Advertisment

ଆଡେଇ ଦେଲେ କୋକା କୋଲା ବୋତଲ, କମ୍ପାନୀର କ୍ଷତି ୨୯ ହଜାର କୋଟି

ବୁଦାପେଷ୍ଟ, ହଙ୍ଗେରୀ: ୟୁରୋ କପ ୨୦୨୦ର ମୁଖ୍ୟ ସ୍ପୋନସର ହେଉଛି ମୃଦୁ ପାନୀୟ କମ୍ପାନୀ କୋକା କୋଲା। ଏହି କମ୍ପାନୀ ଏବେ ୨୯ ହଜାର କୋଟିର ଘାଟା ସହିଛି ଜଣେ ଫୁଟବଲରଙ୍କ ପାଇଁ। ଏହି ଫୁଟବଲର ହେଉଛନ୍ତି କ୍ରିଷ୍ଟିଆନୋ ରୋନାଲଡୋ। ସେ ପ୍ରେସ କନଫରେନସ ବେଳେ କୋକା କୋଲାର ଦୁଇଟ ବୋତଲ କ୍ୟାମେରା ଆଗରୁ ହଟାଇ ଦେଇଥିଲେ। ଆଉ ଏହାର ପ୍ରସାରଣ ଟିଭିରେ ହେଉଥିଲା। ରୋନାଲଡୋଙ୍କ ଏପରି ପଦକ୍ଷେପ ପରେ କୋକା କୋଲାର ବଜାର ମୂଲ୍ୟ ୪ […]

author-image
Subhransu Sekhar
ଅଦ୍ୟତନ ହୋଇଛି
ଆଡେଇ ଦେଲେ କୋକା କୋଲା ବୋତଲ, କମ୍ପାନୀର କ୍ଷତି ୨୯ ହଜାର କୋଟି

ronaldo

ବୁଦାପେଷ୍ଟ, ହଙ୍ଗେରୀ: ୟୁରୋ କପ ୨୦୨୦ର ମୁଖ୍ୟ ସ୍ପୋନସର ହେଉଛି ମୃଦୁ ପାନୀୟ କମ୍ପାନୀ କୋକା କୋଲା। ଏହି କମ୍ପାନୀ ଏବେ ୨୯ ହଜାର କୋଟିର ଘାଟା ସହିଛି ଜଣେ ଫୁଟବଲରଙ୍କ ପାଇଁ। ଏହି ଫୁଟବଲର ହେଉଛନ୍ତି କ୍ରିଷ୍ଟିଆନୋ ରୋନାଲଡୋ। ସେ ପ୍ରେସ କନଫରେନସ ବେଳେ କୋକା କୋଲାର ଦୁଇଟ ବୋତଲ କ୍ୟାମେରା ଆଗରୁ ହଟାଇ ଦେଇଥିଲେ। ଆଉ ଏହାର ପ୍ରସାରଣ ଟିଭିରେ ହେଉଥିଲା। ରୋନାଲଡୋଙ୍କ ଏପରି ପଦକ୍ଷେପ ପରେ କୋକା କୋଲାର ବଜାର ମୂଲ୍ୟ ୪ ବିଲିଅନ ଡଲାର ଅର୍ଥାତ ୨୯ ହଜାର ୩୨୩ କୋଟି କମିଛି।

Advertisment

ୟୁରୋ ୨୦୨୦ରେ ହଙ୍ଗେରୀ ବିପକ୍ଷରେ ପର୍ତ୍ତୁଗାଲର ମ୍ୟାଚ ଥିଲା। ଏହା ପୂର୍ବରୁ ଏହି ଘଟଣା ଘଟିଛି। ୟୁରୋ କପର ଏବେର ଚାମ୍ପିଅନ୍ ଦଳ ହେଉଛି ପର୍ତ୍ତୁଗାଲ୍ ଏବଂ କ୍ରିଷ୍ଟିଆନୋ ରୋନାଲଡୋ ସମାନ ପର୍ତ୍ତୁଗୀଜ୍ ଦଳର ଅଧିନାୟକ। ଏଭଳି ପରିସ୍ଥିତିରେ ହଙ୍ଗେରୀ ବିପକ୍ଷ ମ୍ୟାଚ୍ ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। କିନ୍ତୁ ଟେବୁଲ ଉପରେ କୋକା କୋଲା ବୋତଲ ଦେଖି ରୋନାଲଡୋ ବିରକ୍ତ ହୋଇଥିଲେ। ରୋନାଲଡୋ ରାଗି ଯାଇ କହିଥିଲେ, 'କୋଲ୍ଡ ଡ୍ରିଙ୍କସ ନୁହେଁ (କୋକା କୋଲା) ବରଂ ଆମେ ପାଣି ପିଇବାର ଅଭ୍ୟାସ କରିବା ଉଚିତ୍।'

ସୂଚନାଯୋଗ୍ୟ, ୩୬ ବର୍ଷୀୟ ରୋନାଲଡୋ ଫିଟ୍ ରହିବା ପାଇଁ କୌଣସି ପ୍ରକାରର ଥଣ୍ଡା ଏବଂ ଏୟରେଟେଡ ପାଣିଠାରୁ ଦୂରେଇ ରୁହନ୍ତି। ରୋନାଲଡୋ ଏବେ ଦୁନିଆର ସବୁଠାରୁ ଫିଟ୍ ଏବଂ ସଫଳ ଖେଳାଳିମାନଙ୍କ ମଧ୍ୟରୁ ଜଣେ।

Advertisment

ରୋନାଲ୍ଡୋଙ୍କ ଏହି ପଦକ୍ଷେପ ଯୋଗୁଁ କମ୍ପାନୀର ସେୟାରର ମୂଲ୍ୟ ଖସିଯାଇଛି। ସୋମବାର ବଜାର ଖୋଲିବା ପୂର୍ବରୁ, କୋକା କୋଲା ସେୟାରର ମୂଲ୍ୟ ୫୬.୧୦ ଆମେରିକୀୟ ଡଲାର ଥିଲା, କିନ୍ତୁ ଏହା କ୍ରମଶଃ ୫୫.୨୨ ଡଲାରକୁ ଖସି ଆସିଥିଲା। ଏହା ଦ୍ୱାରା କୋକା କୋଲାର ବଜାର ମୂଲ୍ୟ ୪ ବିଲିୟନ ଡ଼ଲାର ବା ୨୯,୩୨୩ କୋଟି ଟଙ୍କା ହ୍ରାସ ପାଇଛି।