Advertisment

କ୍ଷତିରେ ଚାଲୁଥିବା ବ୍ୟାଙ୍କ ପାଇଁ ୩୦,୬୦୦ କୋଟିର ଗ୍ୟାରେଣ୍ଟି ପ୍ୟାକେଜ

ନୂଆଦିଲ୍ଲୀ: କ୍ଷତି ଚାଲୁଥିବା ବ୍ୟାଙ୍କଗୁଡ଼ିକର ବୋଝ କମ କରିବାକୁ କେନ୍ଦ୍ର ସରକାର ୩୦ ହଜାର କୋଟିରୁ ଅଧିକ ଟଙ୍କାର ଗ୍ୟାରେଣ୍ଟି ପ୍ୟାକେଜ ଘୋଷଣା କରିଛନ୍ତି। ଏହି ରାଶି ହେଉଛି ନ୍ୟାଶନାଲ ଆସେଟ୍ ରିକଷ୍ଟ୍ରକସନ କମ୍ପାନୀ ଲିମିଟେଡ୍(NARCL)। ଅର୍ଥାତ୍ କ୍ଷତିରେ ଚାଲୁଥିବା ବ୍ୟାଙ୍କଗୁଡ଼ିକୁ ସରକାର ଦେଉଥିବା ଗ୍ୟାରେଣ୍ଟି। ଏହି ଗ୍ୟାରେଣ୍ଟି ଅବଧି ୫ ବର୍ଷ ପାଇଁ ବୈଧ ରହିବ। ଏନପିଏ ଜନିତ ସମସ୍ୟାରେ ପଡ଼ିଥିବା ବ୍ୟାଙ୍କଗୁଡ଼ିକ ଏପରି ଗ୍ୟାରେଣ୍ଟି ସ୍କିମ ଦ୍ୱାରା ଲାଭବାନ ହେବେ। ଏପରି ବ୍ୟାଙ୍କଗୁଡ଼ିକ ସରକାରୀ […]

author-image
Hemant Lenka
କ୍ଷତିରେ ଚାଲୁଥିବା ବ୍ୟାଙ୍କ ପାଇଁ ୩୦,୬୦୦ କୋଟିର ଗ୍ୟାରେଣ୍ଟି ପ୍ୟାକେଜ

NPA

ନୂଆଦିଲ୍ଲୀ: କ୍ଷତି ଚାଲୁଥିବା ବ୍ୟାଙ୍କଗୁଡ଼ିକର ବୋଝ କମ କରିବାକୁ କେନ୍ଦ୍ର ସରକାର ୩୦ ହଜାର କୋଟିରୁ ଅଧିକ ଟଙ୍କାର ଗ୍ୟାରେଣ୍ଟି ପ୍ୟାକେଜ ଘୋଷଣା କରିଛନ୍ତି। ଏହି ରାଶି ହେଉଛି ନ୍ୟାଶନାଲ ଆସେଟ୍ ରିକଷ୍ଟ୍ରକସନ କମ୍ପାନୀ ଲିମିଟେଡ୍(NARCL)। ଅର୍ଥାତ୍ କ୍ଷତିରେ ଚାଲୁଥିବା ବ୍ୟାଙ୍କଗୁଡ଼ିକୁ ସରକାର ଦେଉଥିବା ଗ୍ୟାରେଣ୍ଟି।

Advertisment

ଏହି ଗ୍ୟାରେଣ୍ଟି ଅବଧି ୫ ବର୍ଷ ପାଇଁ ବୈଧ ରହିବ। ଏନପିଏ ଜନିତ ସମସ୍ୟାରେ ପଡ଼ିଥିବା ବ୍ୟାଙ୍କଗୁଡ଼ିକ ଏପରି ଗ୍ୟାରେଣ୍ଟି ସ୍କିମ ଦ୍ୱାରା ଲାଭବାନ ହେବେ। ଏପରି ବ୍ୟାଙ୍କଗୁଡ଼ିକ ସରକାରୀ ସହାୟତାର ଆବଶ୍ୟକ ପଡ଼ିଥାଏ। ଏହାଦ୍ୱାରା ବ୍ୟାଙ୍କଗୁଡ଼ିକ ଉପରେ ଲୋକଙ୍କ ବିଶ୍ୱାସ ବଢ଼ିବ ଓ କାରବାର କରିବାର କ୍ଷମତା ମଧ୍ୟ ବୃଦ୍ଧି ପାଇବ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ୩୦,୬୦୦ କୋଟି ଟଙ୍କାର ଗ୍ୟାରେଣ୍ଟି ସ୍କିମକୁ କ୍ୟାବିନେଟ ଅନୁମୋଦନ କରିଛି। ଗତ ୬ ବର୍ଷ ମଧ୍ୟରେ ବ୍ୟାଙ୍କଗୁଡ଼ିକ ଦ୍ୱାରା ୫,୦୧,୪୭୯ ଲକ୍ଷ କୋଟି ଟଙ୍କା ଅସୁଲ ହୋଇଛି। NARCL ବ୍ୟାଙ୍କଗୁଡ଼ିକର ବାଲାନ୍ସ ସିଟ୍‌ରେ ଏନପିଏକୁ ଏକାଠି କରିବ, ନିୟମ ଅନୁସାରେ ପରିଚାଳନା କରିବ ଓ ସାମଧାନର ରାସ୍ତା ବାହାର କରିବ।

Advertisment