Advertisment

ଶସ୍ତା ହେଲା ସୁନା ଓ ରୁପା

ନୂଆଦିଲ୍ଲୀ: ଶସ୍ତା ହେଲା ସୁନା। କେବଳ ସୁନା ନୁହେଁ ରୁପା ଦାମ୍‌ ମଧ୍ୟ କମିଛି। HDFC ସିକ୍ୟୁରିଟି ଅନୁଯାୟୀ ଗୁରୁବାର ଦିନ ଜାତୀୟ ରାଜଧାନୀ ଦିଲ୍ଲୀରେ ସୁନା ଦର ୪୭୮ ଟଙ୍କା ହ୍ରାସ ପାଇଛି। ଫଳରେ ୨୪ କ୍ୟାରେଟ୍‌ ୧୦ ଗ୍ରାମ ପିଛା ସୁନା ଦର ଏବେ ୪୯, ୮୩୦ ଟଙ୍କାରେ ପହଞ୍ଚିଛି। ପୂର୍ବରୁ ୨୪ କ୍ୟାରେଟ୍‌ ସୁନା ୧୦ ଗ୍ରାମ ପିଛା ୫୦, ୩୦୮ ଟଙ୍କା ଥିଲା। ସେହିପରି ରୁପା ଦର ମଧ୍ୟ ଖସିଛି। ୧ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଶସ୍ତା ହେଲା ସୁନା ଓ ରୁପା

Gold Price

ନୂଆଦିଲ୍ଲୀ: ଶସ୍ତା ହେଲା ସୁନା। କେବଳ ସୁନା ନୁହେଁ ରୁପା ଦାମ୍‌ ମଧ୍ୟ କମିଛି। HDFC ସିକ୍ୟୁରିଟି ଅନୁଯାୟୀ ଗୁରୁବାର ଦିନ ଜାତୀୟ ରାଜଧାନୀ ଦିଲ୍ଲୀରେ ସୁନା ଦର ୪୭୮ ଟଙ୍କା ହ୍ରାସ ପାଇଛି। ଫଳରେ ୨୪ କ୍ୟାରେଟ୍‌ ୧୦ ଗ୍ରାମ ପିଛା ସୁନା ଦର ଏବେ ୪୯, ୮୩୦ ଟଙ୍କାରେ ପହଞ୍ଚିଛି। ପୂର୍ବରୁ ୨୪ କ୍ୟାରେଟ୍‌ ସୁନା ୧୦ ଗ୍ରାମ ପିଛା ୫୦, ୩୦୮ ଟଙ୍କା ଥିଲା।

Advertisment

ସେହିପରି ରୁପା ଦର ମଧ୍ୟ ଖସିଛି। ୧ କିଲୋଗ୍ରାମ ରୁପା ଦର ପିଛା ୧,୨୬୫ ଟଙ୍କା ହ୍ରାସ ପାଇଛି। ଫଳରେ ୧ କେଜି ରୁପା ଦର ୫୪,୩୫୧ଟଙ୍କାରେ ପହଞ୍ଚିଛି। ପୂର୍ବରୁ ଏହା ୫୫,୬୧୬ ଟଙ୍କା ଥିଲା।

ଗୁଡ ରିଟର୍ଣ୍ଣସ୍‌ ଅନୁଯାୟୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍‌ ସନା ୧୦ ଗ୍ରାମ ପିଛା ୪୦୦ ଟଙ୍କା ହ୍ରାସ ପାଇଛି। ଫଳରେ ୧୦ ଗ୍ରାମ ସୁନା ୪୬,୦୦୦ରେ ପହଞ୍ଚିଛି। ସେହିପରି ୨୪ କ୍ୟାରେଟ୍‌ ସୁନା ୧୦ ଗ୍ରାମ ପିଛା ୪୪୦ ଟଙ୍କା ଶସ୍ତା ହୋଇଛି। ଏବେ ୨୪ କ୍ୟାରେଟ୍‌ ସୁନା ୧୦ ଗ୍ରାମ ପିଛା ୫୦,୧୮୦ ଟଙ୍କାରେ ବିକ୍ରି ହେଉଛି। ଅନ୍ତର୍ଜାତୀୟ ବଜାରରେ ସୁନା ଦର ହ୍ରାସ ପାଇବା ଯୋଗୁଁ ଭାରତୀୟ ବଜାରରେ ସୁନା ଦାମ୍‌ କମିଥିବା କୁହାଯାଉଛି ।

Advertisment