Advertisment

ଭାରତର ଜିଡିପିରେ ରେକର୍ଡ ଅଭିବୃଦ୍ଧି

ନୂଆଦିଲ୍ଲୀ: ଭାରତର ଜିଡିପିରେ ରେକର୍ଡ ଅଭିବୃଦ୍ଧି ଘଟିଛି। ମହାମାରୀ କରୋନାର ପ୍ରଥମ ଲହରରେ ଚେତା ହରାଇ ବସିଥିବା ଭାରତର ଅଭିବୃଦ୍ଧି ହାରରେ ଏବେ ସୁଧାର ଆସିଛି। ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ କ୍ୱାର୍ଟରରେ ଦେଶର ଡିଜିପି ୨୦.୧% ବୃଦ୍ଧି ହୋଇଛି। ଏପ୍ରିଲ-ଜୁନ ମଧ୍ୟରେ ଏପରି ଅଭିବୃଦ୍ଧି ହୋଇଥିବା ଆଜି କେନ୍ଦ୍ର ପରିସଂଖ୍ୟାନ ମନ୍ତ୍ରଣାଳୟ ପକ୍ଷରୁ ଜାରି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ମହାମାରୀ କରୋନା ସଂକ୍ରମଣ ପାଇଁ ଜାରି ଲକଡାଉନର କୁପ୍ରଭାବ ଦେଶର ଅର୍ଥନୀତି ଉପରେ ପଡ଼ିଥିଲା। ଏଥିପାଇଁ […]

ଅଦ୍ୟତନ ହୋଇଛି
ଭାରତର ଜିଡିପିରେ ରେକର୍ଡ ଅଭିବୃଦ୍ଧି

GDP

Advertisment

ନୂଆଦିଲ୍ଲୀ: ଭାରତର ଜିଡିପିରେ ରେକର୍ଡ ଅଭିବୃଦ୍ଧି ଘଟିଛି। ମହାମାରୀ କରୋନାର ପ୍ରଥମ ଲହରରେ ଚେତା ହରାଇ ବସିଥିବା ଭାରତର ଅଭିବୃଦ୍ଧି ହାରରେ ଏବେ ସୁଧାର ଆସିଛି। ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ କ୍ୱାର୍ଟରରେ ଦେଶର ଡିଜିପି ୨୦.୧% ବୃଦ୍ଧି ହୋଇଛି।

Advertisment

ଏପ୍ରିଲ-ଜୁନ ମଧ୍ୟରେ ଏପରି ଅଭିବୃଦ୍ଧି ହୋଇଥିବା ଆଜି କେନ୍ଦ୍ର ପରିସଂଖ୍ୟାନ ମନ୍ତ୍ରଣାଳୟ ପକ୍ଷରୁ ଜାରି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ମହାମାରୀ କରୋନା ସଂକ୍ରମଣ ପାଇଁ ଜାରି ଲକଡାଉନର କୁପ୍ରଭାବ ଦେଶର ଅର୍ଥନୀତି ଉପରେ ପଡ଼ିଥିଲା। ଏଥିପାଇଁ ଗତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ମାଇନ୍ସ ୨୪.୪%ରେ ପହଞ୍ଚି ଯାଇଥିଲା। କିନ୍ତୁ ୨୦୨୨ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ଆଖି ଦୃଶିଆ ପ୍ରଦର୍ଶନ କରିଛି।

ଆରବିଆଇ ପକ୍ଷରୁ ଆକଳନ କରାଯାଇଥିଲା ଯେ ୨୦୨୧-୨୨ର ପ୍ରଥମ କ୍ୱାର୍ଟର୍‌ରେ ଭାରତର ଅଭିବୃଦ୍ଧି ହାର ୨୧.୪% ରହିବ। ହେଲେ ଏହା ୨୦.୧% ରହିଛି।

Advertisment

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ୨୦୧୧-୧୨ ସ୍ଥିର ଦର ଭିତ୍ତିରେ ୨୦୨୦-୨୧ ପ୍ରଥମ କ୍ୱାର୍ଟର୍‌ରେ ଭାରତର ଜିଡିପି ୨୬.୯୫ ଲକ୍ଷ କୋଟି ଟଙ୍କା ରହିଥିଲା। ଏହି ଦର ଭିତ୍ତିରେ ୨୦୨୧-୨୨ ଆର୍ଥିକ ବର୍ଷର ଜିଡିପି ୩୨.୩୮ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଯାହା ୨୦.୧% ଅଭିବୃଦ୍ଧି ହାର୍‌ ଯୋଗୁ ସମ୍ଭବ ହୋଇପାରିଛି।

ସେହିପରି ମୋଟ ମୂଲ୍ୟ ଯୁକ୍ତ(ଜିଭିଏ) ମଧ୍ୟ ପ୍ରଥମ କ୍ୱାର୍ଟର୍‌ରେ ୧୮.୮% ବଢ଼ିଛି। ୨୦୧୧-୧୨ ସ୍ଥିର ଦର ଭିତ୍ତିରେ ୨୦୨୦-୨୧ ପ୍ରଥମ କ୍ୱାର୍ଟର୍‌ରେ ଭାରତର ଜିଭିଏର ମୂଳ ଦର ୨୫.୬୬ ଲକ୍ଷ କୋଟି ଟଙ୍କା ରହିଥିଲା। ଏହି ଦର ଭିତ୍ତିରେ ୨୦୨୧-୨୨ ଆର୍ଥିକ ବର୍ଷର ଜିଭିଏ ମୂଳ ଦର ୩୦.୪୮ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe