Advertisment

୨୦୨୦ ତୁଳନାରେ ୬୫% ଅଧିକ ଜିଏସ୍‌ଟି ସଂଗ୍ରହ, ମେ’ ମାସର ତଥ୍ୟ ଜାଣନ୍ତୁ

ନୂଆଦିଲ୍ଲୀ: ଚଳିତ ବର୍ଷ ମେ’ ମାସରେ କେନ୍ଦ୍ର ସରକାର ଜିଏସ୍‌ଟି ରାଜସ୍ୱ ବାବଦରେ ୧,୦୨,୭୦୯ କୋଟି ଟଙ୍କା ସଂଗ୍ରହ କରିଛନ୍ତି। ମହାମାରୀ କରୋନା ସଂକ୍ରମଣ ସତ୍ତ୍ୱେ କ୍ରମାଗତ ୮ମ ମାସ ପାଇଁ ଜିଏସ୍‌ଟି ସଂଗ୍ରହ ୧ ଲକ୍ଷ କୋଟି ଉପରେ ରହିଛି। ସେହିପରି ୨୦୨୦ରେ ସଂଗୃହୀତ ହୋଇଥିବା ଜିଏସଟି ରାଜସ୍ୱ ତୁଳନାରେ  ମେ’ ମାସରେ ଅଧିକ ୬୫% ଅର୍ଥ ସଂଗ୍ରହ ହୋଇଛି। ତେବେ ଆମେ ଯଦି ମାସିକିଆ ଜିଏସ୍‌ଟି ସଂଗ୍ରହ କଥା ବିଚାରକୁ ନେବା, ତା’ହେଲେ ଏଥିରେ […]

ଅଦ୍ୟତନ ହୋଇଛି
ବଡ଼ ଧରଣର ଜିଏସ୍‌ଟି ଠକେଇ, ୨ ମାଷ୍ଟରମାଇଣ୍ଡ ଗିରଫ

GST

Advertisment

ନୂଆଦିଲ୍ଲୀ: ଚଳିତ ବର୍ଷ ମେ’ ମାସରେ କେନ୍ଦ୍ର ସରକାର ଜିଏସ୍‌ଟି ରାଜସ୍ୱ ବାବଦରେ ୧,୦୨,୭୦୯ କୋଟି ଟଙ୍କା ସଂଗ୍ରହ କରିଛନ୍ତି। ମହାମାରୀ କରୋନା ସଂକ୍ରମଣ ସତ୍ତ୍ୱେ କ୍ରମାଗତ ୮ମ ମାସ ପାଇଁ ଜିଏସ୍‌ଟି ସଂଗ୍ରହ ୧ ଲକ୍ଷ କୋଟି ଉପରେ ରହିଛି। ସେହିପରି ୨୦୨୦ରେ ସଂଗୃହୀତ ହୋଇଥିବା ଜିଏସଟି ରାଜସ୍ୱ ତୁଳନାରେ  ମେ’ ମାସରେ ଅଧିକ ୬୫% ଅର୍ଥ ସଂଗ୍ରହ ହୋଇଛି।

Advertisment

ତେବେ ଆମେ ଯଦି ମାସିକିଆ ଜିଏସ୍‌ଟି ସଂଗ୍ରହ କଥା ବିଚାରକୁ ନେବା, ତା’ହେଲେ ଏଥିରେ ହ୍ରାସ ଘଟିଛି। ଏପ୍ରିଲ ୨୦୨୧ରେ ସର୍ବାକାଳୀନ ରେକର୍ଡ ୧.୪୧ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ହୋଇଥିଲା। ହେଲେ ମେ’ ମାସରେ ଏହା ହ୍ରାସ ପାଇଛି।

ସରକାର ଜାରି କରିଥିବା ତଥ୍ୟ ଅନୁଯାୟୀ, ମେ’ ମାସରେ ଆଇଜିଏସଟି ବାବଦରେ ୫୩,୧୯୯ କୋଟି ଟଙ୍କା ସଂଗ୍ରହ କରାଯାଇଛି। ଏହା ମଧ୍ୟରେ ଆମଦାନୀ ଦ୍ରବ୍ୟରୁ ସଂଗୃହୀତ ୨୬,୦୦୨ କୋଟିର ଆଇଜିଏସ୍‌ଟି ରହିଛି। କେନ୍ଦ୍ରୀୟ ଜିଏସଟି ଏହି ସମୟସୀମା ମଧ୍ୟରେ ୧୭,୫୯୨ କୋଟି ରହିଛି। ରାଜ୍ୟର ଜିଏସଟି ପରିମାଣ ୨୨,୬୫୩ କୋଟି।

Advertisment

ଅନ୍ୟପକ୍ଷରେ ଚଳିତ ବର୍ଷ ମେ’ ମାସରେ ସେସ୍ ବାବଦରେ ୯,୨୬୫ କୋଟି ଟଙ୍କା ଆଦାୟ କରାଯାଇଛି। ଏହା ମଧ୍ୟରେ ଆମଦାନୀ ହୋଇଥିବା ଦ୍ରବ୍ୟଗୁଡ଼ିକ ଠାରୁ ୮୬୮ କୋଟି ଟଙ୍କାର ସେସ୍‌ ସଂଗ୍ରହ ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe