ଭାରତର ଅର୍ଥନୀତି ୮.୭%ରେ ବଢ଼ିଲା, କିନ୍ତୁ...

ନୂଆଦିଲ୍ଲୀ: ମହାମାରୀ କରୋନା ଯୋଗୁ ଧିମେଇ ଯାଇଥିବା ଭାରତୀୟ ଅର୍ଥନୀତି ଏବେ ପୁଣି ଟ୍ରାକ୍‌କୁ ଫେରିବା ଆରମ୍ଭ ହୋଇଛି। ୨୦୨୧-୨୨ ଆର୍ଥିକ ବର୍ଷର ଶେଷ କ୍ୱାର୍ଟର୍‌ରେ ଭାରତର ଜିଡିପି ଅଭିବୃଦ୍ଧି ହାର ୪.୧% ରହିଛି। ସେହିପରି ୨୦୨୧-୨୨ ଆର୍ଥିକ ବର୍ଷରେ ମୋଟ ଜିଡିପି ଅଭିବୃଦ୍ଧି ୮.୭% ରହିଥିବା ରିପୋର୍ଟ ପ୍ରକାଶ ପାଇଛି। ଏହାର ଅର୍ଥ ଭାରତର ଅର୍ଥନୀତି ୮.୭% ହାରରେ ଆଗକୁ ବଢ଼ୁଛି। ମହାମାରୀ କରୋନା ଯୋଗୁ ୨୦୨୦-୨୧ରେ ଦେଶର ଜିଡିପି ଅଭିବୃଦ୍ଧି ମାଇନ୍ସରେ ଚାଲିଥିଲା। ଏପରି […]

GDP

Hemant Lenka
  • Published: Tuesday, 31 May 2022
  • , Updated: 31 May 2022, 08:44 PM IST

ନୂଆଦିଲ୍ଲୀ: ମହାମାରୀ କରୋନା ଯୋଗୁ ଧିମେଇ ଯାଇଥିବା ଭାରତୀୟ ଅର୍ଥନୀତି ଏବେ ପୁଣି ଟ୍ରାକ୍‌କୁ ଫେରିବା ଆରମ୍ଭ ହୋଇଛି। ୨୦୨୧-୨୨ ଆର୍ଥିକ ବର୍ଷର ଶେଷ କ୍ୱାର୍ଟର୍‌ରେ ଭାରତର ଜିଡିପି ଅଭିବୃଦ୍ଧି ହାର ୪.୧% ରହିଛି। ସେହିପରି ୨୦୨୧-୨୨ ଆର୍ଥିକ ବର୍ଷରେ ମୋଟ ଜିଡିପି ଅଭିବୃଦ୍ଧି ୮.୭% ରହିଥିବା ରିପୋର୍ଟ ପ୍ରକାଶ ପାଇଛି। ଏହାର ଅର୍ଥ ଭାରତର ଅର୍ଥନୀତି ୮.୭% ହାରରେ ଆଗକୁ ବଢ଼ୁଛି।

ମହାମାରୀ କରୋନା ଯୋଗୁ ୨୦୨୦-୨୧ରେ ଦେଶର ଜିଡିପି ଅଭିବୃଦ୍ଧି ମାଇନ୍ସରେ ଚାଲିଥିଲା। ଏପରି କି ଏହା ୬.୬%ରେ ପହଞ୍ଚିଥିଲା। ଏବେ ସ୍ଥିତିରେ ସୁଧାର ଆସିବା ଭାରତୀୟ ଅର୍ଥନୀତି ପାଇଁ ଭଲ ସଙ୍କେତ। ୨୦୨୧-୨୨ ମାର୍ଚ୍ଚ କ୍ୱାର୍ଟର୍‌ରେ ଅଭିବୃଦ୍ଧି ହାର ୪.୧% ଥିବା ବେଳେ ୨୦୨୧-୨୧ର ଶେଷ କ୍ୱାର୍ଟର୍‌ରେ ଏହା ୧.୬% ରହିଥିଲା।

୨୦୨୧-୨୨ରେ ଜିଡିପି ଅଭିବୃଦ୍ଧି ହାର ୮.୭% ରହିଥିଲେ ହେଁ ପ୍ରତି କ୍ୱାର୍ଟରରେ ବିକାଶ ହାର ହ୍ରାସ ପାଇଛି। ୨୦୨୧-୨୨ର ପ୍ରଥମ କ୍ୱାର୍ଟର୍‌ରେ ଅଭିବୃଦ୍ଧି ହାର ରେକର୍ଡ ୨୦.୧% ରହିଥିଲା। ଦ୍ୱିତୀୟ କ୍ୱାର୍ଟରରେ ଏହା ୮.୪%, ତୃତୀୟ କ୍ୱାର୍ଟର୍‌ରେ ୫.୪% ଓ ଏବେ ଶେଷ କ୍ୱାର୍ଟରରେ ୪.୧%କୁ ହ୍ରାସ ପାଇଛି। ତେଣୁ ଭାରତର ଅର୍ଥନୀତିକ ଅଭିବୃଦ୍ଧି ପ୍ରତି କ୍ୱାର୍ଟର୍‌ରେ ହ୍ରାସ ପାଇବା ଚିନ୍ତାର ବିଷୟ।

ଜିଡିପି ତଥ୍ୟ ଜାରି କରୁଥିବା Statistics and Programme Implementation (MoSPI) ମନ୍ତ୍ରଣାଳୟ ୨୦୨୧-୨୨ରେ ଦେଶର ଅଭିବୃଦ୍ଧି ହାର ୮.୯% ରହିବ ବୋଲି ଆକଳନ କରିଥିଲେ। ହେଲେ ଏହା ୮.୭% ରହିଛି। ସେହିପରି ୮.୭% ଅଭିବୃଦ୍ଧି ହାର ଭାରତୀୟ ରିଜର୍ଭ ବ୍ୟାଙ୍କର ଆକଳନ ଠାରୁ ମଧ୍ୟ ଯଥେଷ୍ଟ କମ। ୨୦୨୧-୨୨ ଆର୍ଥିକ ବର୍ଷରେ ଦେଶର ଜିଡିପି ଅଭିବୃଦ୍ଧି ୯.୫% ରହିବ ବୋଲି ଆରବିଆଇ ଆକଳନ କରିଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମାର୍ଚ୍ଚ କ୍ୱାର୍ଟରର ଅଭିବୃଦ୍ଧି ହାର ସମସ୍ତଙ୍କୁ ଚିନ୍ତାରେ ପକାଇଛି। ଆରବିଆଇ କହିଥିଲା ଯେ ଶେଷ କ୍ୱାର୍ଟର୍‌ରେ ଅଭିବୃଦ୍ଧି ହାର ୬.୧% ରହିବ। କିନ୍ତୁ ଏହା ୪.୧%ରେ ଅଟକି ଯାଇଛି।

Related story