ୍ଟେମ୍ବରରେ ମଧ୍ୟ ୧୦୦ ଟଙ୍କା ଦର କମିଥିଲା।

Advertisment

ଇଣ୍ଡିଆନ୍ ଅଏଲ୍ ଅନୁଯାୟୀ, ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡର ଦର ଆଜିଠାରୁ ଦିଲ୍ଲୀରେ ୧୮୯୫.୫୦ ଟଙ୍କା, କୋଲକାତାରେ ୧୯୫୯ ଟଙ୍କା, ମୁମ୍ବାଇରେ ୧୮୧୧.୫୦ ଟଙ୍କା ଏବଂ ଚେନ୍ନାଇରେ ୨୦୦୯.୫୦ ଟଙ୍କା ଉପଲବ୍ଧ ହେବ। ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ହ୍ରାସ ହେବା ସହିତ ହୋଟେଲ, ରେଷ୍ଟୁରାଣ୍ଟ ଏବଂ ଢ଼ାବାରେ ଖାଇବା ପିଇବା ଶସ୍ତା ହୋଇପାରେ ବୋଲି ଆଶା କରାଯାଉଛି।

ସେପଟେ ପ୍ରାକୃତିକ ଗ୍ୟାସ ମୂଲ୍ୟ ୪୦ ପ୍ରତିଶତ ବୃଦ୍ଧି ପାଇ ରେକର୍ଡ ସ୍ତରରେ ପହଞ୍ଚିଛି। ବର୍ତ୍ତମାନ ପାଇପ୍ ମାଧ୍ୟମରେ ରୋଷେଇ ଘରେ ପହଞ୍ଚୁଥିବା CNG ଏବଂ PNG ଗ୍ୟାସର ମୂଲ୍ୟରେ ବୃଦ୍ଧି ହୋଇପାରେ ବୋଲି ସୂଚନା ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe