Advertisment

ଆଜିଠୁ ସୁନା ଅଳଙ୍କାରରେ ହଲମାର୍କ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଆଜିଠୁ ସୁନା ଅଳଙ୍କାରରେ ହଲମାର୍କ ବାଧ୍ୟତା ମୂଳକ ହେବ। ପୂର୍ବରୁ ଏହା ବିକଳ୍ପ ଥିଲା। ଏହି ନିୟମ ଭିତରେ କିନ୍ତୁ ଛୋଟିଆ ଗହଣା ଦୋକାନୀ ରହିବେ ନାହିଁ। ଆଜି କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋଏଲ ସୁନା ବ୍ୟବସାୟୀଙ୍କ ସହିତ ଆଲୋଚନା କରିବା ପରେ ଏହି ସୂଚନା ଦେଇଛନ୍ତି। ଏକାଥରେ ହଲମାର୍କ ଲାଗୁ ହେବ ବୋଲି କୁହାଯାଉଥିଲା। କିନ୍ତୁ ଏହାକୁ ନେଇ ଆପତ୍ତି ଉଠାଇଥିଲେ ବ୍ୟବସାୟୀ ସଂଘ। ତେବେ ଛୋଟିଆ ବ୍ୟବସାୟୀ ଏହି ହଲମାର୍କ ଅଧିନୀର […]

ଅଦ୍ୟତନ ହୋଇଛି
ଆଜିଠୁ ସୁନା ଅଳଙ୍କାରରେ ହଲମାର୍କ ବାଧ୍ୟତାମୂଳକ

gold

Advertisment

ନୂଆଦିଲ୍ଲୀ: ଆଜିଠୁ ସୁନା ଅଳଙ୍କାରରେ ହଲମାର୍କ ବାଧ୍ୟତା ମୂଳକ ହେବ। ପୂର୍ବରୁ ଏହା ବିକଳ୍ପ ଥିଲା। ଏହି ନିୟମ ଭିତରେ କିନ୍ତୁ ଛୋଟିଆ ଗହଣା ଦୋକାନୀ ରହିବେ ନାହିଁ। ଆଜି କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋଏଲ ସୁନା ବ୍ୟବସାୟୀଙ୍କ ସହିତ ଆଲୋଚନା କରିବା ପରେ ଏହି ସୂଚନା ଦେଇଛନ୍ତି। ଏକାଥରେ ହଲମାର୍କ ଲାଗୁ ହେବ ବୋଲି କୁହାଯାଉଥିଲା। କିନ୍ତୁ ଏହାକୁ ନେଇ ଆପତ୍ତି ଉଠାଇଥିଲେ ବ୍ୟବସାୟୀ ସଂଘ। ତେବେ ଛୋଟିଆ ବ୍ୟବସାୟୀ ଏହି ହଲମାର୍କ ଅଧିନୀର ପରିସରଭୁକ୍ତ ହେବେ ନାହିଁ।

Advertisment

ପୀୟୁଷ ଗୋଏଲ ବୈଠକ ପରେ କହିଛନ୍ତି ପ୍ରଥମ ପର୍ଯ୍ୟାୟରେ ଜୁନ୍ ୧୬ (ଆଜିଠୁ) ଦେଶର ୨୫୬ ଜିଲ୍ଲାରେ ଅହି ନିୟମକୁ ଅନିର୍ବାର୍ଯ୍ୟ କରାଯାଇଛି। ଏହି ଜିଲ୍ଲା ଗୁଡ଼ିକରେ ପୂର୍ବରୁ ହଲମାର୍କ ସେଣ୍ଟର ପୂର୍ବରୁ ଉପଲବ୍ଧ ରହିଛି। ଏବେ ସମସ୍ତ ଗହଣା ଦୋକାନୀ ଦୁଇ ମାସ ଭିତରେ ପୁରୁଣା ଗହଣାରେ ହଲମାର୍କ ଲଗାଇବେ। ଏଥିପାଇଁ ୨ ମାସର ସମୟ ଦେଇଛନ୍ତି ସରକାର। ଅର୍ଥାତ ସେପ୍ଟେମ୍ୱର ୧ ପର୍ଯ୍ୟନ୍ତ ସମୟ ଦେଇଛନ୍ତି ସରକାର। ଏହା ଭିତରେ କୌଣସି ବ୍ୟବସାୟୀ ଜୋରିମାନା ଦେବେ ନାହିଁ।

ସମସ୍ତ ବ୍ୟବସାୟୀ କେବଳ ଓ୍ୱାନ ଟାଇମ୍ ପଞ୍ଜିକରଣ କରିବେ। ବାର୍ଷିକ ନବୀକରଣର ଆବଶ୍ୟକତା ନାହିଁ। ଏହା ବ୍ୟତୀତ ଅଳଙ୍କାର ଯୁକ୍ତ ଘଣ୍ଟା ଏବଂ ଛୋଟ ଛୋଟ ଜିନିଷ ହଲମାର୍କ ବାହାରେ ରହିବେ।

Advertisment

ସେହିପରି ୪୦ ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ କାରବାର କରୁଥିବା ଗହଣା ଦୋକାନ ଗୁଡିକ ମଧ୍ୟ ହଲମାର୍କିଂ ନିୟମ ବାହାରେ ରହିବେ। ଅର୍ଥାତ୍ ସରକାର ଛୋଟ ଛୋଟ ଅଳଙ୍କାର ବ୍ୟବସାୟୀଙ୍କୁ ଆଶ୍ୱସ୍ତି ଦେଇଛନ୍ତି। ଅଗଷ୍ଟ ଶେଷ ପର୍ଯ୍ୟନ୍ତ, ହଲମାର୍କିଂର ନିୟମ ପାଳନ ନକଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ। ଏହା ସହିତ ୧୪,୧୮, ୨୨ ବ୍ୟତୀତ ସରକାର ୨୦,୨୩, ୨୪ କ୍ୟାରେଟ୍ ଅଳଙ୍କାରର ହଲମାର୍କିଂକୁ ମଧ୍ୟ ଅନୁମୋଦନ କରିଛନ୍ତି।

ଏହି ବୈଠକରେ ଅନ୍ୟ ବ୍ୟବସାୟିକ ନେତାଙ୍କ ବ୍ୟତୀତ ଅଲ ଇଣ୍ଡିଆ ଟ୍ରେଡର୍ସ ଆସୋସିଏସନ୍ (CAIT) ର ଜାତୀୟ ସଚିବ ଏବଂ ଅଲ ଇଣ୍ଡିଆ ଜୁଏଲର୍ସ ଏବଂ ଗୋଲ୍ଡସ୍ମିଥ ଫେଡେରେସନ୍ (AIJGF) ର ଜାତୀୟ ସଚିବ ମଧ୍ୟ ଅଂଶଗ୍ରହଣ କରିଥିଲେ। AIJGF ହେଉଛି ଦେଶର ଛୋଟ ଅଳଙ୍କାରର ସବୁଠାରୁ ବଡ ସଙ୍ଗଠନ। ସରକାରଙ୍କ ଏହି ପଦକ୍ଷେପକୁ CAIT ର ଜାତୀୟ ସଭାପତି ବିସି ଭାରତୀ ଏବଂ ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ ସ୍ୱାଗତ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe