Advertisment

'ଧର୍ମସଙ୍କଟ'ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ି ଚାଲିଛି। ସାଧାରଣ ଜନତାଙ୍କ ପାଖରୁ ଆରମ୍ଭ କରି ବ୍ୟବସାୟୀ ତେଲ ଦର ବୃଦ୍ଧିକୁ ନେଇ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଚେନ୍ନାଇର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସୀତାରମଣଙ୍କୁ ତେଲ ଦର ବୃଦ୍ଧି ପ୍ରସଙ୍ଗରେ ଜବାବ ମାଗିଥିଲେ ରିପୋର୍ଟର। ଏହାପରେ ସୀତାରମଣ କହିଥିଲେ ମୁଁ ‘ଧର୍ମସଙ୍କଟ’ରେ ଅଛି। ସେ କହିଛନ୍ତି, ଏହା ଏକ ଏଭଳି ପ୍ରସଙ୍ଗ ଯାହାର […]

ଅଦ୍ୟତନ ହୋଇଛି
୨୭ଟି ସହରରେ ଆଉ ୧୦୬୦କିମି ମେଟ୍ରୋ ଲାଇନ ହେବ

Nirmala-budget

Advertisment

ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ି ଚାଲିଛି। ସାଧାରଣ ଜନତାଙ୍କ ପାଖରୁ ଆରମ୍ଭ କରି ବ୍ୟବସାୟୀ ତେଲ ଦର ବୃଦ୍ଧିକୁ ନେଇ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଚେନ୍ନାଇର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସୀତାରମଣଙ୍କୁ ତେଲ ଦର ବୃଦ୍ଧି ପ୍ରସଙ୍ଗରେ ଜବାବ ମାଗିଥିଲେ ରିପୋର୍ଟର। ଏହାପରେ ସୀତାରମଣ କହିଥିଲେ ମୁଁ 'ଧର୍ମସଙ୍କଟ'ରେ ଅଛି।

Advertisment

ସେ କହିଛନ୍ତି, ଏହା ଏକ ଏଭଳି ପ୍ରସଙ୍ଗ ଯାହାର ଦର କମିବା ବାବଦରେ ଶୁଣିବା ପାଇଁ ସମସ୍ତେ ଆଗ୍ରହ ରଖିଛନ୍ତି। ଏହି ମାମଲା ରାଜ୍ୟ ଓ କେନ୍ଦ୍ରର। ଉଭୟ ସରକାର ମିଶି ବଢ଼ୁଥିବା ତେଲ ଦର ଉପରେ ରୋକ୍ ଲଗାଇ ପାରିବେ। ତେଲ ଉତ୍ପାଦକ ଦେଶ କହୁଛନ୍ତି ଆଗାମୀ ଦିନରେ ତେଲ ଉତ୍ପାଦ ଆହୁରି କମିପାରେ। ତେଣୁ ଆଗାମୀ ଦିନରେ ତେଲ ଦର ବଢ଼ିବା ଆଶଙ୍କା ରହିଛି ବୋଲି ସେ କହିଛନ୍ତି। ପେଟ୍ରୋଲରେ ୬୦ ପ୍ରତିଶତ ଟିକସ ରହୁଥିବା ବେଳେ ୫୪ ପ୍ରତିଶତ ଡିଜେଲ ଦରରେ ରହିଛି। ଯାହାକି ଉଭୟ ରାଜ୍ୟ ଓ କେନ୍ଦ୍ର ମିଶି ଏହି ଟିକସ କମାଇ ପାରିବେ ବୋଲି ସୀତାରମଣ କହିଛନ୍ତି।

https://twitter.com/ANI/status/1363045858481082371?s=20

ସୂଚନାଯୋଗ୍ୟ, ଗତ କିଛି ଦିନ ହେବ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ କ୍ରମାଗତ ଭାବେ ବଢ଼ି ଚାଲିଛି। ଅନେକ ସହରରେ ପେଟ୍ରୋଲ ୧୦୦ ଟଙ୍କା ଛୁଇଁଥିବା ବେଳେ ଆଉ କିଛି ସ୍ଥାନରେ ୯୭ ଟଙ୍କାରେ ପହଞ୍ଚିଛି।  ଲଗାତାର ୧୨ ଦିନ ପାଇଁ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ହୋଇଛି। ଏହା ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୦.୫୮ ଟଙ୍କା ଏବଂ ଡିଜେଲ ଲିଟର ପିଛା ୮୦.୯୭ ଟଙ୍କାକୁ ବୃଦ୍ଧି ପାଇଛି। ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୯୭ ଟଙ୍କା ଏବଂ ଡିଜେଲ ଲିଟର ପିଛା ୮୮.୦୬ ଟଙ୍କାକୁ ବୃଦ୍ଧି ପାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe