ଖୁସି ଖବର, ଖସିଲା ସୁନା ଓ ରୂପା ଦର

ନୂଆଦିଲ୍ଲୀ: ଆଜି ସୁନା ଓ ରୂପା ଦର ହ୍ରାସ ପାଇଛି। ଗୁରୁବାର ସୁନାର ଦର ୧୦ ଗ୍ରାମ ପିଛା ୮୬୧ ଟଙ୍କା ହ୍ରାସ ପାଇଥିବା ବେଳେ ରୂପା ଦର କିଲୋଗ୍ରାମ ପିଛା ୧,୭୦୯ ଟଙ୍କା ହ୍ରାସ ପାଇଥିବା ଏଚଡିଏଫସି ସିକ୍ୟୁରିଟି କହିଛି। ଚଳିତ ସପ୍ତାହରେ ସୁନା ଦର ୯୦୦ ଟଙ୍କା ହ୍ରାସ ପାଇଥିବା ବେଳେ ରୂପା ଦର ୧୫୦୦ ଟଙ୍କାରୁ ଅଧିକ ହ୍ରାସ ପାଇଛି। ଗତ କିଛି ସପ୍ତାହ ମଧ୍ୟରେ ଏହା ହେଉଛି ସବୁଠାରୁ ସର୍ବାଧିକ ଦର […]

gold

gold

Subhransu Sekhar
  • Published: Thursday, 17 June 2021
  • Updated: 17 June 2021, 05:42 PM IST

Sports

Latest News

ନୂଆଦିଲ୍ଲୀ: ଆଜି ସୁନା ଓ ରୂପା ଦର ହ୍ରାସ ପାଇଛି। ଗୁରୁବାର ସୁନାର ଦର ୧୦ ଗ୍ରାମ ପିଛା ୮୬୧ ଟଙ୍କା ହ୍ରାସ ପାଇଥିବା ବେଳେ ରୂପା ଦର କିଲୋଗ୍ରାମ ପିଛା ୧,୭୦୯ ଟଙ୍କା ହ୍ରାସ ପାଇଥିବା ଏଚଡିଏଫସି ସିକ୍ୟୁରିଟି କହିଛି। ଚଳିତ ସପ୍ତାହରେ ସୁନା ଦର ୯୦୦ ଟଙ୍କା ହ୍ରାସ ପାଇଥିବା ବେଳେ ରୂପା ଦର ୧୫୦୦ ଟଙ୍କାରୁ ଅଧିକ ହ୍ରାସ ପାଇଛି। ଗତ କିଛି ସପ୍ତାହ ମଧ୍ୟରେ ଏହା ହେଉଛି ସବୁଠାରୁ ସର୍ବାଧିକ ଦର ହ୍ରାସ। ଏମସିଏକ୍ସର ସୂଚନା ଅନୁଯାୟୀ ସୁନା ଏବଂ ରୂପାର ଦାମ ମୋଟ୍ ଦାମରୁ ୧.୭୫ ପ୍ରତିଶତରୁ ଅଧିକ ଖସିଛି।

ଏବେ ସୁନା ଦର ୯୦୦ ଟଙ୍କା ହ୍ରାସ ପାଇବା ପରେ ୪୮ ହଜାର ଟଙ୍କା ତଳେ ରହିଛି। ବଜାର ଅନୁଯାୟୀ ସୁନା ଦର ଏବେ ୪୭ ହଜାର ୬୦୦ ଟଙ୍କାରେ ରହିଛି। ତେବେ ଗତକାଲି (ବୁଧବାର) କିନ୍ତୁ ସୁନା ଦର ୧୫୦ ଟଙ୍କା ବଢ଼ିଥିଲା। ଚଳିତ ସପ୍ତାହରେ ସୁନା ଦର ୧୦ ଗ୍ରାମ ପିଛା ସୋମବାର ୪୮୫୨୩ ଟଙ୍କା ରହିଥିବା ବେଳେ ମଙ୍ଗଳବାର ଟିକିଏ କମି ୪୮୪୨୪ ହୋଇଥିଲା, ବୁଧବାର ଟିକିଏ ବଢ଼ି ୪୮୫୦୬ ଏବଂ ଗୁରୁବାର ଏହା ଆହୁରି କମି ୪୭ ହଜାର ୬୦୦ ଟଙ୍କା ହୋଇଛି।

ଗତବର୍ଷ କରୋନା ସଙ୍କଟ ବେଳେ ଲୋକମାନେ ସୁନାରେ ଅଧିକ ବିନିଯୋଗ କରିଥିଲେ। ଅଗଷ୍ଟ ୨୦୨୦ରେ MCX ଅନୁଯାୟୀ ସୁନା ଦର ୧୦ ଗ୍ରାମ ପିଛା ୫୬୧୯୧ ଟଙ୍କା ହୋଇଥିଲା। ଯାହାକି ସର୍ବୋଚ୍ଚ ଦର। ଆଜି MCXରେ ପ୍ରତି ୧୦ ଗ୍ରାମରେ ସୁନା ଦର ୪୭୬୬୨ ଟଙ୍କା ସ୍ତରରେ ରହିଛି। ଅର୍ଥାତ୍ ପ୍ରାୟ ୮୬୦୦ ଟଙ୍କା ଶସ୍ତା ହୋଇଛି।

ସେହିପରି ରୂପା ଦରରେ ମଧ୍ୟ ବଡ଼ ଧରଣର ପରିବର୍ତ୍ତନ ହୋଇଛି। ଏବେର ଦର ଅପେକ୍ଷା ଗତବର୍ଷ ଜୁଲାଇରେ ୧୫୦୦ରୁ ଅଧିକ ଟଙ୍କା ଥିଲା। ଏବେ ଏହାର ଦର ୭୦ ହଜାରରୁ କମ୍ ରହିଛି। ବୁଧବାର ଦିନ ୨୦୦ ଟଙ୍କା ସୁନା ଦର ବଢିଥିଲା। ହେଲେ ଚଳିତ ସପ୍ତାହରେ ରୂପା ଦର କିଲୋଗ୍ରାମ ପିଛା ୧୯୦୦ଟଙ୍କା ଶସ୍ତା ହୋଇଛି। ସୋମବାର ଏହି ଦର କିଲୋଗ୍ରାମ ପିଛା ୭୧୮୭୯ ଟଙ୍କା ଥିବା ବେଳେ ମଙ୍ଗଳବାର ୭୧୨୪୮, ବୁଧବାର ୭୧୪୬୮ ଏବଂ ଗୁରୁବାର ୬୯୯୯୦ ଟଙ୍କା ଥିଲା। ଗତ ସପ୍ତାହରେ ଗୁରୁବାର ଦିନ ରୂପା ଦର କିଲୋଗ୍ରାମ ପିଛା ୭୧,୯୯୯ ଟଙ୍କା ରହିଥିବା ବେଳେ ଶୁକ୍ରବାର ୭୨,୨୨୭ ଟଙ୍କା ରହିଥିଲା।

ସୂଚନାଯୋଗ୍ୟ, ଏଚଡିଏଫଏସ ସିକ୍ୟୁରିଟିର ସିନିଅର ଆନାଲିଷ୍ଟ ତପନ ପଟେଲ କହିଛନ୍ତି, ଆମେରିକାର ଫେଡରାଲ ରିଜର୍ଭଙ୍କ ମନ୍ତବ୍ୟ ପରେ ଅନ୍ୟ କରେନ୍ସି ତୁଳନାରେ ଡଲାର ଅଧିକ ମଜବୁତ ହୋଇଛି। ଏଥିପାଇଁ ସୁନା ଦରରେ ହ୍ରାସ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos