Advertisment

ବଢ଼ିଲା ସୁନା ଓ ରୁପା ଦର

ନୂଆଦିଲ୍ଲୀ: ବାହାଘର ସିଜିନ ଚାଲିଥିବା ବେଳେ ମହଙ୍ଗା ହୋଇଛି ସୁନା ଓ ରୁପାର ଦାମ। ଆଜି ଦିଲ୍ଲୀରେ ସୁନାର ଦାମ ୪୩୪ ଟଙ୍କା ବଢ଼ିଛି ହୋଇଛି। ଫଳରେ ୧୦ ଗ୍ରାମ ସୁନାର ଦାମ ୫୦,୮୮୭ ଟଙ୍କାରେ ପହଞ୍ଚି ଯାଇଛି। ଅନ୍ତଜାର୍ତୀୟ ବଜାରରେ ମୂଲ୍ୟବୃଦ୍ଧି ଓ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ଯୋଗୁ ଏପରି ସ୍ଥିତି ସୃଷ୍ଟି ହୋଇଥିବା ବିଶେଷଜ୍ଞମାନେ କହିଛନ୍ତି। ବୁଧବାର କାରବାର ବନ୍ଦ ହେବା ବେଳକୁ ୧୦ ଗ୍ରାମ ସୁନାର ଦାମ ଜାତୀୟ ରାଜଧାନୀରେ […]

ବଢ଼ିଲା ସୁନା ଓ ରୁପା ଦର

Gold-Price

Advertisment

ନୂଆଦିଲ୍ଲୀ: ବାହାଘର ସିଜିନ ଚାଲିଥିବା ବେଳେ ମହଙ୍ଗା ହୋଇଛି ସୁନା ଓ ରୁପାର ଦାମ। ଆଜି ଦିଲ୍ଲୀରେ ସୁନାର ଦାମ ୪୩୪ ଟଙ୍କା ବଢ଼ିଛି ହୋଇଛି। ଫଳରେ ୧୦ ଗ୍ରାମ ସୁନାର ଦାମ ୫୦,୮୮୭ ଟଙ୍କାରେ ପହଞ୍ଚି ଯାଇଛି। ଅନ୍ତଜାର୍ତୀୟ ବଜାରରେ ମୂଲ୍ୟବୃଦ୍ଧି ଓ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ଯୋଗୁ ଏପରି ସ୍ଥିତି ସୃଷ୍ଟି ହୋଇଥିବା ବିଶେଷଜ୍ଞମାନେ କହିଛନ୍ତି। ବୁଧବାର କାରବାର ବନ୍ଦ ହେବା ବେଳକୁ ୧୦ ଗ୍ରାମ ସୁନାର ଦାମ ଜାତୀୟ ରାଜଧାନୀରେ ୫୦,୪୫୩ ଟଙ୍କା ଥିଲା।

Advertisment

କେବଳ ସୁନା ନୁହେଁ ରୁପାର ଦାମ ମଧ୍ୟ ଆଜି ବଢ଼ିଛି। ରୁପା କେଜି ପିଛା ୯୧୮ ଟଙ୍କା ମହଙ୍ଗା ହୋଇଛି। ଫଳରେ ଏହାର ଦାମ ଜାତୀୟ ରାଜଧାନୀରେ ୬୦,୮୫୮ ଟଙ୍କାରୁ ବଢ଼ି ୬୧,୭୭୬ ଟଙ୍କା ଛୁଇଁଛି। ଏହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଆଜି ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୧୦ ପିଇସା ହ୍ରାସ ପାଇଛି। ଏବେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୭୭.୬୦ ରହିଛି।

ଅନ୍ୟପକ୍ଷରେ ଅନ୍ତର୍ଜାତୀୟ ବଜାରରେ ପ୍ରତି ଆଉନ୍ସ ପିଛା ସୁନାର ଦାମ ୧,୮୫୨ ଡଲାର ଥିବା ବେଳେ ରୁପାର ଦାମ ୨୨ ଡଲାର ରହିଛି।
ଗୁଡ ରିଟନର୍ସର ରିପୋର୍ଟ ଅନୁଯାୟୀ, ଭୁବନେଶ୍ୱରରେ ଆଜି ୨୨ କ୍ୟାରେଟ ସୁନାର ଦାମ ୧୦ ଗ୍ରାମ ପିଛା ୧୦୦ ଟଙ୍କା ବଢ଼ିଛି। ଫଳରେ ୧୦ ଗ୍ରାମ ସୁନାର ଦାମ ୪୭,୫୦୦ ଟଙ୍କାରୁ ବଢ଼ି ୪୭,୬୦୦ ଟଙ୍କା ଛୁଇଁଛି। ସେହିପରି ୨୪ କ୍ୟାରେଟ ସୁନାର ଦାମ ୧୦ ଗ୍ରାମ ପ୍ରତି ୧୧୦ ଟଙ୍କା ମହଙ୍ଗା ହୋଇଛି। ଏବେ ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୫୧,୯୩୦ ଟଙ୍କାରେ ବିକ୍ରି ହେଉଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe