Advertisment

ନିବେଶକଙ୍କୁ ଜୋରଦାର ଝଟ୍‌କା, ଖସିଲା କ୍ରିପ୍ଟୋ ମାର୍କେଟ୍‌

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଆରମ୍ଭ ହୋଇଯାଇଛି ଯୁଦ୍ଧ। ପ୍ରବଳ ଗୁଳିଗୋଳା ମାଡ ସାଙ୍ଗକୁ ଦୁଇ ଦେଶ ମଧ୍ୟରେ ଚାଲିଛି ଘମାଘୋଟ ଲଢ଼େଇ। ରୁଷର ମିସାଇଲ ଓ ରକେଟ୍‌ ମାଡରେ ଦୋହଲିଲାଣି ୟୁକ୍ରେନ୍‌। ସେପଟେ ୟୁକ୍ରେନ୍‌ ମଧ୍ୟ ରୁଷକୁ ପ୍ରତି ଜାବବ ଦେଉଛି। ଏହି ଯୁଦ୍ଧର ପ୍ରଭାବ ଏବେ ସାରା ବିଶ୍ୱରେ ଦେଖିବାକୁ ମିଳିଛି।  ଅଶୌଧିତ ତୈଳ ଦର ବ୍ୟାରେଲ ପିଛା ୧୦୦ ଡଲାର ପାର କରିଥିବା ବେଳେ ଭାରତୀୟ ସେୟାର ବଜାର ବି ଏଥିପାଇଁ […]

ନିବେଶକଙ୍କୁ ଜୋରଦାର ଝଟ୍‌କା, ଖସିଲା କ୍ରିପ୍ଟୋ ମାର୍କେଟ୍‌

crypto-markets

Advertisment

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଆରମ୍ଭ ହୋଇଯାଇଛି ଯୁଦ୍ଧ। ପ୍ରବଳ ଗୁଳିଗୋଳା ମାଡ ସାଙ୍ଗକୁ ଦୁଇ ଦେଶ ମଧ୍ୟରେ ଚାଲିଛି ଘମାଘୋଟ ଲଢ଼େଇ। ରୁଷର ମିସାଇଲ ଓ ରକେଟ୍‌ ମାଡରେ ଦୋହଲିଲାଣି ୟୁକ୍ରେନ୍‌। ସେପଟେ ୟୁକ୍ରେନ୍‌ ମଧ୍ୟ ରୁଷକୁ ପ୍ରତି ଜାବବ ଦେଉଛି। ଏହି ଯୁଦ୍ଧର ପ୍ରଭାବ ଏବେ ସାରା ବିଶ୍ୱରେ ଦେଖିବାକୁ ମିଳିଛି।  ଅଶୌଧିତ ତୈଳ ଦର ବ୍ୟାରେଲ ପିଛା ୧୦୦ ଡଲାର ପାର କରିଥିବା ବେଳେ ଭାରତୀୟ ସେୟାର ବଜାର ବି ଏଥିପାଇଁ ପ୍ରଭାବିତ ହୋଇଛି। ଏହାରି ଭିତରେ କ୍ରିପ୍ଟୋ ବଜାର ମଧ୍ୟ ଖସିଛି, ଆଉ ନିବେଶକଙ୍କୁ ଲାଗିଛି ଜୋରଦାର ଝଟ୍‌କା।

Advertisment

ଗ୍ଲୋବାଲ କ୍ରିପ୍ଟୋକରେନ୍ସି ମାର୍କେଟ କ୍ୟାପିଟାଲାଇଜେସନ ଗତ ୨୪ ଘଣ୍ଟାରେ ୫.୭୮% ଖସିଛି । ଏହାସହ ଟ୍ରେଣ୍ଡିଂ ଭଲ୍ୟୁମ ୯୯.୯୮ ପ୍ରତିଶତ ଖସି ୧୨.୭୨ ମିଲିୟନ ଡଲାରରେ ପହଞ୍ଚି ଯାଇଛି । ୟୁକ୍ରେନ ଉପରେ ରୁଷର ସୈନ୍ୟ ଆକ୍ରମଣ ଯୋଗ୍ୟ କ୍ରିପ୍ଟୋ ମାର୍କେଟ ତଳମୁହାଁ ହୋଇଥିବା କୁହାଯାଉଛି।

ଗତ ୨୪ ଘଣ୍ଟାରେ ଡେଫି ସ୍ପେସ ତଥା ଡିସେଣ୍ଟ୍ରାଲାଇଜଡ୍‌ ଫାଇନାନ୍ସ ୧୨.୮୭ ବିଲିୟନ ଡଲାରରେ ପହଞ୍ଚିଥିବା ବେଳେ ଷ୍ଟେବଲ କଏନର ମୋଟ ଭଲ୍ୟୁମ ୭୨.୦୭ ବିଲିୟନକୁ ଖସି ଆସିଛି। ଏହାସହ ବିଟ କଏନ୍‌ ମୂଲ୍ୟ ବି ଖସିଥିବା ଜଣାପଡିଛି। CoinDCX ଅନୁସାରେ ଆଜି ସକାଳ ସୁଦ୍ଧା ଏହାର ମୂଲ୍ୟ ୨୭,୭୩,୩୯୭ ଟଙ୍କା ଥିଲା।

Advertisment

ଅନ୍ୟ ଲୋକପ୍ରିୟ କ୍ରିପ୍ଟୋ କରେନ୍ସି Ethereumର ମୂଲ୍ୟ ମଧ୍ୟ ଆଶାତୀତ ଭାବେ ହ୍ରାସ ପାଇଛି। ଏହାର ମୂଲ୍ୟ ଆଜି ସକାଳ ସୁଦ୍ଧା ୧,୯୮,୯୯୯ ଟଙ୍କା ଥିଲା। ଏହି ପ୍ରକାରେ ଅନ୍ୟ କ୍ରିପ୍ଟୋ କରେନ୍ସି ମୂଲ୍ୟରେ ମଧ୍ୟ ହ୍ରାସ୍‌ ପାଇଥିବା ଦେଖିବାକୁ ମିଳିଛି। ଏସବୁକୁ ନଜର କଲେ ରୁଷ-ୟୁକ୍ରେନ ବିବାଦ ଓ ଯୁଦ୍ଧ ଭିତରେ ସାରା ବିଶ୍ୱ ପ୍ରଭାବିତ ହେବାକୁ ଯାଉଥିବା କୁହାଯାଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe