Advertisment

ଦୁଇ ଦିନ ବଢ଼ିବା ପରେ ଶୁକ୍ରବାର କମିଲା ସୁନା ଓ ରୁପା ଦର

ନୂଆଦିଲ୍ଲୀ: ଶୁକ୍ରବାର ଦେଶରେ ସୁନା ଏବଂ ରୁପାର ଦାମ କମିଛି। ଦୁଇ ଦିନ ଧରି ଦର ବୃଦ୍ଧି ହେବା ପରେ ଶୁକ୍ରବାର ଦର କମିଥିବା ଦେଖିବାକୁ ମିଳିଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜର (ଏମସିଏକ୍ସ) ରିପୋର୍ଟ ଅନୁଯାୟୀ ଶୁକ୍ରବାର ସୁନା ଦର ୦.୧୭ ପ୍ରତିଶତ କମିଥିବା ବେଳେ ରୁପା ଦର ୦.୩୬ ପ୍ରତିଶତ କମିଛି। ଭାରତ ସମେତ ଅନେକ ଦେଶରେ କରୋନା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହି କାରଣରୁ, ପୁନର୍ବାର ନିବେଶକଙ୍କ ବିଶ୍ୱାସ ହ୍ରାସ ପାଇବାରେ ଲାଗିଛି। […]

ଦୁଇ ଦିନ ବଢ଼ିବା ପରେ ଶୁକ୍ରବାର କମିଲା ସୁନା ଓ ରୁପା ଦର

gold-silver

Advertisment

ନୂଆଦିଲ୍ଲୀ: ଶୁକ୍ରବାର ଦେଶରେ ସୁନା ଏବଂ ରୁପାର ଦାମ କମିଛି। ଦୁଇ ଦିନ ଧରି ଦର ବୃଦ୍ଧି ହେବା ପରେ ଶୁକ୍ରବାର ଦର କମିଥିବା ଦେଖିବାକୁ ମିଳିଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜର (ଏମସିଏକ୍ସ) ରିପୋର୍ଟ ଅନୁଯାୟୀ ଶୁକ୍ରବାର ସୁନା ଦର ୦.୧୭ ପ୍ରତିଶତ କମିଥିବା ବେଳେ ରୁପା ଦର ୦.୩୬ ପ୍ରତିଶତ କମିଛି।

Advertisment

ଭାରତ ସମେତ ଅନେକ ଦେଶରେ କରୋନା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହି କାରଣରୁ, ପୁନର୍ବାର ନିବେଶକଙ୍କ ବିଶ୍ୱାସ ହ୍ରାସ ପାଇବାରେ ଲାଗିଛି। ହେଲେ ବ୍ୟବସାୟୀ ସୁରକ୍ଷିତ ବିନିଯୋଗ ପ୍ରତି ଆକର୍ଷିତ ହେବାକୁ ଲକ୍ଷ୍ୟ ରଖିଛନ୍ତି।

ଶୁକ୍ରବାର ରୁପା ଦର କିଲୋଗ୍ରାମ ପିଛା ୦.୩୬ ପ୍ରତିଶତ ଅର୍ଥାତ୍ ୨୪୫ ଟଙ୍କା ହ୍ରାସ ପାଇ ୬୭,୨୫୬ରେ ପହଞ୍ଚିଛି। ଦିଲ୍ଲୀର ସରଫା ବଜାରରେ କିନ୍ତୁ ଗୁରୁବାର ରୁପା କିଲୋଗ୍ରାମ ପିଛା ୭୨୫ ଟଙ୍କା ବୃଦ୍ଧି ପାଇ ୬୬,୧୭୫ ଟଙ୍କାରେ ବଜାର ବନ୍ଦ ହୋଇଥିଲା।

Advertisment

ବିଗତ ଦୁଇ ଦିନରେ ୧୦ ଗ୍ରାମ ସୁନାର ଦାମ ୧୦୦୦ ଟଙ୍କା ବୃଦ୍ଧି ହୋଇଛି। ବିଶ୍ୱ ବଜାରରେ ସୁନାର ମୂଲ୍ୟ ବଢ଼ିଥିବା ସୂଚନା ରହିଛି। ତେଣୁ ଦର ବୃଦ୍ଧି ହୋଇଥିବା ସୂଚନା ରହିଛି।

ହୋଲି ପରଠାରୁ ସୁନା ଓ ରୂପା କ୍ରମାଗତ ଭାବେ ବୃଦ୍ଧି ପାଉଛି। ମାର୍କେଟ ବିଶେଷଜ୍ଞମାନେ କହିଛନ୍ତି ଯେ ଗତ ସପ୍ତାହକ ମଧ୍ୟରେ ଏହି ଧାରା ଅବ୍ୟାହତ ରହିଲେ ସୁନା ଦର ଖୁବ ଶୀଘ୍ର ୫୦ ହଜାର ହୋଇଯିବ। ଇଣ୍ଡିଆନ୍ ବୁଲିଅନ୍ ଜୁଏଲର୍ସ ଆସୋସିଏସନ୍ (ଆଇବିଜେଏ)ର ୱେବସାଇଟରେ ଉପଲବ୍ଧ ସୂଚନା ଅନୁଯାୟୀ ମାର୍ଚ୍ଚ ୩୧ରେ ୯୯୯ କ୍ୟାରଟର ବିଶୁଦ୍ଧ ସୁନାର  ମୂଲ୍ୟ ୪୪୧୯୦ ଟଙ୍କା ଥିଲା, ଯାହା ଏପ୍ରିଲ ୮ରେ ବଜାର ଖୋଲିବା ପରେ ୧୦ ଗ୍ରାମ ପ୍ରତି ୪୬୧୫୩ ଟଙ୍କାରେ ପହଞ୍ଚିଥିଲା। ସେହିପରି ଏପ୍ରିଲରେ ଏପର୍ଯ୍ୟନ୍ତ ୧୯୬୨ ଟଙ୍କା ସୁଦ୍ଧା ସୁନା ମହଙ୍ଗା ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe