Advertisment

ସୁନା ଓ ରୁପାର ଦାମ ପୁଣି ବଢ଼ିଲା

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ପୁଣିଥରେ ମହଙ୍ଗା ହୋଇଛି ସୁନା ଓ ରୁପାର ଦାମ। ଆଜି ସୁନାର ଦାମ ୬୦୫ ଟଙ୍କା ବଢ଼ିଛି। ଫଳରେ ୧୦ ଗ୍ରାମ ସୁନାର ଦାମ ୫୧,୬୨୭ ଟଙ୍କାରେ ପହଞ୍ଚି ଯାଇଛି। ପୂର୍ବରୁ ୧୦ ଗ୍ରାମ ସୁନାର ଦାମ ଦିଲ୍ଲୀରେ ୫୧,୦୨୨ ଟଙ୍କା ଥିଲା। ଦିଲ୍ଲୀରେ ରୁପାର ଭାଉ ମଧ୍ୟ ବଢ଼ିଛି। ଆଜି ୧ କେଜି ରୁପାର ଦାମ ୧୫୯୬ ଟଙ୍କା ମହଙ୍ଗା ହୋଇଛି। ଫଳରେ ଗୋଟିଏ କେଜି ରୁପାର ଦାମ ଆଜି […]

author-image
Hemant Lenka
ସୁନା ଓ ରୁପାର ଦାମ ପୁଣି ବଢ଼ିଲା

Gold

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ପୁଣିଥରେ ମହଙ୍ଗା ହୋଇଛି ସୁନା ଓ ରୁପାର ଦାମ। ଆଜି ସୁନାର ଦାମ ୬୦୫ ଟଙ୍କା ବଢ଼ିଛି। ଫଳରେ ୧୦ ଗ୍ରାମ ସୁନାର ଦାମ ୫୧,୬୨୭ ଟଙ୍କାରେ ପହଞ୍ଚି ଯାଇଛି। ପୂର୍ବରୁ ୧୦ ଗ୍ରାମ ସୁନାର ଦାମ ଦିଲ୍ଲୀରେ ୫୧,୦୨୨ ଟଙ୍କା ଥିଲା।

Advertisment

ଦିଲ୍ଲୀରେ ରୁପାର ଭାଉ ମଧ୍ୟ ବଢ଼ିଛି। ଆଜି ୧ କେଜି ରୁପାର ଦାମ ୧୫୯୬ ଟଙ୍କା ମହଙ୍ଗା ହୋଇଛି। ଫଳରେ ଗୋଟିଏ କେଜି ରୁପାର ଦାମ ଆଜି ରାଜଧାନୀରେ ୬୫,୨୦୭ ଟଙ୍କାରେ ବିକ୍ରି ହେଉଛି। ପୂର୍ବରୁ ଏହା କେଜି ପ୍ରତି ୬୩,୬୧୧ ଟଙ୍କାରେ ବିକ୍ରି ହେଉଥିଲା।

ଅନ୍ତର୍ଜାତୀୟ ବଜାରରେ ସୁନାର ଦାମ ବଢ଼ୁଥିବାରୁ ଏହାର ପ୍ରଭାବ ଭାରତୀୟ ବଜାର ଉପରେ ପଡ଼ିଥିବା କୁହାଯାଉଛି। ଆମେ ଗୋଟିଏ ଆଉନ୍ସ ସୁନାର ଦାମ ୧୯୬୧ ଡଲାର ଛୁଇଁଛି। ସେହିପରି ରୁପାର ଦାମ ୨୩.୪୯ ଡଲାର ରହିଛି।

Advertisment

ଗୁଡ ରିଟନର୍ସର ତଥ୍ୟ ଅନୁଯାୟୀ, ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ଆଜି ୫୫୦ ଟଙ୍କା ମହଙ୍ଗା ହୋଇଛି। ଫଳରେ ଏଠାରେ ୧୦ ଗ୍ରାମ ସୁନାର ଦାମ ୪୮,୫୫୦ ଟଙ୍କା ରହିଛି। ସେହିପରି ୨୪ କ୍ୟାରେଟ ସୁନା ୫୯୦ ଟଙ୍କା ବଢ଼ି ୫୨,୯୬୦ ଟଙ୍କାରେ ପହଞ୍ଚିଛି।