Advertisment

ଗତବର୍ଷ ତୁଳନାରେ ବିଶେଷ ପ୍ରଭାବିତ ହେବନି ଚଳିତବର୍ଷର ଆର୍ଥିକ ସ୍ଥିତି

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ରାଜସ୍ୱ ସଚିବ ତରୁଣ ବଜାଜ କହିଛନ୍ତି ଚଳିତ ବର୍ଷ କରୋନାର ଦ୍ୱିତୀୟ ଲହର ସତ୍ତ୍ୱେ ବିଶେଷ ଭାବରେ ଆର୍ଥିକ ସ୍ଥିତି ଖରାପ ହେବନି। ଗତବର୍ଷ ସମ୍ପୂର୍ଣ୍ଣ ଲକଡାଉନ ଥିବାରୁ ଆର୍ଥିକ ସ୍ଥିତି ଖରାପ ହୋଇଯାଇଥିଲା ବୋଲି ସେ କହିଛନ୍ତି। ଯଦି ପ୍ରତି ମାସରେ ହାରାହାରି ଜିଏସଟି ରାଜସ୍ୱ ୧.୧୦ ଲକ୍ଷ କୋଟି ଟଙ୍କା ଆଦାୟ ହେବ ତାହେଲେ ରାଜ୍ୟଗୁଡିକର ଜିଏସଟି ରାଜସ୍ୱ କ୍ଷତି ପ୍ରାୟ ୧.୫ ଲକ୍ଷ କୋଟି ହେବ। ଗତକାଲି କେନ୍ଦ୍ର […]

ଅଦ୍ୟତନ ହୋଇଛି
ନିଜସ୍ୱ ଅଣଟିକସ କମୁଛି, କେନ୍ଦ୍ର ଭରସାରେ ରାଜ୍ୟ ଅର୍ଥନୀତି

indian economy

Advertisment

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ରାଜସ୍ୱ ସଚିବ ତରୁଣ ବଜାଜ କହିଛନ୍ତି ଚଳିତ ବର୍ଷ କରୋନାର ଦ୍ୱିତୀୟ ଲହର ସତ୍ତ୍ୱେ ବିଶେଷ ଭାବରେ ଆର୍ଥିକ ସ୍ଥିତି ଖରାପ ହେବନି। ଗତବର୍ଷ ସମ୍ପୂର୍ଣ୍ଣ ଲକଡାଉନ ଥିବାରୁ ଆର୍ଥିକ ସ୍ଥିତି ଖରାପ ହୋଇଯାଇଥିଲା ବୋଲି ସେ କହିଛନ୍ତି। ଯଦି ପ୍ରତି ମାସରେ ହାରାହାରି ଜିଏସଟି ରାଜସ୍ୱ ୧.୧୦ ଲକ୍ଷ କୋଟି ଟଙ୍କା ଆଦାୟ ହେବ ତାହେଲେ ରାଜ୍ୟଗୁଡିକର ଜିଏସଟି ରାଜସ୍ୱ କ୍ଷତି ପ୍ରାୟ ୧.୫ ଲକ୍ଷ କୋଟି ହେବ।

Advertisment

ଗତକାଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜିଏସଟି ପରିଷଦର ୪୩ତମ ବୈଠକ କରିଥିଲେ। ତରୁଣ ବଜାଜ ଏହି ଅବସରରେ କହିଛନ୍ତି ଯଦି ଆମେ ଗତ ବର୍ଷ ଭଳି ସମାନ ଫର୍ମୁଲା ଗ୍ରହଣ କରିବା, ତେବେ ଜିଏସଟିର ପାର୍ଥକ୍ୟ ୧.୫୮ ଲକ୍ଷ କୋଟି ଟଙ୍କା ହେବ। କିନ୍ତୁ ଗତ ବର୍ଷ ଯେତେବେଳେ ସମ୍ପୂର୍ଣ୍ଣ ଲକଡାଉନ୍ ଲାଗୁ କରାଯାଇଥିଲା ଏବଂ ଅର୍ଥନୀତି ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲା, ଚଳିତ ବର୍ଷ ଏହା ହେବ ନାହିଁ।

ଗତ ୨୦୨୦-୨୧ ଆର୍ଥିକ ବର୍ଷରେ ଦେଶର ଅର୍ଥନୀତି ପାଖାପାଖି ୮ ପ୍ରତିଶତ ହ୍ରାସ ପାଇଛି। ଗତ ମାସରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) କରୋନାର ଦ୍ୱିତୀୟ ଲହର ସତ୍ତ୍ୱେ ଚଳିତ ଆର୍ଥିକ ବର୍ଷ ପାଇଁ ଜିଡିପି ଅଭିବୃଦ୍ଧି ୧୦.୫ ପ୍ରତିଶତ ରହିବ ବୋଲି ଆକଳନ ବଜାୟ ରଖିଛି। ସେହିପରି ଏଡିବି ୧୧ ପ୍ରତିଶତ ଅଭିବୃଦ୍ଧିର ପୂର୍ବାନୁମାନ କରିଛି। ତେବେ ଚଳିତ ଆର୍ଥିକ ବର୍ଷରେ ରାଜ୍ୟମାନଙ୍କୁ ୨.୬୯ ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯିବ ବୋଲି କେନ୍ଦ୍ର ସରକାର ଆକଳନ କରିଛନ୍ତି। ଏଥିମଧ୍ୟରୁ ୧.୫୮ ଲକ୍ଷ କୋଟି ଟଙ୍କା ଋଣ କରାଯିବ ବୋଲି ସେ କହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe