Advertisment

ଭାରତରେ ଲଞ୍ଚ ହେଲା ୧୦ ଲକ୍ଷ ଟଙ୍କାର ବାଇକ୍‌

ନୂଆଦିଲ୍ଲୀ: ଇଟାଲିର ସୁପର ବାଇକ୍‌ ନିର୍ମାତା ଡୁକାଟି ପକ୍ଷରୁ ଭାରତରେ ଏକ ସ୍ୱତନ୍ତ୍ର ବାଇକ୍‌ ଲଞ୍ଚ କରାଯାଇଛି। ଯାହାର ଏକ୍ସ ସୁରୋମ ପ୍ରାଇସ୍‌ ରହିଛି ୧୦,୯୯ ଲକ୍ଷ ଟଙ୍କା।  ଏହି ମହଙ୍ଗା ଏବଂ ଷ୍ଟାଇଲିସ୍‌ ବାଇକଟିର ଇଞ୍ଜିନ୍‌ ୮୦୩ ସିସି ହୋଇଥିବା ଡୁକାଟି ପକ୍ଷରୁ କୁହାଯାଇଛି। ସମଗ୍ର ବିଶ୍ୱରେ ୮୦୦ ୟୁନିଟିରେ ଉପଲବ୍ଧ ଏହି ବାଇକ୍‌ର ଅର୍ଡ଼ର ସରି ଯାଇଛି ବୋଲି କୁହାଯାଇଛି। ଏହି ବାଇକର ଏକ୍ସ ପାର୍ଟନ ହେଡଲାଇଟ; ଷ୍ଟିଲ ଟ୍ରେଲିସ୍‍ ଫୋମ୍‍, ସମ୍ମୁଖ ଚକ […]

author-image
Tapas Behera
ଅଦ୍ୟତନ ହୋଇଛି
ଭାରତରେ ଲଞ୍ଚ ହେଲା ୧୦ ଲକ୍ଷ ଟଙ୍କାର ବାଇକ୍‌

dukati-2

ନୂଆଦିଲ୍ଲୀ: ଇଟାଲିର ସୁପର ବାଇକ୍‌ ନିର୍ମାତା ଡୁକାଟି ପକ୍ଷରୁ ଭାରତରେ ଏକ ସ୍ୱତନ୍ତ୍ର ବାଇକ୍‌ ଲଞ୍ଚ କରାଯାଇଛି। ଯାହାର ଏକ୍ସ ସୁରୋମ ପ୍ରାଇସ୍‌ ରହିଛି ୧୦,୯୯ ଲକ୍ଷ ଟଙ୍କା।  ଏହି ମହଙ୍ଗା ଏବଂ ଷ୍ଟାଇଲିସ୍‌ ବାଇକଟିର ଇଞ୍ଜିନ୍‌ ୮୦୩ ସିସି ହୋଇଥିବା ଡୁକାଟି ପକ୍ଷରୁ କୁହାଯାଇଛି। ସମଗ୍ର ବିଶ୍ୱରେ ୮୦୦ ୟୁନିଟିରେ ଉପଲବ୍ଧ ଏହି ବାଇକ୍‌ର ଅର୍ଡ଼ର ସରି ଯାଇଛି ବୋଲି କୁହାଯାଇଛି।

Advertisment

ଏହି ବାଇକର ଏକ୍ସ ପାର୍ଟନ ହେଡଲାଇଟ; ଷ୍ଟିଲ ଟ୍ରେଲିସ୍‍ ଫୋମ୍‍, ସମ୍ମୁଖ ଚକ ୧୮ ଇଞ୍ଚ ଥିବାବେଳେ ପଛ ଚକ ୧୭ ଇଞ୍ଚ ରହିଛି। କମ୍ପାନୀ ସ୍କାମର ୮୦୩ସିସି ଇଞ୍ଜିନ ବିଶିଷ୍ଟ ବାଇକ ମୂଲ୍ୟ ୧୦.୯୯ ଲକ୍ଷ ଟଙ୍କା ରହିଛି। ପୂର୍ବରୁ ଏହି କମ୍ପାନୀ ବାଇକ ତୁଳନାରେ ବର୍ତ୍ତମାନର ବାଇକ ବଡ ରହିଛି। ବାଇକ୍‌ ବାଜାରରେ ଏହା ଏକ ନୂଆ ବିପ୍ଲବ ବୋଲି କମ୍ପାନୀ ପକ୍ଷରୁ କୁହାଟାଇଛି। ଷ୍ଟାଇଲ, ମାଇଲେଜ୍‌ ଏବଂ ରେସ୍‌ ଦୃଷ୍ଟିରୁ ବାଇକ୍ଟି ଟି ଲଗଜିରିୟସ ବୋଲି କୁହାଯାଇଛି।

ଦର୍ଶକଙ୍କୁ ଏହି ମଡେଲ ବେଶ ପସନ୍ଦ ଆସିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। Scrambler Desert Sled Fasthouse motorcycle ବିଶିଷ୍ଟ ଏହି ବାଇକ୍‌ ଏବେ ବିଶ୍ୱର ୮୦୦ ଜଣ କିଣିଛନ୍ତ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।  ବାଇକ୍‌ର ଫିଚର ବିଷୟରେ ବେଶି କିଛି କୁହାଯାଇ ନଥିବା ବେଳେ ଭାରତରେ ଏହାର ବେଶ ଚାହିଦା ରହିବୋବଲି କୁହାଯାଇଛି।

Advertisment