Advertisment

ଆୟକର ରିଟର୍ଣ୍ଣ ଅବଧି ପୁଣି ବଢ଼ିଲା

ନୂଆଦିଲ୍ଲୀ: ପୁଣିଥରେ କେନ୍ଦ୍ର ସରକାର ଆୟକର ରିଟର୍ଣ୍ଣ(ଆଇଟିଆର) ଅବଧିକୁ ବୃଦ୍ଧି କରିଛନ୍ତି। ଆଇଟିଆର ଦାଖଲର ଶେଷ ତାରିଖକୁ ୨୦୨୨ ମାର୍ଚ୍ଚ ୧୫ ଯାଏ ବୃଦ୍ଧି କରାଯାଇଛି। କରୋନା ପାଇଁ ଟିକସଦାତାମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଲୋକଙ୍କୁ ଏପରି ଆଶ୍ୱସ୍ତି ଦିଆଯାଇଥିବା କେନ୍ଦ୍ର ସରକାର ଜାରି କରିଥିବା ବିଜ୍ଞପ୍ତିରେ କହିଛନ୍ତି। ଆଇଟିଆର ଅବଧି ବ୍ୟତୀତ କେନ୍ଦ୍ର ସରକାର ବିଭିନ୍ନ ଅଡିଟ ରିପୋର୍ଟ ଦାଖଲ ଅବଧିକୁ ମଧ୍ୟ ମାର୍ଚ୍ଚ ୧୫ ଯାଏ ବଢ଼ାଇଛନ୍ତି। ନିକଟରେ କେନ୍ଦ୍ର […]

author-image
Hemant Lenka
ଆୟକର ରିଟର୍ଣ୍ଣ ଅବଧି ପୁଣି ବଢ଼ିଲା

ITR

ନୂଆଦିଲ୍ଲୀ: ପୁଣିଥରେ କେନ୍ଦ୍ର ସରକାର ଆୟକର ରିଟର୍ଣ୍ଣ(ଆଇଟିଆର) ଅବଧିକୁ ବୃଦ୍ଧି କରିଛନ୍ତି। ଆଇଟିଆର ଦାଖଲର ଶେଷ ତାରିଖକୁ ୨୦୨୨ ମାର୍ଚ୍ଚ ୧୫ ଯାଏ ବୃଦ୍ଧି କରାଯାଇଛି। କରୋନା ପାଇଁ ଟିକସଦାତାମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଲୋକଙ୍କୁ ଏପରି ଆଶ୍ୱସ୍ତି ଦିଆଯାଇଥିବା କେନ୍ଦ୍ର ସରକାର ଜାରି କରିଥିବା ବିଜ୍ଞପ୍ତିରେ କହିଛନ୍ତି। ଆଇଟିଆର ଅବଧି ବ୍ୟତୀତ କେନ୍ଦ୍ର ସରକାର ବିଭିନ୍ନ ଅଡିଟ ରିପୋର୍ଟ ଦାଖଲ ଅବଧିକୁ ମଧ୍ୟ ମାର୍ଚ୍ଚ ୧୫ ଯାଏ ବଢ଼ାଇଛନ୍ତି।

Advertisment

ନିକଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆୟକର ରିଟର୍ଣ୍ଣ ଅବଧିକୁ ଆଉ ବୃଦ୍ଧି କରାଯିବନି ବୋଲି କହିଥିଲେ। ୨୦୨୧ ମସିହା ଡିସେମ୍ବର ୩୧ରେ ସେ ଏକଥା କହିଥିଲେ। କିନ୍ତୁ ଏହାପରେ ଆଇଟିଆର ଦାଖଲ ଅବଧିକୁ ୨୦୨୨ ମାର୍ଚ୍ଚ ୧୫ ତାରିଖ ଯାଏ ବଢ଼ାଯାଇଛି।

ଯେଉଁମାନେ ୨୦୧୯-୨୦ ଆର୍ଥିକ ବର୍ଷର ଆଇଟିଆର ଦାଖଲର ଇ-ଭେରିଫାଏଡ କରି ନାହାନ୍ତି, ସେମାନେ ଏହି ପ୍ରକ୍ରିୟାକୁ ୨୦୨୨ ଫେବୃଆରୀ ୨୮ ସୁଦ୍ଧା ଶେଷ କରିପାରିବେ। ଆୟକର ବିଭାଗ ଏଥିପାଇଁ ଟିକସଦାତାଙ୍କୁ ଅନୁମତି ଦେଇଛି।

Advertisment

ଗତବର୍ଷ ତୁଳନାରେ ଚଳିତ ବର୍ଷ ଦୁଇ ଗୁଣା ଅଧିକ ଲୋକ ଇତି ମଧ୍ୟରେ ଆୟକର ଦାଖଲ କରିଥିବା ଜଣାପଡ଼ିଛି। ଡିସେମ୍ବର ୩୧ ସୁଦ୍ଧା ମୋଟ ୫.୬୪ କୋଟି ଆଇଟିଆର ଦାଖଲ ହୋଇଥିଲା।


ସୂଚନାଯୋଗ୍ୟ, ନଭେମ୍ବର ମାସରେ କେନ୍ଦ୍ର ସରକାର ଲୋକଙ୍କୁ ଆଶ୍ୱସ୍ତି ଦେବାକୁ ଯାଇ ଆଇଟିଆର ଦାଖଲ ଅବଧିକୁ ଡିସେମ୍ବର ୩୧ ଯାଏ ବୃଦ୍ଧି କରିଥିଲେ। କେନ୍ଦ୍ର ସରକାର କହିଥିଲେ ଯେ ୨୦୧୯-୨୦୨୦ ଆର୍ଥିକ ବର୍ଷରେ ଆୟକର ପୈଠ କରିବାକୁ ଥିବା ଲୋକ ଓ ସଂସ୍ଥା ଆସନ୍ତା ଡିସେମ୍ବର ୩୧ ମଧ୍ୟରେ ଏହାକୁ ଦାଖଲ କରିପାରିବେ।

କରୋନା ସଙ୍କଟ ଯୋଗୁ ଲୋକଙ୍କ ଆର୍ଥିକ ସ୍ଥିତି ଠିକ୍ ନଥିବାରୁ ସରକାର ଏଭଳି ନିଷ୍ପତ୍ତି ନେଇଥିଲେ। ତେବେ ଏହି ତାରିଖ ପରେ କିଛି ଲୋକ ପୋର୍ଟାଲରେ ଅସୁବିଧା ଯୋଗୁ ଅବଧିକୁ ବୃଦ୍ଧି କରିବାକୁ ଦାବି କରିଥିଲେ। ଏବେ କେନ୍ଦ୍ର ସରକାର ଏହି ଦାବି ଅନୁସାରେ ପଦକ୍ଷେପ ନେଇଥିବା କୁହାଯାଉଛି।

ପ୍ରଥମେ ଆଇଟିଆର ଦାଖଲର ଶେଷ ତାରିଖ ଜୁଲାଇ ୩୧ ଯାଏ ରହିଥିଲା। ଏହାପରେ ପର୍ଯ୍ୟାୟ କ୍ରମେ ଏହାକୁ ବୃଦ୍ଧି କରାଯାଇ ନଭେମ୍ବର ୩୦ କରାଯାଇଥିଲା। ଏହାପରେ ଡିସେମ୍ବର ୩୧କୁ ବୃଦ୍ଧି କରାଯାଇଥିଲା।