Advertisment

ବଢ଼ିଲା ସୁନା ଓ ରୁପାର ଦର

ନୂଆଦିଲ୍ଲୀ: ସୁନା ଓ ରୁପାର ଦାମ ଆଜି ବୃଦ୍ଧି ପାଇଛି। ଜାତୀୟ ରାଜଧାନୀ ଦିଲ୍ଲୀରେ ସୁନାର ଦର ୪୪୬ ଟଙ୍କା ମହଙ୍ଗା ହୋଇଛି। ଫଳରେ ଆଜି ୧୦ ଗ୍ରାମ ସୁନା ୪୬,୪୬୦ ଟଙ୍କାରେ ବିକ୍ରି କରାଯାଉଛି। ସୋମବାର ୧୦ ଗ୍ରାମ ସୁନାର ଦାମ ଦିଲ୍ଲୀରେ ୪୬,୦୧୪ ଟଙ୍କା ଥିଲା। କେବଳ ସୁନା ନୁହେଁ ଆଜି ରୁପାର ଦାମ ମଧ୍ୟ ବୃଦ୍ଧି ପାଇଛି। ରୁପାର କେଜି ପିଛା ଦାମ ୮୮୮ ଟଙ୍କା ମହଙ୍ଗା ହେବାରୁ ଦିଲ୍ଲୀରେ ଏହାର ଦାମ […]

ବଢ଼ିଲା ସୁନା ଓ ରୁପାର ଦର

Gold

Advertisment

ନୂଆଦିଲ୍ଲୀ: ସୁନା ଓ ରୁପାର ଦାମ ଆଜି ବୃଦ୍ଧି ପାଇଛି। ଜାତୀୟ ରାଜଧାନୀ ଦିଲ୍ଲୀରେ ସୁନାର ଦର ୪୪୬ ଟଙ୍କା ମହଙ୍ଗା ହୋଇଛି। ଫଳରେ ଆଜି ୧୦ ଗ୍ରାମ ସୁନା ୪୬,୪୬୦ ଟଙ୍କାରେ ବିକ୍ରି କରାଯାଉଛି। ସୋମବାର ୧୦ ଗ୍ରାମ ସୁନାର ଦାମ ଦିଲ୍ଲୀରେ ୪୬,୦୧୪ ଟଙ୍କା ଥିଲା।

Advertisment

କେବଳ ସୁନା ନୁହେଁ ଆଜି ରୁପାର ଦାମ ମଧ୍ୟ ବୃଦ୍ଧି ପାଇଛି। ରୁପାର କେଜି ପିଛା ଦାମ ୮୮୮ ଟଙ୍କା ମହଙ୍ଗା ହେବାରୁ ଦିଲ୍ଲୀରେ ଏହାର ଦାମ ୬୨,୪୫୨ ଛୁଇଁଛି। ଗତକାଲି ରୁପା କେଜି ପିଛା ୬୧,୫୬୪ ଟଙ୍କାରେ ବିକ୍ରି ହେଉଥିଲା।

ଅନ୍ୟପକ୍ଷରେ ଡଲାର ତୁଳନାରେ ଟଙ୍କାର ଚାହିଦା ହ୍ରାସ ପାଇଛି। ଆଜି ମାର୍କେଟ ଖୋଲିବା କ୍ଷଣି ଡଲାର ତୁଳନାରେ ଟଙ୍କାର ଦାମ ୩ ପଇସା ହ୍ରାସ ପାଇଥିଲେ। ଏବେ ଗୋଟିଏ ଡଲାରର ମୂଲ୍ୟ ୭୪.୨୭ ଟଙ୍କା ରହିଛି।

Advertisment

ଅନ୍ୟପକ୍ଷରେ ଗୁଡ ରିଟର୍ଣ୍ଣସ ୱେବସାଇଟ ଅନୁସାରେ, ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ସୁନାର ଦାମ ଅପରିବର୍ତ୍ତିତ ରହିଛି। ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୪୮,୩୫୦ ଟଙ୍କାରେ ବିକ୍ରି କରାଯାଉଛି। ସେହିପରି ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ପ୍ରତି ଦର ୪୬,୬୫୦ ଟଙ୍କା ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe