Advertisment

ଆଦାନୀ ଏସିଆର ସବୁଠାରୁ ଧନୀ ବ୍ୟକ୍ତି, ଅମ୍ବାନୀଙ୍କ ସ୍ଥାନ କେଉଁଠି

ନୂଆଦିଲ୍ଲୀ: ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ ପୁଣିଥରେ ଏସିଆର ସବୁଠାରୁ ଧନୀ ବ୍ୟକ୍ତିର ମାନ୍ୟତା ପାଇଛନ୍ତି। ଏବେ ତାଙ୍କ ପାଖରେ ୧୦୦ ବିଲିୟନ ଡଲାରର ସମ୍ପତ୍ତି ରହିଛି। ସେହିପରି ବିଶ୍ୱ ଧନୀ ତାଲିକାରେ ମଧ୍ୟ ଆଦାନୀଙ୍କ ନାଁ ୧୦ନଂରେ ରହିଛି। ଆଦାନୀ ୧୦ ନଂରେ ପହଞ୍ଚିବାରୁ ରିଲାଏନ୍ସ ଗ୍ରୁପର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ୧୧ ନଂକୁ ଖସିଛନ୍ତି। ସେହିପରି ଏସିଆ ମହାଦେଶର ଧନୀ ତାଲିକାରେ ଅମ୍ବାନୀ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। Bloomberg Billionaires Index ଅନୁଯାୟୀ, […]

author-image
Hemant Lenka
ଅଦ୍ୟତନ ହୋଇଛି
ଆଦାନୀ ଏସିଆର ସବୁଠାରୁ ଧନୀ ବ୍ୟକ୍ତି, ଅମ୍ବାନୀଙ୍କ ସ୍ଥାନ କେଉଁଠି

adani

ନୂଆଦିଲ୍ଲୀ: ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ ପୁଣିଥରେ ଏସିଆର ସବୁଠାରୁ ଧନୀ ବ୍ୟକ୍ତିର ମାନ୍ୟତା ପାଇଛନ୍ତି। ଏବେ ତାଙ୍କ ପାଖରେ ୧୦୦ ବିଲିୟନ ଡଲାରର ସମ୍ପତ୍ତି ରହିଛି। ସେହିପରି ବିଶ୍ୱ ଧନୀ ତାଲିକାରେ ମଧ୍ୟ ଆଦାନୀଙ୍କ ନାଁ ୧୦ନଂରେ ରହିଛି। ଆଦାନୀ ୧୦ ନଂରେ ପହଞ୍ଚିବାରୁ ରିଲାଏନ୍ସ ଗ୍ରୁପର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ୧୧ ନଂକୁ ଖସିଛନ୍ତି। ସେହିପରି ଏସିଆ ମହାଦେଶର ଧନୀ ତାଲିକାରେ ଅମ୍ବାନୀ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

Advertisment

Bloomberg Billionaires Index ଅନୁଯାୟୀ, ଗତ ଆର୍ଥିକ ବର୍ଷରେ ଆଦୀନଙ୍କ ସମ୍ପତ୍ତି ୨୩.୫ ବିଲିୟନ ଡଲାର ବଢ଼ିଛି। ଏହା ଧନୀ ତାଲିକାରେ ଥିବା ସବୁ ବ୍ୟକ୍ତିବିଶେଷମାନଙ୍କ ତୁଳନାରେ ଅଧିକ। ସମାନ ସମୟରେ ଅମ୍ବାନୀଙ୍କ ସମ୍ପତ୍ତି ମାତ୍ର ୯.୦୩ ବିଲିୟନ ଡଲାର ବୃଦ୍ଧି ପାଇଛି। ଫଳରେ ସେ ଅମ୍ବାନୀଙ୍କୁ ପଛରେ ପକାଇ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇଯାଇଛନ୍ତି। ଅମ୍ବାନୀଙ୍କ ମୋଟ ସମ୍ପତ୍ତି ୯୯ ବିଲିୟନ ଡଲାର ଠାରୁ ସାମାନ୍ୟ କମ ରହିଛି।

୫୯ ବର୍ଷୀୟ ଗୌତମ ଆଦାନୀଙ୍କ ଗ୍ରୁପ ଏବେ ପୋର୍ଟ ଠାରୁ ଆରମ୍ଭ କରି ଏରୋସ୍ପେଶ, ଥର୍ମାଲ ଏନର୍ଜି ଓ କୋଇଲା ଭଳି କ୍ଷେତ୍ରରେ ବ୍ୟବସାୟ କରୁଛି। ଅମ୍ବାନୀଙ୍କ ମାଲିକାରେ କିନ୍ତୁ ବିଶ୍ୱର ସବୁଠାରୁ ବଡ଼ ତୈଳ ରିଫାଇନିଂ କମ୍ପ୍ଲେକ୍ସ ରହିଛି।

Advertisment

ଅନ୍ୟପକ୍ଷରେ ଟେସଲା କମ୍ପାନୀର ମାଲିକ ଏଲୋନ ମସ୍କ ଏବେ ବି ବିଶ୍ୱର ୧ନଂ ଧନୀ ହୋଇ ରହିଛନ୍ତି। ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୨୭୩ ବିଲିୟନ ଡଲାର। ତାଙ୍କ ପଛକୁ ୧୮୮ ବିଲିୟନ ଡଲାର ସହ ଆମାଜନର ଜେଫ ଅଛନ୍ତି।

ଫେବୃଆରୀ ମାସରେ ଉଭୟ ଅମ୍ବାନୀ ଓ ଆଦାନୀ Forbes’ Real Time Billionaire ଇଣ୍ଡେକ୍ସରେ ଫେସବୁକ୍ (ଏବେ ମେଟା)ର ସିଇଓ ମାର୍କ ଜୁକରବର୍ଗଙ୍କୁ ପଛରେ ପକାଇଥିଲେ। ମେଟାର ଶେୟାରରେ ହ୍ରାସ କାରଣରୁ ଜୁକରବର୍ଗଙ୍କ ସମ୍ପତ୍ତି ଦିନକରେ ୩୧ ବିଲିୟନ ଡଲାର୍ କମିଥିଲା।