/odisha-reporter/media/post_attachments/uploads/2020/12/gold-2.jpg)
gold
ନୂଆଦିଲ୍ଲୀ: ହୋଲି ପୂର୍ବରୁ ଆଜି ସୁନା ଦର ବୃଦ୍ଧି ହୋଇଥିବା ବେଳେ ରୁପାର ଦାମ କମିଛି। ଦିଲ୍ଲୀର ସରଫା ବଜାରରେ ଆଜି ୧୦ ଗ୍ରାମ ପିଛା ସୁନା ଦର ୪୪ ଟଙ୍କା ବୃଦ୍ଧି ପାଇ ୪୪୩୪୭ ଟଙ୍କାରେ ପହଞ୍ଚିଛି। ବୁଧବାର ସୁନାର ଦର ୪୪୩୦୩ ଟଙ୍କା ରହିଥିଲା। ହେଲେ ରୁପା କ୍ଷେତ୍ରରେ ଓଲଟା ଦେଖିବାକୁ ମିଳିଛି। ରୁପାର ଦାମ ୬୩୭ ଟଙ୍କା ଶସ୍ତା ହୋଇ ୬୪୧୧୦ ଟଙ୍କାରେ ପହଞ୍ଚିଛି। ବୁଧବାର ରୁପାର ଦାମ ୬୪୭୪୭ ଟଙ୍କା ଥିଲା।
Advertisment
ଗତ ବର୍ଷ ଅଗଷ୍ଟରୁ ଏଯାବତ ୧୨ ହଜାର ଟଙ୍କାରୁ ଅଧିକ ଶସ୍ତା ହୋଇଛି ସୁନା ଦର। ଅନ୍ତର୍ଜାତୀୟ ବଜାରରେ ମୂଲ୍ୟ ହ୍ରାସ ଏବଂ ଟଙ୍କା ମଜବୁତ ହେବାରୁ ସୁନା ଦାମ କମିଛି। ସେହିପରି ଶିଳ୍ପର ଚାହିଦା ଦୁର୍ବଳ ହୋଇଥିବାରୁ ରୁପାର ଦାମ ମଧ୍ୟ ଶସ୍ତା ହୋଇଛି।
ଅଗଷ୍ଟ ୨୦୨୦ରେ ସୁନା ଦର ୫୬,୨୦୦ ହୋଇଥିଲା। ଯାହାକି ସର୍ବକାଳୀନ ରେକର୍ଡ। ଏବେ ଅଗଷ୍ଟ ୨୦୨୦ ତୁଳନାରେ ସୁନାର ମୂଲ୍ୟ ପ୍ରାୟ ୨୦ ପ୍ରତିଶତ ଶସ୍ତା ହୋଇଛି। କେବଳ ୨୦୨୧ରେ ସୁନା ଦର ୫୦୦୦ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହୋଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
