Advertisment

୨୦୨୨ରେ ୧୦୦ ବିଲିୟନ ଡଲାର ହରାଇଲେଣି ମସ୍କ, ତଥାପି ୧ନଂ ଧନୀ

ୱାଶିଂଟନ: ଟେସଲା ଓ ଟ୍ୱିଟର ଭଳି ସଂସ୍ଥାର ମାଲିକ ଏଲନ ମସ୍କଙ୍କ ପାଇଁ ୨୦୨୨ ଆଦୌ ଶୁଭଙ୍କର ହୋଇନାହିଁ। ଚଳିତ ବର୍ଷ ତାଙ୍କ ମୋଟ ସମ୍ପତ୍ତି ପ୍ରାୟ ୧୦୦ ବିଲିୟନ ଡଲାର ହ୍ରାସ ପାଇଛି। ଗତ ୨ ବର୍ଷ ମଧ୍ୟରେ ଏହା ସର୍ବନିମ୍ନ ସ୍ତରକୁ ଖସିଛି। ଏତେ କ୍ଷତି ସତ୍ତ୍ୱେ ଏବେ ବି ମସ୍କ ବିଶ୍ୱର ୧ନଂ ଧନୀ ହୋଇ ରହିଛନ୍ତି। ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୧୭୦ ବିଲିୟନ ଡଲାର ରହିଥିବା ବ୍ଲୁମବର୍ଗ ବିଲିନୟର୍ସ ଇଣ୍ଡେକ୍ସରୁ […]

୨୦୨୨ରେ ୧୦୦ ବିଲିୟନ ଡଲାର ହରାଇଲେଣି ମସ୍କ, ତଥାପି ୧ନଂ ଧନୀ

musk

Advertisment

ୱାଶିଂଟନ: ଟେସଲା ଓ ଟ୍ୱିଟର ଭଳି ସଂସ୍ଥାର ମାଲିକ ଏଲନ ମସ୍କଙ୍କ ପାଇଁ ୨୦୨୨ ଆଦୌ ଶୁଭଙ୍କର ହୋଇନାହିଁ। ଚଳିତ ବର୍ଷ ତାଙ୍କ ମୋଟ ସମ୍ପତ୍ତି ପ୍ରାୟ ୧୦୦ ବିଲିୟନ ଡଲାର ହ୍ରାସ ପାଇଛି। ଗତ ୨ ବର୍ଷ ମଧ୍ୟରେ ଏହା ସର୍ବନିମ୍ନ ସ୍ତରକୁ ଖସିଛି। ଏତେ କ୍ଷତି ସତ୍ତ୍ୱେ ଏବେ ବି ମସ୍କ ବିଶ୍ୱର ୧ନଂ ଧନୀ ହୋଇ ରହିଛନ୍ତି। ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୧୭୦ ବିଲିୟନ ଡଲାର ରହିଥିବା ବ୍ଲୁମବର୍ଗ ବିଲିନୟର୍ସ ଇଣ୍ଡେକ୍ସରୁ ଜଣାପଡ଼ିଛି।

Advertisment

ସୋମବାର ମସ୍କଙ୍କ ମୋଟ ସମ୍ପତ୍ତି ୮.୬ ବିଲୟନ ଡଲାର ହ୍ରାସ ପାଇଛି। ଏହାକୁ ମିଶାଇ ୨୦୨୨ରେ ସେ ମୋଟ ୧୦୦.୫ ବିଲିୟନ ଡଲାରର କ୍ଷତି ସହି ସାରିଲେଣି। ପୂର୍ବରୁ ଧନୀ ତାଲିକାରେ ଥିବା କୌଣସି ବ୍ୟକ୍ତି ବର୍ଷକ ମଧ୍ୟରେ ଏତେ ତଳକୁ ଖସି ନଥିଲେ। ପ୍ରାୟ ଦେଢ଼ ବର୍ଷ ତଳେ ମସ୍କଙ୍କ ସମ୍ପତ୍ତି ୩୪୦ ବିଲିୟନ ଡଲାର ଛୁଇଁଥିଲା। ହେଲେ ବର୍ଷକ ମଧ୍ୟରେ ସେ ୧୦୦ରୁ ଅଧିକ ବିଲୟନ ଡଲାର ହରାଇ ସାରିଲେଣି।

ବିଦ୍ୟୁତ କାର ତିଆରି କରୁଥିବା ମସ୍କ କୋଭିଡ-୧୯ କଟକଣା ଯୋଗୁ ଚାଇନାରେ ଠିକ ଭାବେ ବ୍ୟବସାୟ କରି ପାରୁ ନାହାନ୍ତି। ଆମେରିବା ବାହାରେ ଚାଇନା ହେଉଛି ଟେସଲାର ସବୁଠାରୁ ବଡ଼ ମାର୍କେଟ। ସେଠାରେ ଲାଗିଥିବା କଟକଣା ମସ୍କଙ୍କ ସମ୍ପତ୍ତି ହ୍ରାସ କରିବାରେ ଲାଗିଛି।

Advertisment

ସେହିପରି ଟେସଲା ତିଆରି କରିଥିବା ପ୍ରାୟ ୩ ଲକ୍ଷ କାରକୁ କମ୍ପାନୀ ମାର୍କେଟରୁ ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଛି। ଏହି କାର ଗୁଡ଼ିକରେ କିଛି ତ୍ରୁଟି ଥିବା ଜଣାପଡ଼ିବା ପରେ ଏପରି ପଦକ୍ଷେପ ନିଆଯାଇଛି।

ସୋମବାର ଟେସଲାର ଶେୟାର ମୂଲ୍ୟ ୬.୮% ହ୍ରାସ ପାଇ ୧୬୭.୮୭ ଡଲାରରେ ପହଞ୍ଚି ଯାଇଥିଲା। ୨୦୨୦ ନଭେମ୍ବର ପରେ ପ୍ରଥମଥର ପାଇଁ କମ୍ପାନୀର ଶେୟାର ମୂଲ୍ୟ ଏତେ ତଳକୁ ଖସିଛି। ଚଳିତ ବର୍ଷ ଶେୟାର ମୂଲ୍ୟ ଏହାକୁ ମିଶାଇ ୫୨% ହ୍ରାସ ପାଇଲାଣି।

ଏହାବାଦ ୫୧ ବର୍ଷୀୟ ମସ୍କ ୪୪ ବିଲିୟନ ଡଲାରରେ ଟ୍ୱିଟରକୁ କିଣିଛନ୍ତି। ସେ କମ୍ପାନୀକୁ କିଣିବା ପରେ ୬୦% କର୍ମଚାରୀ ଚାକିରି ହରାଇଛନ୍ତି। ଏଥିପାଇଁ ଟ୍ୱିଟରର ଶେୟାର ମୂଲ୍ୟ ମଧ୍ୟ ହ୍ରାସ ପାଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe