Advertisment

ମୋଦି ସରକାର ଦେଇପାରନ୍ତି ଆଉ ଏକ ଆର୍ଥିକ ପ୍ୟାକେଜ

ନୂଆଦିଲ୍ଲୀ: ଦେଶର କରୋନାର ଦ୍ୱିତୀୟ ଲହର ଆଗାମୀ ଦିନରେ ପୁଣିଥରେ ଅର୍ଥବ୍ୟବସ୍ଥାକୁ ପ୍ରଭାବିତ କରିପାରେ। ପୂର୍ବ ତୁଳନାରେ ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଡବଲ୍ ହେଉଥିବାରୁ କେନ୍ଦ୍ର ସରକାର ଆଗାମୀ ଦିନରେ କରୋନା ପ୍ୟାକେଜ ଘୋଷଣା କରିପାରନ୍ତି। ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର ଏହି ସୂଚନା ଦେଇଛନ୍ତି। ଉପଭୋକ୍ତା ତଥା ପୁଞ୍ଜି ବିନିଯୋଗ ଦୃଷ୍ଟିରୁ ଦେଶ ନିଜକୁ ପ୍ରସ୍ତୁତ ରଖିବା ଆବଶ୍ୟକ ବୋଲି ନୀତି ଆୟୋଗର ଉପାଧ୍ୟକ୍ଷ କହିଛନ୍ତି। ଆବଶ୍ୟକ ହେଲେ ସରକାର ଆର୍ଥିକ […]

ଅଦ୍ୟତନ ହୋଇଛି
ମୋଦି ସରକାର ଦେଇପାରନ୍ତି ଆଉ ଏକ ଆର୍ଥିକ ପ୍ୟାକେଜ

nitiayoga

Advertisment

ନୂଆଦିଲ୍ଲୀ: ଦେଶର କରୋନାର ଦ୍ୱିତୀୟ ଲହର ଆଗାମୀ ଦିନରେ ପୁଣିଥରେ ଅର୍ଥବ୍ୟବସ୍ଥାକୁ ପ୍ରଭାବିତ କରିପାରେ। ପୂର୍ବ ତୁଳନାରେ ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଡବଲ୍ ହେଉଥିବାରୁ କେନ୍ଦ୍ର ସରକାର ଆଗାମୀ ଦିନରେ କରୋନା ପ୍ୟାକେଜ ଘୋଷଣା କରିପାରନ୍ତି। ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର ଏହି ସୂଚନା ଦେଇଛନ୍ତି।

Advertisment

ଉପଭୋକ୍ତା ତଥା ପୁଞ୍ଜି ବିନିଯୋଗ ଦୃଷ୍ଟିରୁ ଦେଶ ନିଜକୁ ପ୍ରସ୍ତୁତ ରଖିବା ଆବଶ୍ୟକ ବୋଲି ନୀତି ଆୟୋଗର ଉପାଧ୍ୟକ୍ଷ କହିଛନ୍ତି। ଆବଶ୍ୟକ ହେଲେ ସରକାର ଆର୍ଥିକ ସହଯୋଗ କରିବେ ବୋଲି ଆୟୋଗ କହିଛନ୍ତି। କହି ରଖୁଛୁ, କରୋନା ମହାମାରୀ ପାଇଁ ଗତବର୍ଷ ଆର୍ଥିକ ସ୍ଥିତି ଭୁଶୁଡ଼ି ପଡ଼ିଥିଲା। ଆଉ ଛୋଟ ବ୍ୟବସାୟୀ ପାଖରୁ ଆରମ୍ଭ କରି ବଡ଼ ବ୍ୟବସାୟୀ ଯାଏ ସମସ୍ତଙ୍କୁ ୨୦ ଲକ୍ଷ କୋଟି ଟଙ୍କାର 'ଆତ୍ମ ନିର୍ଭର ଭାରତ ପ୍ୟାକେଜ' ଘୋଷଣା କରିଥିଲେ କେନ୍ଦ୍ର ସରକାର।

ରାଜୀବ କୁମାର କହିଛନ୍ତି ଯେ ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାରୁ ଏବେର ଅବସ୍ଥା ପୂର୍ବ ଅପେକ୍ଷା ଅଧିକ ଚ୍ୟାଲେଞ୍ଜ ହୋଇଛି। ଏହା ସତ୍ତ୍ୱେ ୩୧ ମାର୍ଚ୍ଚ ୨୦୨୨ ଶେଷ ହେବାକୁ ଥିବା ଆର୍ଥିକ ବର୍ଷରେ ଦେଶର ଅର୍ଥନୀତି ୧୧ ପ୍ରତିଶତ ବୃଦ୍ଧି ପାଇବ ବୋଲି ସେ ଆଶା ରଖିଛନ୍ତି।

Advertisment

ଭାରତ ଏହି ଘାତକ ମହାମାରୀକୁ ପରାସ୍ତ କରିବାକୁ ଯାଉଥିଲା ହେଲେ ବ୍ରିଟେନ ଏବଂ ଅନ୍ୟାନ୍ୟ ଦେଶରୁ ଆସିଥିବା ନୂଆ ପ୍ରକାରର କରୋନା ଷ୍ଟ୍ରେନ୍ ଯୋଗୁଁ ଏବେ ପରିସ୍ଥିତି ଅତ୍ୟନ୍ତ ଚ୍ୟାଲେଞ୍ଜ ହୋଇପଡ଼ିଥିବା ନୀତି ଆୟୋଗ ଉପାଧ୍ୟକ୍ଷ କହିଛନ୍ତି।

ନୀତି ଆୟୋଗ ଉପାଧ୍ୟକ୍ଷ କହିଛନ୍ତି, କରୋନା ସଂକ୍ରମଣ ବୃଦ୍ଧି ହେଲେ ମୁଖ୍ୟତଃ ସେବା କ୍ଷେତ୍ର ସିଧାସଳଖ ଭାବରେ ପ୍ରଭାବିତ ହେବ। ଆଉ ଏହାର ପ୍ରଭାବ ଆର୍ଥିକ ସ୍ଥିତିକୁ ବିଗାଡ଼ି ଦେଇପାରେ। ଏଭଳି ପରିସ୍ଥିତିରେ ଉଭୟ ଗ୍ରାହକ ଏବଂ ନିବେଶକଙ୍କୁ ସହଯୋଗ କରିବା ଉପରେ ଗୁରୁତ୍ୱ ଦେବା ଦରକାର।

ତେବେ ସରକାର ଆଉ ଏକ ନୂଆ ପ୍ୟାକେଜ୍ ଉପରେ ବିଚାର କରୁଛନ୍ତି କି ବୋଲି ମିଡିଆର ପ୍ରଶ୍ନରେ ରାଜୀବ କୁମାର କହିଛନ୍ତି ଯେ କୋଭିଡର ଦ୍ୱିତୀୟ ଲହର ପ୍ରତ୍ୟକ୍ଷ ତଥା ପରୋକ୍ଷ ପ୍ରଭାବକୁ ଅର୍ଥ ମନ୍ତ୍ରଣାଳୟ ଆକଳନ କଲେ ଏହି ପ୍ରଶ୍ନର ସଠିକ୍ ଉତ୍ତର ଦେଇ ହେବ। ତେବେ ସରକାର ଆବଶ୍ୟକ ସମୟରେ ଆର୍ଥିକ ପଦକ୍ଷେପ ନେବେ ବୋଲି ସେ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe