Advertisment

ଏମ୍‌ଏସ୍‌ଏମ୍‌ଇରେ ଅନ୍ତର୍ଭୁକ୍ତ ହେଲା ଖୁଚୁରା ଓ ପାଇକାରୀ ବ୍ୟବସାୟ

ନୂଆଦିଲ୍ଲୀ: ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମଇ) ତଥା ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ ଶୁକ୍ରବାର ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗ ପାଇଁ ସଂଶୋଧିତ ନିର୍ଦ୍ଦେଶାବଳୀ ଘୋଷଣା କରିଛନ୍ତି। ଏହି ସଂଶୋଧିତ ବ୍ୟବସ୍ଥାରେ ପାଇକାରୀ (ହୋଲସେଲ୍‌) ଓ ଖୁଚୁରା(ରିଟେଲ) ବ୍ୟବସାୟୀଙ୍କୁ ଏମ୍‌ଏସ୍‌ଏମଇ ଉଦ୍ୟୋଗର ଅନ୍ତର୍ଭୁକ୍ତ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଗଡକରୀ ଟ୍ୱିଟ୍ କରି କହିଛନ୍ତି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆମେ ଏମ୍‌ଏସ୍‌ଏମଇକୁ ସୁଦୃଢ କରିବାକୁ ଅଙ୍ଗୀକୃତ ହେବା ସହ ଏହି ଉଦ୍ୟୋଗକୁ ଅର୍ଥନୀତିର ବିକାଶ […]

ଏମ୍‌ଏସ୍‌ଏମ୍‌ଇରେ ଅନ୍ତର୍ଭୁକ୍ତ ହେଲା ଖୁଚୁରା ଓ ପାଇକାରୀ ବ୍ୟବସାୟ

wholsale

Advertisment

ନୂଆଦିଲ୍ଲୀ: ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମଇ) ତଥା ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ ଶୁକ୍ରବାର ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗ ପାଇଁ ସଂଶୋଧିତ ନିର୍ଦ୍ଦେଶାବଳୀ ଘୋଷଣା କରିଛନ୍ତି। ଏହି ସଂଶୋଧିତ ବ୍ୟବସ୍ଥାରେ ପାଇକାରୀ (ହୋଲସେଲ୍‌) ଓ ଖୁଚୁରା(ରିଟେଲ) ବ୍ୟବସାୟୀଙ୍କୁ ଏମ୍‌ଏସ୍‌ଏମଇ ଉଦ୍ୟୋଗର ଅନ୍ତର୍ଭୁକ୍ତ କରାଯାଇଛି।

Advertisment

କେନ୍ଦ୍ରମନ୍ତ୍ରୀ ଗଡକରୀ ଟ୍ୱିଟ୍ କରି କହିଛନ୍ତି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆମେ ଏମ୍‌ଏସ୍‌ଏମଇକୁ ସୁଦୃଢ କରିବାକୁ ଅଙ୍ଗୀକୃତ ହେବା ସହ ଏହି ଉଦ୍ୟୋଗକୁ ଅର୍ଥନୀତିର ବିକାଶ ଇଞ୍ଜିନରେ ପରିଣତ କରିବାକୁ କାର୍ଯ୍ୟ କରୁଛୁ।”

https://twitter.com/nitin_gadkari/status/1410850896313937921?s=20

ସେ କହିଛନ୍ତି ଯେ, ଏହି ସଂଶୋଧିତ ନିର୍ଦ୍ଦେଶାବଳୀ ଦ୍ୱାରା ୨.୫କୋଟି ଖୁଚୁରା ଓ ପାଇକାରୀ ବ୍ୟବସାୟୀ ଉପକୃତ ହେବେ। ପୂର୍ବରୁ ଏହି ବ୍ୟବସାୟୀମାନେ ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗ ପରିସରର ବାହାରେ ଥିଲେ। ଏବେ ନୂଆ ନିର୍ଦ୍ଦେଶନାମା ବଳରେ ଖୁଚୁରା ଓ ପାଇକାରୀ ବ୍ୟବସାୟୀମାନେ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶାବଳୀ ଅନୁସାରେ ଅଗ୍ରାଧିକାର କ୍ଷେତ୍ରର ଋଣ ସୁବିଧା ପାଇପାରିବେ। ଏହି ସଂଶୋଧିତ ନିର୍ଦ୍ଦେଶାବଳୀ ଜାରି ହେବା ପରେ ସମ୍ପୃକ୍ତ ଖୁଚୁରା ବ୍ୟବସାୟୀଙ୍କୁ ‘ଉଦ୍ୟମ’ ରେଜିଷ୍ଟ୍ରେସନ ପୋର୍ଟାଲରେ ନାମପଞ୍ଜୀକରଣ ପାଇଁ ଅନୁମତି ମିଳିବ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe